ଘରୋଇ କଳହ ବେଳେ ମାରପିଟ୍‌ରୁ ହତ୍ୟାକାଣ୍ଡ: କ୍ରିକେଟ ବ୍ୟାଟ୍‌ ମାଡ଼ରେ ଜୀବନ ଗଲା

ଯୋଡ଼ା,୨୧।୩(ଡି.ଏନ.ଏ.)- କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ସିଲିଯୋଡା ବେଲ ହଟିଂଠାରେ ଗୁରୁବାର ରାତିରେ ଘରୋଇ କଳହ ଓ ମାରପିଟ୍‌କୁ ନେଇ ଏକ ହତ୍ୟାକାଣ୍ଡ ଘଟିଛି। ଖବର ପାଇ ପୋଲିସ ଶୁକ୍ରବାର ଗାଁରେ ପହଞ୍ଚି ଦୟାଲ ମୁଣ୍ଡା(୪୦)ଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇ ତଦନ୍ତ କରୁଛି। ବଡବିଲ ଏସଡିପିଓ ସତ୍ୟ ବିକାଶ ଭୂୟଁା ଓ ବାମେବାରୀ ଥାନା ଓଆଇସି ଅମିତାଭ ଦାସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଏ ନେଇ ଥାନାରେ ଏକ ହତ୍ୟା ମାମଲା(ନଂ ୪୦/୨୦୨୦)ରୁଜୁ କରାଯାଇଛି।
ପୋଲିସ ସୂଚନା ଅନୁଯାୟୀ, ଗୁରୁବାର ରାତିରେ ଦୟାଲ ପାଟିତୁଣ୍ଡ କରି ତାଙ୍କ ସ୍ତ୍ରୀଙ୍କୁ ପ୍ରବଳ ମାଡ଼ ମାରିଥିଲେ ା ସେତେବେଳେ ଘରେ ଥିବା ଏକ କ୍ରିକେଟ ବ୍ୟାଟ୍‌ ଆଣି ଦୟାଲଙ୍କ ମୁଣ୍ଡକୁ ପିଟି ଦିଆଯିବାରୁ ରକ୍ତସ୍ରାବ ଘଟି ତାଙ୍କର ମୃତ୍ୟୁ ହୋଇଥିଲା। ଏ ସମ୍ପର୍କରେ ସ୍ଥାନୀୟ ଲୋଙ୍କଠାରୁ ଖବର ପାଇ ପୋଲିସ ପହଞ୍ଚି କ୍ରିକେଟ ବ୍ୟାଟ୍‌ ଜବତ କରିବା ସହ ଅଭିଯୁକ୍ତ ଜଣେ ମହିଳାଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିବା କହିଛି।