ଗ୍ରୀନ୍‌ ଜୋନ୍‌ରେ ନୂଆପଡ଼ା, ତଥାପି ଛାଡ଼ୁନି ଭୟ

ନୂଆପଡ଼ା ଅଫିସ,୨୨ା୫-ମହାମାରୀ କରୋନା ସମଗ୍ର ବିଶ୍ୱକୁ ଗ୍ରାସିଛି। ଭାରତରେ ଏହାର ମୁକାବିଲା ଲାଗି କେତେକ କଟକଣା ଜାରି କରାଯାଇଛି। ସମଗ୍ର ଦେଶ ଲକ୍‌ଡାଉନ୍‌ ରହିଛି। ଲକ୍‌ଡାଉନ୍‌ ଯୋଗୁ ଲୋକଙ୍କ ଜୀବନ ଜୀବିକା ଦୁର୍ବିଷହ ହୋଇ ପଡ଼ିଲାଣି। ଆଶା ଆଉ ଆଶଙ୍କା ଭିତରେ ଲୋକେ ଦିନ କାଟୁଛନ୍ତି। ଓଡ଼ିଶାର ୩୦ ଜିଲାରୁ ୨୨ଟି ଜିଲା କରୋନା କବଳରେ ପଡ଼ିଲାଣି। ଅବଶ୍ୟ ନୂଆପଡା ଜିଲା ବର୍ତ୍ତମାନ ସୁଦ୍ଧା ଗ୍ରୀନ୍‌ ଜୋନ୍‌ରେ ରହିଛି। ଏଠାରେ ଏବେ ସୁଦ୍ଧା କେହି କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ଏଣୁ ଲୋକେ ଟିକିଏ ଆଶ୍ୱସ୍ତ ଅଛନ୍ତି। ହେଲେ ଜିଲାକୁ ଆସିବାକୁ ଥିବା ପ୍ରବାସୀ ଓଡ଼ିଆଙ୍କ ଚିନ୍ତା ଲୋକଙ୍କୁ ଘାରିଛି। ଜିଲାକୁ ଫେରିବାକୁ ୭୦ହଜାର ଶ୍ରମିକ ପଞ୍ଜୀକରଣ କରିଛନ୍ତି। ହେଲେ ମାତ୍ର ୧୦ହଜାର ଶ୍ରମିକ ଆସିଛନ୍ତି। ବାକି ୬୦ହଜାର ଶ୍ରମିକ ଆସିବେ। ଏଣୁ ସେମାନେ ଫେରିବା ପରେ ସ୍ଥିତି କ’ଣ ହେବ ତାହାକୁ ନେଇ ଭୟ ରହୁଛି। ଅବଶ୍ୟ ସେମାନଙ୍କ ଆଗମନକୁ ଦୃଷ୍ଟିରେ ରଖି ଜିଲାବ୍ୟାପୀ କ୍ୱାରାଣ୍ଟାଇନ୍‌ ସେଣ୍ଟର ଖୋଲା ଯାଇଛି। ହେଲେ ଏହା ଯଥେଷ୍ଟ ନୁହେଁ ବୋଲି ପ୍ରମାଣ କରୁଛି। କାରଣ ଜିଲାର ୧୩୧ଟି ପଞ୍ଚାୟତ ଏବଂ ୩ଟି ଏନ୍‌ଏସିରେ ମାତ୍ର ୭୮୧ଟି ସଙ୍ଗରୋଧ କେନ୍ଦ୍ରର ବ୍ୟବସ୍ଥା ହୋଇଛି। ଏଥିରେ ପାଖାପାଖି ୨୯ହଜାର ୭୨୧ଲୋକଙ୍କୁ ରଖାଯାଇପାରିବ। ଏଣୁ ବାକି ପ୍ରବାସୀ କେଉଁଠି ରହିବେ ତାହାକୁ ନେଇ ପ୍ରଶ୍ନ ଉଠିଛି।
ଅନ୍ୟପକ୍ଷେ ଏହି ଜିଲାରୁ ଏ ପର୍ଯ୍ୟନ୍ତ ମାତ୍ର ୧ ହଜାର ସ୍ବାବ୍‌ ପରୀକ୍ଷା ସକାଶେ ଯାଇଛି, ମାତ୍ର ୩୨୧ଟି ନମୁନାର ରିପୋର୍ଟ ଆସିଛି। ବାକି ୬୭୯ ରିପୋର୍ଟ ମିଳି ନାହିଁ। ପୁଣି ସ୍ବାବ୍‌ ପରୀକ୍ଷା କଥା ବିଚାରକୁ ନିଆଗଲେ ବିଭିନ୍ନ କାରଣରୁ ରିପୋର୍ଟ ବିଳମ୍ବରେ ଆସୁଛି। ତେବେ ସିଡିଏମ୍‌ଓ କାଳୀପ୍ରସାଦ ବେହେରା ରିପୋର୍ଟ ମିଳିବାରେ ବିଳମ୍ବ ହେବାକୁ ସ୍ବୀକାର କରିଛନ୍ତି। ହେଲେ କାରଣ ଜାଣି ନାହାନ୍ତି। ମୁକାବିଲା ପାଇଁ କିନ୍ତୁ ସବୁ ପ୍ରକାର ପ୍ରସ୍ତୁତି କରାଯାଇଛି। ପ୍ରଶାସନର ସମସ୍ତେ ସଜାଗ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ବ୍ୟବସାୟୀଙ୍କ ଘରୁ ଚୋରି କରି ଧରାପଡ଼ିଲେ

