ଘରେ ପଶି ଟଙ୍କା,ସୁନା ଲୁଟିଲେ ଦୁର୍ବୃତ୍ତ

ଖଲ୍ଲିକୋଟ,୧୬ା୧୦(ଡି.ଏନ.ଏ.): ଖଲ୍ଲିକୋଟ ବ୍ଲକ କନ୍ଦିଗାଁ ଗ୍ରାମରେ ଟୁକୁନା ସ୍ବାଇଁଙ୍କ କବାଟ ଭାଙ୍ଗି ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ଟଙ୍କା ଓ ସୁନା ଲୁଟି ନେଇଛନ୍ତି। ସୂଚନା ଅନୁଯାୟୀ, ସ୍ବାସ୍ଥ୍ୟ ଖରାପ ଥିବାରୁ ଚିକିତ୍ସା ପାଇଁ ଟୁକୁନା ଏବଂ ତାଙ୍କ ସ୍ତ୍ରୀ ଭୁବନେଶ୍ୱର ଚାଲି ଯାଇଥିଲେ। ନିଜ ଘରେ ବିଧବା ମା’ ଓ ସାନଭାଇ ଏବଂ ତାଙ୍କ ସ୍ତ୍ରୀ ରହିଥିଲେ। ମଙ୍ଗଳବାର ମଧ୍ୟରାତ୍ରରେ କେତେକ ଡ଼କାୟତ ବାଡ଼ି ପାଖ ଗ୍ରୀଲ ଗେଡ଼ା କାଟି କାଠ କବାଟ ଗେଡ଼ା ଭାଙ୍ଗି ଘରେ ପଶିଥିଲେ। ସାନଭାଇ ମୁନା ଓ ତାଙ୍କ ସ୍ତ୍ରୀ ଥିବା ବଖରାର ବାହାରପଟୁ ଗେଡ଼ା ପକାଇ ଦେଇଥିଲେ। ମା’ଙ୍କୁ ଧକ୍କା ମାରି ବେକରୁ ସୁନା ମାଳି ଛିଡ଼ାଇ ନେଇଥିଲେ ଏବଂ ଟୁକୁନା ରୁମରୁ ଆଲମାରି ଓ ଟିଣ ବାକ୍ସ ବାହାରକୁ ନେଇ ଭାଙ୍ଗି ସେଥିରେ ଥିବା ପ୍ରାୟ ୫ ତୋଳା ସୁନା ଅଳଙ୍କାର, ନଗଦ ଟଙ୍କା ଲୁଟି ନେଇଥିଲେ। ବୁଧବାର ମା’ ଅପାଳି ଖଲିକୋଟ ଥାନାରେ ଏତଲା ଦେଇଛନ୍ତି। ପୋଲିସ ଏସ୍‌ଆଇ ଶିଲୁ ଧଳ ପୋଲିସ ଟିମ ସହ ଘଟଣାସ୍ଥଳରେ ପହଞ୍ଚତ୍ ଅନୁସନ୍ଧାନ ଜାରି ରଖିଛନ୍ତି।