ଘର ଘର ବୁଲି ବଣ୍ଟାଯାଉଛି ଭତ୍ତାଟଙ୍କା

ରାଇକିଆ,୨୮।୩(ଡି ଏନ ଏ)- ରାଇକିଆ ବ୍ଲକରେ ଭତ୍ତା ଟଙ୍କା ବଣ୍ଟନ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। କରୋନା ସଂକ୍ରମଣ ଆଶଙ୍କାରେ ରାଇକିଆ ସହର ତିନିଦିନ ହେଲା ଲକ୍‌ ଡାଉନ ଅଛି। ରାସ୍ତାଘାଟ ଶୁନ୍‌ଶାନ ଏବଂ ଚଳପ୍ରଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏଭଳି ପରିସ୍ଥିତିରେ ବୃଦ୍ଧାବୃଦ୍ଧ ଯେପରି ଅସୁବିଧାର ସମ୍ମୁଖୀନ ହେବେନି ତାକୁ ଦୃଷ୍ଟିରେ ରଖି ରାଇକିଆ ବ୍ଲକର ପ୍ରତ୍ୟେକ ଗ୍ରାମର ୱାର୍ଡରେ ଭତ୍ତା ଟଙ୍କା ପହଞ୍ଚତ୍ବା ବ୍ୟବସ୍ଥା କରାଯାଇଛି। ଏଥିପାଇଁ ପଞ୍ଚାୟତ ଓ ବ୍ଲକର ବିଭିନ୍ନ ଅଧିକାରୀଙ୍କୁ ସତନ୍ତ୍ର ଦାୟିତ୍ୱ ଦିଆଯାଇଛି। ପର୍ଯ୍ୟାୟକ୍ରମେ ଗୋଟିଏ ପରେ ଗୋଟିଏ ୱାର୍ଡରେ ଏହା ବଣ୍ଟନ କରାଯାଉଛି। ବ୍ଲକରେ ସମୁଦାୟ ୮୭୫୯ ହିତାଧିକାରୀଙ୍କୁ ୪ ମାସ (ଏପ୍ରିଲ, ମେ, ଜୁନ, ଜୁଲାଇ)ର ଟଙ୍କା ପ୍ରଦାନ କରାଯାଇଛି। ଏଥିସହ ସମ୍ପୃକ୍ତ ଅଧିକାରୀ ବୃଦ୍ଧାବୃଦ୍ଧଙ୍କୁ କରୋନା ସମ୍ପର୍କିତ ସୂଚନା ଦେବାସହ ଯଥେଷ୍ଟ ସାମାଜିକ ଦୂରତା ରକ୍ଷା କରିବା ସମ୍ପର୍କରେ ପରାମର୍ଶ ଦେଉଛନ୍ତି।