ଘରଭଡ଼ା, ମେଡିକାଲ ଆଲାଉନ୍ସ ଟଙ୍କା ଆତ୍ମସାତ୍‌ ଅଭିଯୋଗ:  ସରକାରୀ କ୍ୱାର୍ଟର୍ସରେ ରହି କର୍ମଚାରୀ ନେଉଛନ୍ତି ଭଡ଼ା

ବ୍ରହ୍ମପୁର ଅଫିସ,୨୪ା୧୦-ବ୍ରହ୍ମପୁର ମହାନଗର ନିଗମରେ ଲକ୍ଷ ଲକ୍ଷ ଟଙ୍କା ଆମତ୍ସାତ ଅଭିଯୋଗ ହୋଇଛି । ବୁଧବାର ବିଜିପୁର ସନ୍ତୋଷୀ ମା’ମନ୍ଦିର କଲ୍ୟାଣ ମଣ୍ଡପରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏଭଳି ଅଭିଯୋଗ କରିଛି ଭାରତୀୟ ବିକାଶ ପରିଷଦ। ପରିଷଦ ଅଭିଯୋଗ ପ୍ରକାରେ, ବିଏମ୍‌ସିରେ କାର୍ଯ୍ୟରତ କର୍ମଚାରୀମାନେ କ୍ୱାର୍ଟର୍ସରେ ରହିବା ସତ୍ତ୍ୱେ ଘରଭଡା ଆଲାଉନ୍ସ, ମେଡିକାଲ ଆଲାଉନ୍ସ ଟଙ୍କା ସହ ବାର୍ଦ୍ଧକ୍ୟ ଭତ୍ତା ପାଣ୍ଠିରୁ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ ହୋଇଥିବା ନେଇ ଅଡିଟ ରିପୋର୍ଟରେ ଦର୍ଶାଯାଇଥିବା ପରିଷଦ ସମ୍ମିଳନୀରେ ପ୍ରକାଶ କରିଛି ା ସରକାରୀ କାର୍ଯ୍ୟାଳୟରୁ ୮ କି.ମି. ବ୍ୟାସାର୍ଦ୍ଧ ମଧ୍ୟରେ ଘର ଭଡା ନେଇ ରହୁଥିବା କିମ୍ବା ନିଜ ଘରେ ରହୁଥିବା କର୍ମଚାରୀମାନେ ଘରଭଡା ଆଲାଉନ୍ସ ପାଇବା ନେଇ ଅର୍ଥ ବିଭାଗର ନିଦ୍ଦେଶନାମା ରହିଛି ା କିନ୍ତୁ ବିଏମ୍‌ସିର ୩୯ କର୍ମଚାରୀ ସରକାରୀ କ୍ୱାର୍ଟର୍ସରେ ରହିବା ସତ୍ତ୍ୱେ ଦରମା ସହିତ ଘରଭଡା ଆଲାଉନ୍ସ ପାଇଛନ୍ତି ା ୨୦୧୬-୧୭ ପାଇଁ ୩୯ କର୍ମଚାରୀ ଘରଭଡା ଆଲାଉନ୍ସ ବାବଦକୁ ପ୍ରାୟ ୪ ଲକ୍ଷ ୭୬ ହଜାର ୩୧୩ ଟଙ୍କା ପାଇଥିବା ଲୋକାଲ ଫଣ୍ଡ ଅଡିଟ ତାର ରିପୋର୍ଟରେ ଦର୍ଶାଇଛି ା
ସେହିପରି ମ୍ୟୁନିସିପାଲିଟି ଓ ଏନ୍‌ଏସିର କୌଣସି କର୍ମଚାରୀ ମେଡିକାଲ ଆଲାଉନ୍ସ ଗ୍ରହଣ କରିପାରିବେ ନାହିଁ ବୋଲି ଗୃହ ଓ ନଗର ଉନ୍ନୟନ ବିଭାଗ ମେ ୨୦୦୮ରେ ନିର୍ଦ୍ଦେଶନାମା ଜାରି କରିଛି। ଏହାସତ୍ତ୍ୱେ ୨୦୧୫-୧୬ରେ ବିଏମ୍‌ସି କର୍ମଚାରୀମାନଙ୍କୁ ମେଡିକାଲ ଆଲାଉନ୍ସ ବାବଦକୁ ୧୭ ଲକ୍ଷ ୩୯ ହଜାର ୮୦୫ ଟଙ୍କା ପ୍ରଦାନ କରାଯାଇଥିବା ମଧ୍ୟ ଅଡିଟ ରିପୋର୍ଟରେ ଦର୍ଶାଯାଇଛି। କେବଳ ସେତିକି ନୁହେଁ, ବିଏମ୍‌ସିରୁ ପ୍ରଦାନ କରାଯାଉଥିବା ବାଦ୍ଧକ୍ୟ ଭତ୍ତା, ମଧୁବାବୁ ପେନସନ ଯୋଜନା, ବିଧବା ଭତ୍ତା, ଅକର୍ମଣ୍ୟ ଭତ୍ତା ଟଙ୍କା ମଧ୍ୟ ଆତ୍ମସାତ କରାଯାଇଥିବା