‘ଘରେ ଯୋଗାଇ ଦିଆଯିବ ରାଶନ, ଖାଦ୍ୟ’ ନିର୍ଦ୍ଦେଶନାମା ଜାରି କଲା ପ୍ରଶାସନ

ଭଦ୍ରକ ଅଫିସ, ୨୯ା୩- ଲକ୍‌ଡାଉନ୍‌ ପରିସ୍ଥିତିରେ ଜନସାଧାରଣଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ଜିଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ନେହେରୁ ଷ୍ଟାଡିୟମରେ ପରିବା ଦୋକାନରେ କିଣାବିକାରେ ଶୃଙ୍ଖଳା ସହିତ ସାମାଜିକ ଦୂରତା ବଜାୟ ରଖିବା ଏବଂ ଆର୍‌ଏମ୍‌ସି ମାର୍କେଟରେ ମାଛ, ମାଂସ ବିକ୍ରୟ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି। ଭିଡ଼କୁ ନଜରରେ ରଖି ଲୋକେ ଗ୍ରସେରି ସାମଗ୍ରୀ ଏବଂ ଯେଉଁମାନେ ଖାଦ୍ୟ ମଗାଇ ଖାଇବାକୁ ଚାହାନ୍ତି ସେମାନଙ୍କ ପାଇଁ ନିର୍ଦ୍ଧାରିତ ଦୋକାନର ଫୋନ ନମ୍ବର ଜନସାଧାରଣଙ୍କୁ ଅବଗତ କରାଯାଇଛି। ଜନସାଧାରଣ ବାହାରକୁ ବାହାରି ଅଯଥା ଗ୍ରସେରି ଦୋକାନ ଆଗରେ ଭିଡ଼ ନ କରିବାକୁ କୁହାଯାଇଛି। ଲକ୍‌ଡାଉନ୍‌ ଆଇନର ଅମାନ୍ୟ ହେଲେ ପ୍ରଶାସନ କଠୋର ପଦକ୍ଷେପ ନେବ ବୋଲି ମଧ୍ୟ ସୂଚନା ଦିଆଯାଇଛି।