ଗୟାଧରକୁଁ ସାହାଯ୍‌ର ହାତ୍‌ ବଢ଼ାଲା ପରଶାସନ

ପର୍ଲା, ୧୬।୧ (ଡି.ଏନ୍‌.ଏ)- କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଜୟନ୍ତପୁର ଗାଁର ଗୟାଧର ଲୋହାର(୨୫) ଅନେକ୍‌ ଦିନ୍‌ ହେଲା କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପୀଡ଼ିତ ଅଛନ୍‌। ଇ ବାବ୍‌ଦେ ୧୪ ତାରିଖ ମଙ୍ଗଲବାର ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ଅଜନା ରୋଗ୍‌ରେ ପୀଡ଼ିତ ଗୟାଧର, ସରକାରୀ ଚିକିଛା ସାହାଯ୍‌ ଆଶ୍‌ରେ ମା’ବାପ୍‌’ ଶୀରଷକ୍‌ରେ ଖବର ବାହାରିଥିଲା। ଖବର ବାହାରଲା ଉତରୁ ଥାନୀଅ ପରଶାସନ ଗୟାଧରକୁଁ ସାହାଯ୍‌ର ହାତ୍‌ ବଢ଼େଇଛେ।
ପୂରବର ସୂଚନା ଅନ୍‌ସାରେ ଜୟନ୍ତପୁର ଗଁାର ଧନସିଂ ଲୋହାର(୬୫)କଁର ପରିବାର କହେଲେ ମାଏକିନା ଧନମତି(୫୫), ଦୁଇ ପୁଓ କେଶରୀ(୩୦), ଗୟାଧର(୨୫)କୁଁ ନେଇ ସଁସାର। ପରିବାରଟା ନିହାତି ଗରିବ୍‌। ଘରେ ଅଭାବ ଅନାଟନ ସବୁବେଲେ ଲାଗି ରହିଛେ। ଏନ୍‌ତାଥି ଗଲା ୪ ବଛର ତଲେ ସାନ୍‌ ପୁଓ ଗୟାଧରକଁର ଛାତିରେ ଗୁଟେ ଘା’ ହେଇଥିଲା। ପରିବାର ଲୋକ୍‌ ତାହାକୁ ଆସର ପାସର ଡାକ୍‌ତରଖାନାରେ ଚିକିଛା କରେଇ ନିରାଶ ହେଇଥିଲେ। ଇଆଡ଼େ ଡାକ୍‌ତରକଁର କହେବାର ହେଲା ଉଚ ଚିକିଛା କଲେ ଗୟାଧରକଁର ରୋଗ୍‌ ଭଲ ହେଇଯିବା। ହେଲେ ଟଁକା ପଏସା ଅଭାବୁ ପରିବାର ଲୋକ୍‌ ଗୟାଧରକଁର ଉଚ ଚିକିଛା କରେଇ ନାଇଁପାରୁଥାଇ। ଉପେ ଶୂଇନ୍‌ ପରିବାର ଲୋକ୍‌ ଇ ବାବ୍‌ଦେ ଥାନୀଅ ଧରିତ୍ରୀ ପରତିନିଧିକୁଁ ଜନେଇଥିଲେ। ସେ ହିସାବେ ଗଲା ୧୪ ତାରିଖ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ଗୟାଧରକଁର ବାବ୍‌ଦେ ଟିକିନିଖିନୁ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ମଙ୍ଗଲବାର ପର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକିଛା ଅଧ୍‌କାରୀକଁର ନିରଦେଶରେ ଆର ଡା.ଲଲିତ ବେହେରାକଁର ମଂଗୁଆଲତିରେ ଗୁଟେ ଡାକ୍‌ତରୀ ଦଲ ଗୟାଧରକଁର ଘରେ ପୁହୁଁଚିଥିଲେ। ଡାକ୍‌ତରୀ ଦଲ ଗୟାଧରକଁର ପରୀକ୍ଷା ନିରୀକ୍ଷା କରବାର ସଂଗେ ଚିକିଛା କରିଥିଲେ। ଡା.ଲଲିତ ବେହେରା ଗୟାଧରକଁର ଉଚ ଚିକିଛା ନିହାତି ଦରକାର ବଲି କହିଛନ୍‌। ସେନ୍‌ତା ଗୟାଧରକୁଁ ପହେଲା ଚିକିଛା ଲାଗି ଜିଲା ମୁଖିଆ ଡାକ୍‌ତରଖାନାକେ ପଠାଯିବା ଆର ଦରକାର ପଡ଼ଲେ କଟକ ବଡ଼ ଡାକ୍‌ତରଖାନା ପଠାବାର ବେବସ୍‌ତା କରାଯିବା ବଲି ପର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକିଛା ଅଧ୍‌କାରୀ ସଞ୍ଜୀବ ନାଏକ କହିଛନ୍‌।