ଗ୍ରାହକଙ୍କ ୪୧ ବର୍ଷର ବିଶ୍ୱାସ ସହ ବଢୁଛୁ

ଆସିଛି ପାର୍ବଣ ଋତୁ। ଏହି ସମୟରେ ବିଭିନ୍ନ ପ୍ରଡକ୍ଟ କ୍ରୟ କଲେ ଶୁଭ ବୋଲି ସାଧାରଣରେ ବିଶ୍ୱାସ ରହିଛି। ବିଭିନ୍ନ ପ୍ରଡକ୍ଟ ମଧ୍ୟରେ କଞ୍ଜ୍ୟୁମର ଡ୍ୟୁରେବଲ୍‌ର ଗୁରୁତ୍ୱ ସ୍ବତନ୍ତ୍ର। ରାଜ୍ୟରେ ଏହି ପ୍ରଡକ୍ଟ ଯୋଗାଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଡିଲରଶିପଗୁଡିକ ଏବେ ପ୍ରସ୍ତୁତ। ଏ କ୍ଷେତ୍ରରେ ରାଜ୍‌ ଇଲେକଟ୍ରୋନିକ୍ସ ଏକ ପରିଚିତ ବ୍ରାଣ୍ଡ ନାମ। ପାର୍ବଣରେ ବିକ୍ରି ପ୍ରସ୍ତୁତି, ପ୍ରଡକ୍ଟ କ୍ରୟ ନେଇ ଲୋକଙ୍କ ରୁଚି, ଶୋ’ରୁମର ସେବା ଯୋଗାଣ ସମ୍ପର୍କରେ ଏହାର ସ୍ବତ୍ୱାଧିକାରୀ ପ୍ରକାଶ ବିଶ୍ୱାଳ(ଟୁଟୁ ଭାଇ)ଙ୍କ ସହ ‘ଧରିତ୍ରୀ’ର ସାକ୍ଷାତ୍‌କାର।…..
-ରାଜ୍‌ ଇଲେକ୍‌ଟ୍ରୋନିକ୍ସ ରାଜ୍ୟରେ କିଭଳି ଉପସ୍ଥିତି ଜାହିର କରିଛି ?
– ରାଜ୍ୟରେ ରାଜ୍‌ ଇଲେକ୍‌ଟ୍ରୋନିକ୍ସ ଉପସ୍ଥିତିକୁ ଦୃଢ କରି ପାରିଛି। ଭୁବନେଶ୍ୱରରେ ୫ ଷ୍ଟୋର, କଟକ, ଯାଜପୁର ରୋଡରେ ୨ ଷ୍ଟୋର, ଯାଜପୁର ଟାଉନ, ଭଦ୍ରକ, ବାଲେଶ୍ୱର, ରାଉରକେଲା, ଝାରସୁଗୁଡା, ଅନୁଗୋଳରେ ୨ ଏବଂ ତାଳଚେରରେ ନିଜସ୍ବ ଷ୍ଟୋର ଦ୍ୱାରା ସେବା ଯୋଗାଣ ହେଉଛି। ଏହାବାଦ ପ୍ରାଞ୍ଚାଇଜି ଷ୍ଟୋର ଦ୍ୱାରା ଜାରକା, ଜଳେଶ୍ୱର, ଯାଜପୁର ରୋଡ କେଶଦୁରାପାଳ, ବନ୍ତ ଭଳି ସ୍ଥାନଗୁଡିକରେ ଗ୍ରାହକଙ୍କ ପାଖରେ ପହଞ୍ଚି ପାରିଛୁ।
– ଗ୍ରାହକ ଆଦୃତି ପାଇବାରେ କେଉଁ ପ୍ରସଙ୍ଗଗୁଡିକ ସହାୟକ ହୋଇଛି ?
-ଗତ ୪୧ ବର୍ଷ ହେବ ଗ୍ରାହକଙ୍କୁ ସେବା ଯୋଗାଇ ଦେଉଛୁ। ରାଜ୍‌ ଇଲେକ୍‌ଟ୍ରୋନିକ୍ସ ଏବଂ ବିଶ୍ୱାଳ ସେଲ୍‌ସ ଓଡିଶାର ବିଶ୍ୱାସଯୋଗ୍ୟ ବ୍ରାଣ୍ଡ ନାମ ହୋଇ ପାରିଛି। ଏହି ବିଶ୍ୱାସ ସହ ଅଗ୍ରସର ହେଉଛୁ। ସେବାରେ ପ୍ରମୁଖ ସ୍ଥାନରେ ରହିବା ସହ ଲୋକଙ୍କୁ ତ୍ୱରିତ ସେବା ଯୋଗାଣକୁ ପ୍ରାଥମିକତା ଦେଉଛୁ। ଗ୍ରାହକ ଯେଭଳି କୌଣସି ଅସୁବିଧାର ସାମ୍ନା ନ କରନ୍ତି ତାକୁ ନିଜେ ପ୍ରତ୍ୟକ୍ଷ ଭାବେ ଦେଖିଥାଏ। ପ୍ରତ୍ୟକ୍ଷ ସମ୍ପର୍କରେ ରହି ଗ୍ରାହକଙ୍କ ସମସ୍ୟା ସମାଧାନକୁ ଗୁରୁତ୍ୱ ଦେଇଥାଉ।
– ପାର୍ବଣରେ କ୍ରୟ ଉପରେ କେଉଁ ସବୁ ସ୍ବତନ୍ତ୍ର ଅଫର ଷ୍ଟୋରରେ ଉପଲବ୍ଧ?
– ଚଳିତ ବର୍ଷ ପାର୍ବଣରେ ବିଭିନ୍ନ ଅଫର ଗ୍ରାହକଙ୍କ ଲାଗି ରହିଛି। ବର୍ତ୍ତମାନ ହାଇଏଣ୍ଡ ମଡେଲ ଭଲ ବିକ୍ରି ହେଉଛି। ଉକ୍ତ ମଡେଲଗୁଡିକ ଉପରେ ଅଫର ସହ ଅନ୍ୟ ଅଫର ଉପଲବ୍ଧ। ଏଲ୍‌ଜି ହାଇଏଣ୍ଡ ସାଇଡ୍‌ ବାଏ ସାଇଡ୍‌ ରେଫ୍ରିଜରେଟର ଉପରେ ମିନି ରେଫ୍ରିଜରେଟର ମାଗଣା ମିଳୁଛି। ୧୦ କେଜି ଫ୍ରଣ୍ଟଲୋଡିଂ ଓ୍ବାଶିଂମେଶିନ କ୍ରୟରେ ଭ୍ୟାକୁମ କ୍ଲିନର ମାଗଣା ରହିଛି। ଏଲ୍‌ଜିର ୬୫ ଇଞ୍ଚ ଏବଂ ୫୫ ଇଞ୍ଚ ଏଲଇଡି କ୍ରୟରେ ଯଥାକ୍ରମ ୪୯,୯୦୦ ଏବଂ ୩୫,୯୦୦ ଟଙ୍କାର ସାଉଣ୍ଡ ବାର ରହିଛି। ଶୋ’ରୁମ ପକ୍ଷରୁ ଗିଫ୍ଟ ବ୍ୟବସ୍ଥା, ୩୨ ଇଞ୍ଚ ସ୍ମାର୍ଟ ଏବଂ ଊର୍ଦ୍ଧ୍ୱ ଉପରେ ଜିଓ ଓ୍ବାଇଫାଇ ଡଙ୍ଗଲ ଦିଆଯାଉଛି। ଏଚ୍‌ଡିଏଫ୍‌ସି କାର୍ଡ, ଆଇସିଆଇସିଆଇ, ଆକ୍ସିସ କ୍ରେଡିଟ ଏବଂ ଡେବିଟ କାର୍ଡ ହୋଲ୍ଡରଙ୍କ ପାଇଁ ୯ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ ରହିଛି। ଏୟାର କଣ୍ଡିଶନର ଉପରେ ୧୦% କ୍ୟାଶ୍‌ବ୍ୟାକ୍‌ ଗ୍ରାହକ ପାଇବେ। ଫାଇନାନ୍ସ, ବ୍ରାଣ୍ଡ ଇଏମ୍‌ଆଇ ଏବଂ କ୍ୟାଶ ଦେଇ ଲୋକମାନେ ଏହିି ପ୍ରଡକ୍ଟ କିଣିପାରିବେ। ଦୈନିକ ଭିତ୍ତିରେ ୩୩ ଟଙ୍କା ଦେଇ ଗ୍ରାହକ ମାସିକ ୯୯୯ ଟଙ୍କା ଇଏମ୍‌ଆଇରେ ୩୨ ଇଞ୍ଚର ଏଲ୍‌ଇଡି ନେଇ ପାରିବେ। ସେହିଭଳି ଦୈନିକ ୬୭ ଟଙ୍କା ବା ମାସିକ ୧୯୯୯ ଟଙ୍କାରେ ୪୩ ଇଞ୍ଚ, ଦୈନିକ ୧୦୦ ଟଙ୍କାରେ ୪୫ ଇଞ୍ଚ, ଦୈନିକ ୧୬୭ ଟଙ୍କା ଦେଇ ୫୫ ଇଞ୍ଚର ଟିଭି ନେବାକୁ ଗ୍ରାହକ ସକ୍ଷମ ହୋଇପାରିବେ। ଏ କ୍ଷେତ୍ରରେ ଏଚ୍‌ଡିଏଫ୍‌ସି କାର୍ଡ ହୋଲ୍ଡରମାନେ ୯ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ ପାଇବେ।
– ଓଡ଼ିଶା କଞ୍ଜ୍ୟୁମର ଡ୍ୟୁରେବୁଲ ବଜାରକୁ କିଭଳି ଦେଖୁଛନ୍ତି?
