ଘୁଙ୍ଗୁଡ଼ି

ଶୋଇବାବେଳେ ଘୁଙ୍ଗୁଡ଼ି ଅନେକେ ମାରିଥାନ୍ତି। କିଏ କହେ ଏହା ଗଭିର ନିଦ୍ରା ହେଲେ ହୁଏ, ତ କିଏ କହେ ଅଧିକ ଥକି ଯାଇଥିଲେ ହୁଏ । ତେବେ ପ୍ରକୃତରେ ଘୁଙ୍ଗୁଡ଼ି ମାରିବା ପଛର କାରଣ କ’ଣ ଓ ଏହା ହେବା କ’ଣ ସୂଚନା ଦିଏ
ଜାଣନ୍ତୁ ସେ ସମ୍ପର୍କରେ…

ଶୋଇବା ସମୟରେ ଶ୍ୱାସ ନେବା ସହ ଜୋର୍‌ରେ ଶବ୍ଦ ହୋଇ ଭାଇବ୍ରେଶନ୍‌ ବା କମ୍ପନ ହେଲେ ତାକୁ ସାଧାରଣତଃ ଘୁଙ୍ଗୁଡ଼ି କୁହାଯାଏ। ଘୁଙ୍ଗୁଡିର ଶଦ୍ଦ ନାକ ଅବା ପାଟିରୁ ବାହାରିଥାଏ । ଅନେକେ କହନ୍ତି ଅଧିକ ଥକି ଯାଇଥିଲେ ଅବା ଗଭିର ନିଦ୍ରା ହେଲେ ଘୁଙ୍ଗୁଡ଼ି ହୁଏ। ଗବେଷଣା କିନ୍ତୁ କହେ ଘୁଙ୍ଗୁଡ଼ି ଏସବୁ କାରଣରୁ ହୁଏ ନାହିଁ। ଘୁଙ୍ଗୁଡ଼ି ହେବା ପଛର ମୁଖ୍ୟ କାରଣ ହେଉଛି ଶୋଇବା ସମୟରେ ଶ୍ୱାସକ୍ରିୟାରେ ପ୍ରତିବନ୍ଧକ ସୃଷ୍ଟି ହେବା। ଯେମିତିକି ଶୋଇବା ସମୟରେ ପାଟିର ଉପରଭାଗ ବା ସଫ୍ଟ ପାଲେଟ୍‌, ଜିଭ ଓ ଗଳା ରିଲାକ୍ସ ହୋଇଯାଏ। ବେଳେବେଳେ ଗଳାର କୋଷିକ ଏତେ ମାତ୍ରାରେ ରିଲାକ୍ସ ହୋଇଯାଆନ୍ତି ଯେ, ତାହା କିଛି ମାତ୍ରାରେ ପବନ ଯିବା ପଥକୁ ବା ଏୟାରଓ୍ବେକୁ ବ୍ଲକ୍‌ କରିଦିଏ ଓ କମ୍ପନ ସୃଷ୍ଟି କରେ। ଏହି ଏୟାରଓ୍ବେ ଯେତେ ସରୁ ଏୟାରଫ୍ଲୋ ସେତେ ଶକ୍ତିଶାଳୀ ହୁଏ। ଏହା କୋଷିକାରେ କମ୍ପନ ବଢାଇଥାଏ। ଯେଉଁ କାରଣରୁ ଘୁଙ୍ଗୁଡିର ଶବ୍ଦ ବଢିଥାଏ। ଏହାଛଡ଼ା ଯେଉଁମାନଙ୍କ ପାଟିର ଉପରଭାଗ ଅବା ସଫ୍ଟ ପାଲେଟ୍‌ ତଳୁଆ ମୋଟା ହୋଇଥାଏ ତାହା ମଧ୍ୟ ଏୟରଓ୍ବେକୁ ସଂକୀର୍ଣ୍ଣ କରିଦିଏ। ଫଳରେ ଘୁଙ୍ଗୁଡ଼ି ହୁଏ। ସେହିଭଳି ଯେଉଁମାନେ ଓଭରଓ୍ବେଟ୍‌ ତାଙ୍କ ଗଳାର ପଛଭାଗରେ ଏକ୍ସଟ୍ରା ଟିସୁ ଥାଇପାରେ ଯାହାକି ଏୟାରଓ୍ବେକୁ ସଂକୀର୍ଣ୍ଣ କରାଏ। ପାଟିର ଉପରଭାଗ ବା ତାଳୁକାରୁ ଝୁଲି ରହିଥିବା ଘଣ୍ଟିକା ଯଦି ପତଳା ଓ ଲମ୍ବା ହୋଇଥାଏ ତେବେ ବି ଏୟାରଫ୍ଲୋ ଅବରୋଧ ହେବାସହ କମ୍ପନ ସୃଷ୍ଟି ହେବ। ଥଣ୍ଡା ହୋଇଥିବାବେଳେ ଅବା ସାଇନସ୍‌ରେ ସଂକ୍ରମିତ ହୋଇଥିଲେ ବି ଘୁଙ୍ଗୁଡି ଅଧିକ ହୁଏ। ନାକର ହାଡ ବଙ୍କା ହୋଇଥିଲେ ଅବା ସେଠାରେ ମାଂସ ବଢିଥିଲେ ବି ଶ୍ୱାସକ୍ରିୟା ସମୟରେ ଚାପ ପଡ଼େ। ଆଉ ନିଶ୍ୱାସ ନେବାବେଳେ ଶବ୍ଦ ବାହାରେ, ଯାହାକୁ ଆମେ ଘୁଙ୍ଗୁଡ଼ି କହୁ। ଯେବେ ଗଳା ଓ ଜିଭର ମାଂସପେଶୀ ଦୁର୍ବଳ ହୋଇ ଲଟକିଯାଏ ସେତେବେଳେ ବି ଶ୍ୱାସକ୍ରିୟାରେ ପ୍ରତିବନ୍ଧକ ସୃଷ୍ଟି ହୁଏ। ଏହାବାଦ ଅଧିକ ମଦ୍ୟପାନ କଲେ ଅବା ନିଦ ବଟିକା ଖାଇଲେ ବି ଘୁଙ୍ଗୁଡ଼ି ହୋଇଥାଏ। ବୟସ ବଢିବା ସହ ବି ମାଂସପେଶୀ ଦୁର୍ବଳ ହୁଏ ଓ ଘୁଙ୍ଗୁଡି ହୁଏ। କମ୍‌ ଶୋଇବା ବି ଏହାର ଆଉ ଏକ କାରଣ ହୋଇପାରେ। କିଛି ଗବେଷଣା କହେ, ରକ୍ତ ସମ୍ପର୍କରେ ଯଦି କେହି ଘୁଙ୍ଗୁଡ଼ି ମାରୁଥାନ୍ତି, ତେବେ ଘୁଙ୍ଗୁଡ଼ି ହେବାର ସମ୍ଭାବନା ଅଧିକ ଥାଏ।