ଖଡ଼ିଆଳ,୧୮।୨: ନୂଆପଡ଼ା ଜିଲା ୧୧ ନମ୍ବର ୱାର୍ଡ ପୁଟୁପଡ଼ାରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଘରୁ ବଡ଼ଧରଣର ଚୋରି ହୋଇଥିଲା। ପୋଲିସ ବୁଧବାର ଉକ୍ତ ଘଟଣାର ପର୍ଦ୍ଦାଫାଶ କରିଛି।…

ହାତୀ ଭୟ: ରାତିରେ ଗଛ ଉପରେ ବିତୁଛି ଜୀବନ

ନୂଆପଡ଼ା,୧୩ା୨(ମକାରୁ ବେମାଲ): ହାତୀ ଭୟ ଯୋଗୁ ରାତି ହେଲେ ଲୋକେ ଗଛ ଉପରେ ଜୀବନ ବିତାଉଛନ୍ତି। ଏଭଳି ଦୃଶ୍ୟ ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା…

ବିଜୁ ଏକ୍ସପ୍ରେସ୍‌ ୱେ ମରଣଯନ୍ତା: ପ୍ରତିଦିନ ଦୁର୍ଘଟଣା

ନୂଆପଡ଼ା,୧୦ା୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ଲାଇଫ୍‌ଲାଇନ କୁହାଯାଉଥିବା ବିଜୁ ଏକ୍ସପ୍ରେସ୍‌ ଫୋର ୱେ ଏବେ ମରଣଯନ୍ତା ପାଲଟିଛି। ଏଥିଯୋଗୁ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟି ନିରୀହ…

ଆର୍‌ଏସ୍‌ସିସି କପ୍‌ କ୍ରିକେଟ: ଦେଶୀ ବୟେଜ ସେମିରେ

ନୂଆପଡ଼ା,୭ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ସମ୍ଭବ ଖେଳପଡିଆରେ ଶନିବାର ରାଇଜିଂ ଷ୍ଟାର ୟୁଥ୍‌ କ୍ଲବ ଦ୍ୱାରା ଆୟୋଜିତ ୧୯ତମ ଆର୍‌ଏସ୍‌ସିସି କପ…

ସମସ୍ୟା ଘେରରେ ସାହାଜଟ ଆଶ୍ରମ ବିଦ୍ୟାଳୟ: ବାରଣ୍ଡାରେ ବସି ପାଠ ପଢୁଛନ୍ତି ପିଲା

ନୂଆପଡ଼ା,୬ା୨ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଜଟଗଡ ପଞ୍ଚାୟତର ସାହାଜଟ ଆଶ୍ରମ ବିଦ୍ୟାଳୟ ସମସ୍ୟାଘେରରେ ଗତିକରୁଛି। ୧୯୫୫ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ…

ଘର ଭାଙ୍ଗି ଧାନ, ଚାଉଳ ଖାଇଲେ ହାତୀପଲ

ନୂଆପଡ଼ା,୫ା୨ (ମକାରୁ ବେମାଲ):ନୂଆପଡ଼ା ଜିଲା ସୁନାବେଡା ଅଭୟାରଣ୍ୟ ଭିତରେ ବସବାସ କରୁଥିବା ଏକ ଗଁାର ୧୦ରୁ ଊର୍ଦ୍ଧ୍ୱ ଘରକୁ ହାତୀ ଭାଙ୍ଗିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ…

୯୮ ଥର ରକ୍ତଦାନକରି ଚର୍ଚ୍ଚାରେ କିଶୋର: ଅନେକ ଲୋକଙ୍କ ଜୀବନ…

ନୂଆପଡ଼ା,୩ା୨ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ କୁଲିଆବନ୍ଧା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ କିଶୋର କୁମାର ପରିଡ଼ା ୯୮ ଥର ରକ୍ତଦାନକରି ଚର୍ଚ୍ଚାରେ ଅଛନ୍ତି। ସ୍ବେଚ୍ଛାକୃତ ରକ୍ତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri