ଘାଟି ରାସ୍ତାରେ ଦୁର୍ଘଟଣା: ୧୦ ଆହତ

ବାଙ୍ଗିରିପୋଷି,୨୮ା୫(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଦେଇ ଯାଇଥିବା ୪୯ନଂ. ଜାତୀୟ ରାଜପଥର ଦ୍ୱାରଶୁଣି ଘାଟି ରାସ୍ତାରେ ଏକ ଟେମ୍ପୋ ଓ କାର୍‌ ମଧ୍ୟରେ ଧକ୍କା ହେବା ଫଳରେ ୧୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଏକ କାର୍‌ ମୁମ୍ବାଇରୁ ପଶ୍ଚିମବଙ୍ଗର ମେଦିନିପୁର ଅଭିମୁଖେ ଯାଉଥିବା ବେଳେ ଦ୍ୱାରଶୁଣୀ ଘାଟି ରାସ୍ତାରେ ଭାରସାମ୍ୟ ହରାଇ ଗୋଟିଏ ଟେମ୍ପୋକୁ ଧକ୍କା ଦେଇଥିଲା । ଟେମ୍ପୋଟି ବାଙ୍ଗିରିପୋଷିରୁ ବିଶୋଇ ଅଞ୍ଚଳର ନୂଆଡିହିକୁ ୪ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା ।

ଟେମ୍ପୋ ଚାଳକ ଶିବଶଙ୍କର ବେହେରାଙ୍କ ସହ ଟେମ୍ପୋ ମଧ୍ୟରେ ବସିଥିବା ବିଜୟ ଗିରି ଗୁରୁତର ଆହତ ହୋଇଥିଲେ। ସେହିପରି ସଞ୍ଜୟ ଗିରି, ଅପରାଜିତା ଗିରି, ଆୟୁସ ଗିରି ପ୍ରମୁଖ ଆହତ ହୋଇଛନ୍ତି। ସେହିପରି କାରରେ ଥିବା ଚାଳକ ପାଲି ଭୂଅଁାନିଙ୍କ ସହ ଗୌତମ ମାଘି, ରାହୁଲ ମାଘି, ପ୍ରଭା ମାଘି,ତନୁଜା ମାଘି ଆହତ ହୋଇଥିଲେ। ଖବରପାଇ ବାଙ୍ଗିରିପୋଷି ଦମକଳ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିସତ୍ା ପାଇଁ ଭର୍ତ୍ତି କରାଇଥିଲେ। ଗୁରୁତର ଆହତଙ୍କୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ହସ୍ପିିଟାଲକୁ ସ୍ଥାନାନ୍ତର କରାଯାଇଛି।