ସ୍ବାସ୍ଥ୍ୟ ଜନିତ ସମସ୍ୟାକୁ ଦର୍ଶାଏ:ଘୁଙ୍ଗୁଡି ସ୍ବାସ୍ଥ୍ୟଜନିତ ସମସ୍ୟାକୁ ବି ଦର୍ଶାଏ। ତେଣୁ ଘୁଙ୍ଗୁଡ଼ିକୁ ସାମାନ୍ୟ ଭାବି ଅଣଦେଖା କରିବା ଠିକ୍‌ ନୁହେଁ। ଠିକ ସମୟରେ ଏହାର ଚିକିତ୍ସା ନ କରାଗଲେ ସ୍ଲିପ ଏପ୍ନିଆ ହୋଇପାରେ। ଯଦି ସାରା ରାତି ଖୁବ୍‌ ଜୋର୍‌ରେ ଘୁଙ୍ଗୁଡ଼ି ମାରି ଶୋଇ ମଧ୍ୟ ଦୁର୍ବଳ ଲାଗେ ତେବେ ଆପଣଙ୍କୁ ସ୍ଲିପ ଏପ୍ନିଆ ହୋଇଥାଇପାରେ।
କିଛି ରୋଚକ କଥା: ଘୁଙ୍ଗୁଡ଼ିର ଶବ୍ଦ ୫୦-୧୦୦ ଡେସିବଲ୍‌ ପର୍ଯ୍ୟନ୍ତ ହୋଇପାରେ। କିନ୍ତୁ ଜେନି ଚାପମ୍ୟାନ ନାମକ ଜଣେ ମହିଳାଙ୍କ ନାମରେ ସବୁଠାରୁ ଜୋର୍‌ରେ ଶବ୍ଦ କରି ଘୁଙ୍ଗୁଡ଼ି ମାରୁଥିବା ରେକର୍ଡ ଅଛି। ତାଙ୍କ ଘୁଙ୍ଗୁଡିର ଶବ୍ଦ ୧୧୦ ଡେସିବଲ୍‌ ଅଟେ। ଜେନି ନିଜେ ବି ଜାଣି ନ ଥିଲେ ସେ ଏତେ ଜୋର୍‌ରେ ଘୁଙ୍ଗୁଡି ମାରନ୍ତି ବୋଲି। ୨୦୦୯ରେ ଯେବେ ସେ ସ୍ଲିପ୍‌ କ୍ଲିନିକକୁ ଯାଇଥିଲେ ସ୍ଲିପ୍‌ ସ୍ପୋଶାଲିଷ୍ଟ ତାଙ୍କ ଘୁଙ୍ଗୁଡ଼ି ଶବ୍ଦ ଶୁଣି ଚକିତ ହୋଇଯାଇଥିଲେ। ସେମିତି ହଲିଉଡ଼ ଅଭିନେତା ଟମ୍‌ କ୍ରୁଜ୍‌ ଏତେ ଜୋର୍‌ରେ ଘୁଙ୍ଗୁଡ଼ି ମାରନ୍ତି ଯେ, ନିଜ ଘରେ ସେ ଏକ କୋଠରୀକୁ ସ୍ନୋରାଟୋରିୟମ୍‌ରେ ପରିବର୍ତ୍ତିତ କରିଛନ୍ତି। ଏଭଳି କରିବାର ଉଦ୍ଦେଶ୍ୟ ଥିଲା ପୂର୍ବ ପତ୍ନୀ କେଟି ହୋମ୍‌ସ ଯେମିତି ତାଙ୍କ ଘୁଙ୍ଗୁଡ଼ି ପାଇଁ ହଇରାଣ ନ ହୁଅନ୍ତୁ। ଗବେଷଣା ଅନୁଯାୟୀ ଏକ ତୃତୀୟାଂଶ ମହିଳା ଘୁଙ୍ଗୁଡ଼ି ମାରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ହେବା ଏଥର

ଧନୀ ଲୋକଟିଏ ଥିଲା। କପଟ ଓ ଛଳନାକରି ତା’ର ବ୍ୟବସାୟ ଚଲେଇଥିଲା। ଖୁବ୍‌ କମ୍‌ ଦିନ ଭିତରେ ସେ ବିପୁଳ ସମ୍ପତ୍ତି ଅର୍ଜନକଲେ। ଲୋକେ କହିଲେ ଦୋ…

ବାମପନ୍ଥୀରୁ ଦକ୍ଷିଣପନ୍ଥୀ ଆଡ଼କୁ

ଭାରତବର୍ଷରେ ବାମପନ୍ଥୀ ଆନ୍ଦୋଳନ କ୍ରମେ ଦୁର୍ବଳ ହେବାପରି ମନେ ହେଉଛି। ନିକଟରେ ଅନୁଷ୍ଠିତ ୫ ରାଜ୍ୟରେ ବିଧାନସଭା ନିର୍ବାଚନରୁ ଏହା ଜଣାପଡ଼ିଛି। କେରଳ ଥିଲା ଶେଷ ବାମପନ୍ଥୀ…

ମାଛ ମାରିବାକୁ ଯାଇ ପାଣିରେ ବୁଡ଼ି ଜୀବନ ଗଲା

ବରଗଡ଼,୨୯ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲକୁ ମାଛ ମାରିବାକୁ ଯାଇଥିବାବେଳେ ରବିବାର  ଜଣେ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ଜଣକ ହେଲେ, ଭଟଲି ଥାନା…

‘କରାଚିରେ ଭାରତ କରିଥିଲା ଆକ୍ରମଣ’ – ପାକିସ୍ତାନ ଅଭିଯୋଗର କଡ଼ା ଜବାବ ଦେଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୯।୬: କରାଚୀ ଆତଙ୍କବାଦୀ ଆକ୍ରମଣରେ ଜଣେ ‘ଭାରତୀୟ ଏଜେଣ୍ଟ’ଙ୍କ ସମ୍ପୃକ୍ତି ସମ୍ପର୍କରେ ପାକିସ୍ତାନର ଅଭିଯୋଗକୁ ଭାରତ ଖାରଜ କରିଦେଇଛି, ଏହାକୁ ଭିତ୍ତିହୀନ ବୋଲି କହିଛି। ଏହା ପାକିସ୍ତାନକୁ…

୫ମ ଶ୍ରେଣୀ ଛାତ୍ରଙ୍କୁ ଧକ୍କା ଦେଇ ଫେରାର ହୋଇଗଲା କାର୍‌, ଡାହାଣ ଗୋଡ଼ରେ ଚକା ଚଢ଼ିଯିବାରୁ…

ଦିଗପହଣ୍ଡି,୨୯ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ବାବୁଲି ବନ୍ଧ ଗ୍ରାମର ସୁବାସ ନାଇକଙ୍କ ପୁଅ ୫ମ ଶ୍ରେଣୀରେ ପଢୁଥିବା ଛାତ୍ର…

ବିଶ୍ବ ଚାମ୍ପିୟନ ଭାରତକୁ ଧରାଶାୟୀ କଲା ଆୟାର୍ଲାଣ୍ଡ

ବେଲ୍‌ଫାଷ୍ଟ, ୨୮ା୬: ଆୟର୍ଲାଣ୍ଡ ବିପକ୍ଷରେ ଭାରତର ଶକ୍ତିଶାଳୀ ବ୍ୟାଟିଂ ଲାଇନ୍‌ ଅପ୍‌ ପୁଣି ବିଫଳ ହୋଇଛି। ସ୍ଥାନୀୟ ସିଭିଲ ସର୍ଭିସ କ୍ରିକେଟ କ୍ଲବଠାରେ ରବିବାର ଖେଳାଯାଇଥିବା ଦ୍ୱିତୀୟ…

ଟି୨୦ ବିଶ୍ୱକପରେ ଭାରତର ଅଭିଯାନ ଶେଷ

ଲଣ୍ଡନ, ୨୮।୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପର ଗ୍ରୁପ୍‌ ପର୍ଯ୍ୟାୟରୁ ଭାରତ ଅଭିଯାନ ଶେଷ ହୋଇଛି। ରବିବାର ଅନୁଷ୍ଠିତ ଅନ୍ତିମ ଲିଗ୍‌ ମ୍ୟାଚରେ ଭାରତକୁ ଅଷ୍ଟ୍ରେଲିଆ…

କ୍ରିକେଟ ଟୁର୍ନାମେଣ୍ଟ, ସୋମପେଣ୍ଠା ବିଜୟୀ, ଖେଳାଳିଙ୍କୁ ଉତ୍ସାହିତ କଲେ ବିଧାୟକ

ଛତ୍ରପୁର,୨୮।୬(ଦିଲ୍ଲୀପି ସାମଲ): ଛତ୍ରପୁର ନିକଟସ୍ଥ ଟି. ନୂଆଁଗାଁ ପଡ଼ିଆରେ ଚାଲିଥିବା ଶ୍ରୀଶ୍ରୀ ବାବା ଅଗସ୍ତିଶ୍ୱର କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍‌ ରଙ୍ଗେଈଲୁଣ୍ଡା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri