ଘରଘର ବୁଲି ଛାତ୍ରୀଛାତ୍ର୍ରଙ୍କୁ ପାଠ୍ୟପୁସ୍ତକ ବାଣ୍ଟିଲେ ଶିକ୍ଷକ

ବୁଗୁଡ଼ା,୩୦ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ଛାତ୍ରୀଛାତ୍ରଙ୍କ ଘରକୁ ଘର ବୁଲି ପାଠ୍ୟପୁସ୍ତକ ବଣ୍ଟନ କରିଛନ୍ତି। ବୁଗୁଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ମୋଟ୍‌ ୧୪୦୦୦ରୁ ଅଧିକ ଛାତ୍ରୀଛାତ୍ରଙ୍କ ଲାଗି ୭୬୦୦୦ ପାଠ୍ୟପୁସ୍ତକ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଆସିଥିବା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ ଚନ୍ଦ୍ର ସେନାପତି
ପ୍ରକାଶ କରିଛନ୍ତି। ଏହି ବହିଗୁଡ଼ିକୁ ଗୋଳାବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଭାକର ଦାଶ, ସହକାରୀ ଶିକ୍ଷକ ସୁଶାନ୍ତ
ସେଠୀ, ସିଆରସିସି ରାଜକିଶୋର ଦାଶ ଗୋଳାବନ୍ଧ ଗ୍ରାମର ଛାତ୍ରୀଛାତ୍ରଙ୍କ ଘରକୁ ଘର ଯାଇ ବାଣ୍ଟିଛନ୍ତି।