ଘରୋଇ ବିଦ୍ୟାଳୟ ଶିକ୍ଷକ, ଛାତ୍ରୀଛାତ୍ରଙ୍କ ବିରୋଧ: ସହର ଅଳିଆ ଫେରିଲା ସହରକୁ

ଅନୁଗୋଳ ଅଫିସ, ୩୦।୮-ଅନୁଗୋଳ ପୌର ସଂସ୍ଥାକୁ ଛାଡ଼ୁନି ଅଳିଆ ବିବାଦ। ସହରର ଅଳିଆ ଯେଉଁଠି ପକାଯିବାକୁ ସ୍ଥାନ ଚିହ୍ନଟ ହେଉଛି ସେଠାରେ ବିରୋଧର ସ୍ବର ଦେଖିବାକୁ ମିଳୁଛି। ଗୁରୁବାର ଏପରି ଏକ ବିରୋଧ ଘଟଣା ଯୋଗୁ ଅଳିଆ ପକାଇବାକୁ ସକାଳୁ ଯାଇଥିବା ଟ୍ରାକ୍ଟର ସନ୍ଧ୍ୟାରେ ସେହି ଅଳିଆ ଧରି ପୁଣି ସହରକୁ ଫେରିଆସିଛି। ତେବେ ଏଥର ଗ୍ରାମବାସୀ ନୁହନ୍ତି ବରଂ ଏକ ଘରୋଇ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶିକ୍ଷକ ଏବଂ ଛାତ୍ରୀଛାତ୍ରମାନେ ଏପରି ବିରୋଧ କରିଛନ୍ତି। ସେମାନେ ରାସ୍ତାରେ କାଠଗଣ୍ଡି ପକାଇ ଅବରୋଧ କରିବାରୁ ପୌର ସଂସ୍ଥାର ଅଡ଼ୁଆ ବଢ଼ିବାରେ ଲାଗିଛି।
ଅନୁଗୋଳ ସହରର ଅଳିଆ ପଞ୍ଚମହଲା ଠାରେ ଥିବା ଲିକୁଇଡ୍‌ ଟ୍ରିଟମେଣ୍ଟ ପ୍ଲାଣ୍ଟ ପାଖରେ ପକାଯିବାକୁ ଜିଲା ପ୍ରଶାସନ ଜାଗା ଚିହ୍ନଟ କରିଥିଲା। ଗତ ୧ ତାରିଖରୁ ଉକ୍ତ ଚିହ୍ନଟ ଜାଗାରେ ପୌର ପ୍ରଶାସନ ପକ୍ଷରୁ ଅଳିଆ ପକାଯାଉଥିଲା। କିନ୍ତୁ ଗୁରୁବାର ସକାଳୁ ଅଳିଆ ଗାଡ଼ି ସେଠାକୁ ଯିବାବେଳେ ଉକ୍ତ ଘରୋଇ ବିଦ୍ୟାଳୟ ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କ ସହ ଛାତ୍ରୀଛାତ୍ରମାନେ ଏହାକୁ ବିରୋଧ କରିଥିଲେ। ଅଳିଆ ପକାଯିବାରୁ ସେଠାରେ ଦୁର୍ଗନ୍ଧ ହେବା ସହ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ତେଣୁ ଏଠାରେ ଅଳିଆ ନ ପକାଇ ବାକୁ ସେମାନେ ଦାବି କରିଥିଲେ। ଏପରି କି ଅଳିଆ ନେଇ ଟ୍ରାକ୍ଟର ଯାଉଥିବା ରାସ୍ତାକୁ ମଧ୍ୟ ଅବରୋଧ କରିଥିଲେ। ଫଳରେ ସେଠାରେ ଅଳିଆ ବୋଝେଇ ଟ୍ରାକ୍ଟର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଛିଡ଼ା ହେବା ପରେ ସନ୍ଧ୍ୟାରେ ପୁଣି ସହରକୁ ଫେରି ଆସିଥିଲା। ଏ ନେଇ ନିର୍ବାହୀ ଅଧିକାରୀ ଶୁଭେନ୍ଦୁ କୁମାର ଜେନା କହିଛନ୍ତି, ସେଠାରେ ଅଳିଆ ପକାଗଲେ କୌଣସି ସମସ୍ୟା ନାହିଁ। ବିଦ୍ୟାଳୟ ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କ ସହ ଛାତ୍ରୀଛାତ୍ର କହିଁକି ବିରୋଧ କରୁଛନ୍ତି ତାହା ସେ ଜାଣି ନାହାନ୍ତି। ଏ ନେଇ ଜିଲା ପ୍ରଶାସନକୁ ଅବଗତ କରାଯିବ। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଡାକି ଆଲୋଚନା କରାଯିବ ବୋଲି ନିର୍ବାହୀ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri