ଘରୋଇ ବିମାନ ଉଡ଼ାଣ ପାଇଁ ଯୋଗାଇ ଦିଆଯିବ ୧% ଭାଟ୍‌ରେ ଇନ୍ଧନ

ଭୁବନେଶ୍ୱର,୨୨।୧(ବ୍ୟୁରୋ): ଭୁବନେଶ୍ୱର ଏୟାରଲାଇନ୍ସ ସିଇଓଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସୂଚନା ଦେଇ କହିଛନ୍ତି, ସିଙ୍ଗାପୁର, ବ୍ୟାଙ୍କକ୍‌, ଆବୁଧାବି କିମ୍ବା ଦୁବାଇକୁ ବିମାନ ଚଳାଚଳ ପାଇଁ ପ୍ରସ୍ତାବ ଦିଆଯାଇଛି। ପ୍ରୟାଗରାଜ ଓ କଲାଇକୁଣ୍ଡାକୁ ବିମାନ ଉଡ଼ାଣ ପାଇଁ ସୁଯୋଗ ସୃଷ୍ଟି କରାଯାଉଛି। ଉତ୍ତର ପୂର୍ବାଞ୍ଚଳ ଓ ବିମାନ ଯୋଗାଯୋଗ ନ ଥିବା ଅଞ୍ଚଳ ଉପରେ ଗୁରୁତ୍ୱ ଦିଆଯାଉଛି। ଏସବୁ ଅଞ୍ଚଳକୁ ଘରୋଇ ବିମାନ ଉଡ଼ାଣ ପାଇଁ ପ୍ରସ୍ତାବ ଦିଆଯାଇଛି। ଘରୋଇ ଉଡାଣ ପାଇଁ ୧ ପ୍ରତିଶତ ଭାଟ୍‌ରେ ଇନ୍ଧନ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।