ଅଡିଟ ରିପୋର୍ଟରୁ ଜଣାପଡିଛି ା ଅକ୍ଟୋବର ୨୦୧୬ରେ ମୃତ୍ୟୁବରଣ କରିଥିବା ଜନୈକ ବିଧବାଙ୍କ ନାମରେ ଅକ୍ଟୋବର ୨୦୧୬ ରୁ ଏପ୍ରିଲ ୨୦୧୭ ପର୍ଯ୍ୟନ୍ତ ଭତ୍ତା ଟଙ୍କା ପ୍ରଦାନ କରାଯାଇଛି। ବାର୍ଦ୍ଧକ୍ୟ ଭତ୍ତା ତଥା ମଧୁବାବୁ ପେନସନ ଯୋଜନାରେ ୩୦ କେସରେ ୧୦ ୱାର୍ଡରେ ଅଧିକ ଉତ୍ତରାଧିକାରୀଙ୍କୁ ବଣ୍ଟାଯାଇଥିବା ଦର୍ଶାଇ ୪୬ ହଜାର ଟଙ୍କା ଆତ୍ମସାତ କରାଯାଇଥିବା ଲୋକାଲ ଫଣ୍ଡ ଅଡିଟ ରିପୋର୍ଟରେ ଦର୍ଶାଇଥିବା ପରିଷଦ ସଭାପତି ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ତେବେ ବେନିୟମ ଭାବେ ନେଇଥିବା ଘରଭଡା ଓ ମେଡିକାଲ ଆଲାଉନ୍ସ ଟଙ୍କା ଆଦାୟ ସହ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଆତ୍ମସାତ କରିଥିବା ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଅଡିଟ ପକ୍ଷରୁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲେ ମଧ୍ୟ ନିଗମ ପକ୍ଷରୁ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ପରିଷଦ କହିଛି ା ତେଣୁ ଏହି ଆତ୍ମସାତ୍‌ ଟଙ୍କା ସୁଧ ସହ ଆଦାୟ କରାଯିବା ସହ ଏଥିରେ ସମ୍ପୃକ୍ତ କର୍ମଚାରୀ, ଅଧିକାରୀଙ୍କ ବିରୋଧରେ ଫୌଜଦାରି ମକଦ୍ଦମା ୭ ଦିନ ମଧ୍ୟରେ ରୁଜୁ କରିବାକୁ ପରିଷଦ ସଭାପତିି ସୁରେନ୍ଦ୍ର ପାଣିଗ୍ରାହୀ ଦାବି କରିଛନ୍ତି। ଦାବିପୂରଣ ନ ହେଲେ ପରିଷଦ ପକ୍ଷରୁ ଫୌଜଦାରୀ ମକଦ୍ଦମା ରୁଜୁ କରିବାକୁ ସମ୍ମିଳନୀରେ ଚେତାବନୀ ଦିଆଯାଇଛି ା ଖବରଦାତା ସମ୍ମିଳନୀରେ ସୁଧାଂଶୁ ଶେଖର ପଣ୍ଡା, ଡ. ଶିବ ପ୍ରସାଦ ମିଶ୍ର, ମୋହନ ସିଙ୍ଗାରୀ, ଲଳିତ ମୋହନ ପାଢୀ, କୈଳାସ ପାଣିଗ୍ରାହୀ, ସମାଜିକ କର୍ମୀ କିଶୋର ଚନ୍ଦ୍ର ପାତ୍ର, ବାସୁଦେବ ସାହୁକାର, ସଫିକ ଅହମ୍ମଦ ପ୍ରମୁଖ ମଞ୍ଚାସୀନ ଥିଲୋ


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଦଶମ ଶ୍ରେଣୀ ନାବାଳିକାଙ୍କୁ ଅପହରଣ କରି କରିଥିଲେ ବଳାତ୍କାର, ମୋବାଇଲ୍‌ ଟ୍ରାକିଂ କରି ଅଭିଯୁକ୍ତଙ୍କୁ ମାଡ଼ି ବସିଲା…

ଦିଗପହଣ୍ଡି, ୪।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri