ଘର ମାଲିକଙ୍କ ବଦାନ୍ୟତା: ୧୨ ପରିବାରଙ୍କୁ ଛାଡ କଲେ ମାସକର ଭଡା,ସମ୍ବର୍ଦ୍ଧିତ କଲେ ଉପଜିଲାପାଳ

ବ୍ରହ୍ମପୁର ଅଫିସ,୧୫ା୫-କରୋନା ସ୍ଥିତି ରାଜ୍ୟରେ ଦିନକୁ ଦିନ ସଙ୍ଗିନ ହେବାରେ ଲାଗିଛି। ଏଭଳି ସମୟରେ ବ୍ରହ୍ମପୁରରେ ରହୁଥିବା ଗରିବ ପରିବାରଙ୍କର ମାସକର ଘର ଭଡା ଛାଡକରି ବଦାନ୍ୟତା ଦେଖାଇଛନ୍ତି ମାଲିକ ମୁରଲୀ ମୋହନ ଆଚାର୍ଯ୍ୟ। ଆସ୍କାରୋଡ ସୋମନାଥନଗର ୫ମ ଲେନ୍‌ ଗୁପ୍‌ଚୁପ୍‌ କଲୋନୀରେ ମୁରଲୀଙ୍କ ଘରେ ଭଡାରେ ରହୁଥିବା ୧୨ ପରିବାରଙ୍କୁ ସେ ଏପ୍ରିଲ ମାସର ଭଡା ଛାଡ କରିଛନ୍ତି ା ଏଥିସହ ସେ ସମସ୍ତ ପରିବାରଙ୍କୁ ୨୫ କି.ଗ୍ରା.ଚାଉଳ ଦେଇଛନ୍ତି। ବର୍ତ୍ତମାନ କରୋନା ଲାଗି ଲକ୍‌ଡାଉନ୍‌ ଯୋଗୁ ସେମାନଙ୍କ ଆର୍ଥକ ସ୍ଥିିିତି ଦୁର୍ବଳ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଏପ୍ରିଲ ମାସର ଭଡା ଛାଡ କରିଥିବା ମୁରଲୀ କହିଛନ୍ତି ା ଏଭଳି କାର୍ଯ୍ୟ ପାଇଁ ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ ମୁରଲୀଙ୍କୁ ଉପଢୌକୋନ ଦେଇ ସମ୍ବର୍ଦ୍ଧିତ କରିଛନ୍ତି ା