ଘୁଙ୍ଗୁଡ଼ି

ଶୋଇବାବେଳେ ଘୁଙ୍ଗୁଡ଼ି ଅନେକେ ମାରିଥାନ୍ତି। କିଏ କହେ ଏହା ଗଭିର ନିଦ୍ରା ହେଲେ ହୁଏ, ତ କିଏ କହେ ଅଧିକ ଥକି ଯାଇଥିଲେ ହୁଏ । ତେବେ ପ୍ରକୃତରେ ଘୁଙ୍ଗୁଡ଼ି ମାରିବା ପଛର କାରଣ କ’ଣ ଓ ଏହା ହେବା କ’ଣ ସୂଚନା ଦିଏ
ଜାଣନ୍ତୁ ସେ ସମ୍ପର୍କରେ…

ଶୋଇବା ସମୟରେ ଶ୍ୱାସ ନେବା ସହ ଜୋର୍‌ରେ ଶବ୍ଦ ହୋଇ ଭାଇବ୍ରେଶନ୍‌ ବା କମ୍ପନ ହେଲେ ତାକୁ ସାଧାରଣତଃ ଘୁଙ୍ଗୁଡ଼ି କୁହାଯାଏ। ଘୁଙ୍ଗୁଡିର ଶଦ୍ଦ ନାକ ଅବା ପାଟିରୁ ବାହାରିଥାଏ । ଅନେକେ କହନ୍ତି ଅଧିକ ଥକି ଯାଇଥିଲେ ଅବା ଗଭିର ନିଦ୍ରା ହେଲେ ଘୁଙ୍ଗୁଡ଼ି ହୁଏ। ଗବେଷଣା କିନ୍ତୁ କହେ ଘୁଙ୍ଗୁଡ଼ି ଏସବୁ କାରଣରୁ ହୁଏ ନାହିଁ। ଘୁଙ୍ଗୁଡ଼ି ହେବା ପଛର ମୁଖ୍ୟ କାରଣ ହେଉଛି ଶୋଇବା ସମୟରେ ଶ୍ୱାସକ୍ରିୟାରେ ପ୍ରତିବନ୍ଧକ ସୃଷ୍ଟି ହେବା। ଯେମିତିକି ଶୋଇବା ସମୟରେ ପାଟିର ଉପରଭାଗ ବା ସଫ୍ଟ ପାଲେଟ୍‌, ଜିଭ ଓ ଗଳା ରିଲାକ୍ସ ହୋଇଯାଏ। ବେଳେବେଳେ ଗଳାର କୋଷିକ ଏତେ ମାତ୍ରାରେ ରିଲାକ୍ସ ହୋଇଯାଆନ୍ତି ଯେ, ତାହା କିଛି ମାତ୍ରାରେ ପବନ ଯିବା ପଥକୁ ବା ଏୟାରଓ୍ବେକୁ ବ୍ଲକ୍‌ କରିଦିଏ ଓ କମ୍ପନ ସୃଷ୍ଟି କରେ। ଏହି ଏୟାରଓ୍ବେ ଯେତେ ସରୁ ଏୟାରଫ୍ଲୋ ସେତେ ଶକ୍ତିଶାଳୀ ହୁଏ। ଏହା କୋଷିକାରେ କମ୍ପନ ବଢାଇଥାଏ। ଯେଉଁ କାରଣରୁ ଘୁଙ୍ଗୁଡିର ଶବ୍ଦ ବଢିଥାଏ। ଏହାଛଡ଼ା ଯେଉଁମାନଙ୍କ ପାଟିର ଉପରଭାଗ ଅବା ସଫ୍ଟ ପାଲେଟ୍‌ ତଳୁଆ ମୋଟା ହୋଇଥାଏ ତାହା ମଧ୍ୟ ଏୟରଓ୍ବେକୁ ସଂକୀର୍ଣ୍ଣ କରିଦିଏ। ଫଳରେ ଘୁଙ୍ଗୁଡ଼ି ହୁଏ। ସେହିଭଳି ଯେଉଁମାନେ ଓଭରଓ୍ବେଟ୍‌ ତାଙ୍କ ଗଳାର ପଛଭାଗରେ ଏକ୍ସଟ୍ରା ଟିସୁ ଥାଇପାରେ ଯାହାକି ଏୟାରଓ୍ବେକୁ ସଂକୀର୍ଣ୍ଣ କରାଏ। ପାଟିର ଉପରଭାଗ ବା ତାଳୁକାରୁ ଝୁଲି ରହିଥିବା ଘଣ୍ଟିକା ଯଦି ପତଳା ଓ ଲମ୍ବା ହୋଇଥାଏ ତେବେ ବି ଏୟାରଫ୍ଲୋ ଅବରୋଧ ହେବାସହ କମ୍ପନ ସୃଷ୍ଟି ହେବ। ଥଣ୍ଡା ହୋଇଥିବାବେଳେ ଅବା ସାଇନସ୍‌ରେ ସଂକ୍ରମିତ ହୋଇଥିଲେ ବି ଘୁଙ୍ଗୁଡି ଅଧିକ ହୁଏ। ନାକର ହାଡ ବଙ୍କା ହୋଇଥିଲେ ଅବା ସେଠାରେ ମାଂସ ବଢିଥିଲେ ବି ଶ୍ୱାସକ୍ରିୟା ସମୟରେ ଚାପ ପଡ଼େ। ଆଉ ନିଶ୍ୱାସ ନେବାବେଳେ ଶବ୍ଦ ବାହାରେ, ଯାହାକୁ ଆମେ ଘୁଙ୍ଗୁଡ଼ି କହୁ। ଯେବେ ଗଳା ଓ ଜିଭର ମାଂସପେଶୀ ଦୁର୍ବଳ ହୋଇ ଲଟକିଯାଏ ସେତେବେଳେ ବି ଶ୍ୱାସକ୍ରିୟାରେ ପ୍ରତିବନ୍ଧକ ସୃଷ୍ଟି ହୁଏ। ଏହାବାଦ ଅଧିକ ମଦ୍ୟପାନ କଲେ ଅବା ନିଦ ବଟିକା ଖାଇଲେ ବି ଘୁଙ୍ଗୁଡ଼ି ହୋଇଥାଏ। ବୟସ ବଢିବା ସହ ବି ମାଂସପେଶୀ ଦୁର୍ବଳ ହୁଏ ଓ ଘୁଙ୍ଗୁଡି ହୁଏ। କମ୍‌ ଶୋଇବା ବି ଏହାର ଆଉ ଏକ କାରଣ ହୋଇପାରେ। କିଛି ଗବେଷଣା କହେ, ରକ୍ତ ସମ୍ପର୍କରେ ଯଦି କେହି ଘୁଙ୍ଗୁଡ଼ି ମାରୁଥାନ୍ତି, ତେବେ ଘୁଙ୍ଗୁଡ଼ି ହେବାର ସମ୍ଭାବନା ଅଧିକ ଥାଏ।
ସ୍ବାସ୍ଥ୍ୟ ଜନିତ ସମସ୍ୟାକୁ ଦର୍ଶାଏ:ଘୁଙ୍ଗୁଡି ସ୍ବାସ୍ଥ୍ୟଜନିତ ସମସ୍ୟାକୁ ବି ଦର୍ଶାଏ। ତେଣୁ ଘୁଙ୍ଗୁଡ଼ିକୁ ସାମାନ୍ୟ ଭାବି ଅଣଦେଖା କରିବା ଠିକ୍‌ ନୁହେଁ। ଠିକ ସମୟରେ ଏହାର ଚିକିତ୍ସା ନ କରାଗଲେ ସ୍ଲିପ ଏପ୍ନିଆ ହୋଇପାରେ। ଯଦି ସାରା ରାତି ଖୁବ୍‌ ଜୋର୍‌ରେ ଘୁଙ୍ଗୁଡ଼ି ମାରି ଶୋଇ ମଧ୍ୟ ଦୁର୍ବଳ ଲାଗେ ତେବେ ଆପଣଙ୍କୁ ସ୍ଲିପ ଏପ୍ନିଆ ହୋଇଥାଇପାରେ।
କିଛି ରୋଚକ କଥା: ଘୁଙ୍ଗୁଡ଼ିର ଶବ୍ଦ ୫୦-୧୦୦ ଡେସିବଲ୍‌ ପର୍ଯ୍ୟନ୍ତ ହୋଇପାରେ। କିନ୍ତୁ ଜେନି ଚାପମ୍ୟାନ ନାମକ ଜଣେ ମହିଳାଙ୍କ ନାମରେ ସବୁଠାରୁ ଜୋର୍‌ରେ ଶବ୍ଦ କରି ଘୁଙ୍ଗୁଡ଼ି ମାରୁଥିବା ରେକର୍ଡ ଅଛି। ତାଙ୍କ ଘୁଙ୍ଗୁଡିର ଶବ୍ଦ ୧୧୦ ଡେସିବଲ୍‌ ଅଟେ। ଜେନି ନିଜେ ବି ଜାଣି ନ ଥିଲେ ସେ ଏତେ ଜୋର୍‌ରେ ଘୁଙ୍ଗୁଡି ମାରନ୍ତି ବୋଲି। ୨୦୦୯ରେ ଯେବେ ସେ ସ୍ଲିପ୍‌ କ୍ଲିନିକକୁ ଯାଇଥିଲେ ସ୍ଲିପ୍‌ ସ୍ପୋଶାଲିଷ୍ଟ ତାଙ୍କ ଘୁଙ୍ଗୁଡ଼ି ଶବ୍ଦ ଶୁଣି ଚକିତ ହୋଇଯାଇଥିଲେ। ସେମିତି ହଲିଉଡ଼ ଅଭିନେତା ଟମ୍‌ କ୍ରୁଜ୍‌ ଏତେ ଜୋର୍‌ରେ ଘୁଙ୍ଗୁଡ଼ି ମାରନ୍ତି ଯେ, ନିଜ ଘରେ ସେ ଏକ କୋଠରୀକୁ ସ୍ନୋରାଟୋରିୟମ୍‌ରେ ପରିବର୍ତ୍ତିତ କରିଛନ୍ତି। ଏଭଳି କରିବାର ଉଦ୍ଦେଶ୍ୟ ଥିଲା ପୂର୍ବ ପତ୍ନୀ କେଟି ହୋମ୍‌ସ ଯେମିତି ତାଙ୍କ ଘୁଙ୍ଗୁଡ଼ି ପାଇଁ ହଇରାଣ ନ ହୁଅନ୍ତୁ। ଗବେଷଣା ଅନୁଯାୟୀ ଏକ ତୃତୀୟାଂଶ ମହିଳା ଘୁଙ୍ଗୁଡ଼ି ମାରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri