ଘରେ ପଶି ସୁନା,ଟଙ୍କା ଚୋରି

ଧରାକୋଟ,୨୮ା୫(ଡି.ଏନ୍‌.ଏ.)- ଧରାକୋଟ ଥାନା ଢଉଗଁା କନ୍ଧସାହିର ଶତ୍ରୁଘ୍ନ ନାହାକଙ୍କ ଘରୁ ବୁଧବାର ବିଳମ୍ବିତ ରାତିରେ ଚୋରି ହୋଇଛି। ୮୦ ଗ୍ରାମ ସୁନା ଅଳଙ୍କାର ସହ ୪୨ ହଜାର ଟଙ୍କା ଦୁର୍ବୃତ୍ତ ଚୋରି କରି ନେଇଥିବା ଶତ୍ରୁଘ୍ନ ଧରାକୋଟ ଥାନାରେ ଏତଲା ଦେଇଛନ୍ତି। ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଶତ୍ରୁଘ୍ନ ନିଜ ପରିବାର ବର୍ଗଙ୍କ ସହ ଶୋଇଥିବାବେଳେ ଘର ବାରିପଟୁ ଚୋରମାନେ କବାଟ ତାଡ଼ି ପଶି ବାକ୍ସରେ ଥିବା ଟଙ୍କା ଓ ସୁନାକୁ ଲୁଟି ନେଇଥିଲେ।