ଘରୋଇ ବିଦ୍ୟାଳୟ ଫି’ ପ୍ରସଙ୍ଗ: ରାସ୍ତାକୁ ଓହ୍ଲାଇଲା ଅଭିଭାବକ ମହାସଂଘ

ଭୁବନେଶ୍ୱର,୧୨ା୫(ବ୍ୟୁରୋ): କରୋନା ପାଇଁ ଘରୋଇ ବିଦ୍ୟାଳୟଗୁଡ଼ିକ ରି-ଆଡ୍‌ମିଶନ ଫି, ପରିବହନ ଖର୍ଚ୍ଚ, ଇନ୍‌ଫ୍ରାଷ୍ଟ୍ରକ୍ଚର ଫି, କମ୍ପ୍ୟୁଟର ଫି, ଡେ’ ବୋର୍ଡିଙ୍ଗ୍‌ ଫି ଆଦି ୩ ମାସ ପର୍ଯ୍ୟନ୍ତ ନ ନେବାକୁ ମୁଖ୍ୟମନ୍ତ୍ରୀ ଜଣାଇଥିଲେ। ହେଲେ ଘରୋଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଫୋନ କରି ଫି ମାଗୁଥିବା ଅଭିଯୋଗ କରିଛି ଓଡିଶା ଅଭିଭାବକ ମହାସଂଘ। ସୋମବାର ମହାସଂଘ କର୍ମକର୍ତ୍ତl ସୂଚନା ଭବନ ସମ୍ମୁଖରେ ଧାରଣା ଦେବାସହ ଫି ନ ମାଗିବାକୁ ବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି, ଓଡିଶା ମାନବିକ ଅଧିକାର କମିଶନଙ୍କ ନିର୍ଦ୍ଦେଶ ସତ୍ତ୍ୱେ ସ୍କୁଲ୍‌ଗୁଡ଼ିକ ନିଜେ ବହି ବିକ୍ରି କରୁଥିବାରୁ ଜାଣିଶୁଣି ତାଲିକା ପ୍ରକାଶ କରୁନାହାନ୍ତି। ସରକାର ପଦକ୍ଷପ ନ ନେଲେ ସାରା ରାଜ୍ୟରେ ଆନ୍ଦୋଳନ ଜୋରଦାର ହେବ। ଘରୋଇ ବିଦ୍ୟାଳୟ ପ୍ରୀତି ପାଇଁ ଲକ୍ଷ ଲକ୍ଷ ଅଭିଭାବକ ଆଜି ଯେଉଁ ମାନସିକ ଯନ୍ତ୍ରଣା ଭୋଗୁଛନ୍ତି ସେଥିପାଇଁ ସରକାର ଦାୟୀ ବୋଲି ଭଟ୍ଟ କହିଛନ୍ତି। ସବୁ ଜିଲାରେ ଏପରି ଧାରଣା ଦିଆଯାଇଥିଲା। ଭୁବନେଶ୍ୱର କାଯ୍ୟକ୍ରମରେ ବିଧାୟକ ସୁରେଶ ରାଉତରାଙ୍କ ସମେତ ମହାସଂଘ ଅଧ୍ୟକ୍ଷ ଭଟ୍ଟ ଭୁବନେଶ୍ୱର ଆବାହକ ଶଙ୍କର ସାମନ୍ତରାୟ, ସାଧାରଣ ସମ୍ପାଦକ ଅଶୋକ ପାଇକରାୟ, ମହାସଂଘର ସହ ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ, ଭୂମୋହନ ପଟ୍ଟନାୟକ ପ୍ରମୁଖ ସାମିଲ ଥିଲେ।