– ଓଡ଼ିଶାରେ ଏହି ବଜାର ଆଗାମୀ ଦିନରେ ଆହୁରି ଅଗ୍ରସର ହେବ। ବର୍ତ୍ତମାନ ୧୫% ଲୋକଙ୍କ ନିକଟରେ ଏହି ବର୍ଗରେ ପ୍ରଡକ୍ଟ ପହଞ୍ଚିଛି। ଆହୁରି ୮୫% ଲୋକଙ୍କ ପାଖରେ ଏହି ପ୍ରଡକ୍ଟ ଅପହଞ୍ଚ। ଲୋକଙ୍କ କ୍ରୟ ଆଶା ବଢୁଛି। ଗତ କିଛି ବର୍ଷ ତଳେ ଦେଶରେ ବାଇକ ନ ଥିବା ବେଳେ ଏବେ ଗାଁରେ ମଧ୍ୟ ପରିବାର ପିଛା ଏକାଧିକ ବାଇକ ଦେଖିବାକୁ ମିଳୁଛି। ଇଏମ୍‌ଆଇରେ ପ୍ରଡକ୍ଟ ଉପଲବ୍ଧ ହେଉଥିବାରୁ କଞ୍ଜ୍ୟୁମର ଡ୍ୟୁରେବୁଲ କ୍ରୟ ଏବେ କୌଣସି ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କ ନିକଟରେ ସୀମିତ ନାହିଁ। ବିଦ୍ୟୁତ୍‌ ସେବା ଏବଂ ଗ୍ରାମୀଣ ଭିତ୍ତିଭୂମି ବିକାଶ ଉକ୍ତ ବର୍ଗରେ ପ୍ରଡକ୍ଟ କ୍ରୟକୁ ପ୍ରୋତ୍ସାହିତ କରୁଛି।
– ନୂଆ ଟେକ୍ନୋଲୋଜି ପ୍ରଡକ୍ଟ ଚାହିଦାରେ କିଭଳି ପରିବର୍ତ୍ତନ ଦେଖୁଛନ୍ତି ?
– ନୂଆ ଟେକ୍ନୋଲୋଜି ପ୍ରଡକ୍ଟ ଆଡକୁ ଗ୍ରାହକ ଏବେ ଅଗ୍ରସର। ଲୋକମାନେ ଆଡଭାନ୍ସ ପ୍ରଡକ୍ଟକୁ ଅପ୍‌ଗ୍ରେଡ ହେଉଛନ୍ତି। ଏବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟିଭି, ଫ୍ରଷ୍ଟ ଫ୍ରି ରେଫ୍ରିଜରେଟର ସହ ଅନ୍ୟାନ୍ୟ ପ୍ରଡକ୍ଟ କ୍ରୟ ନେଇ ମନ ବଳାଉଛନ୍ତି।
– ପାର୍ବଣରେ ବିକ୍ରି କେମିତି ରହିବ ?
– ଏଥର ମଧ୍ୟ ଭଲ ବିକ୍ରି ନେଇ ଆଶାବାଦୀ ରହିଛି। ଚଳିତ ବର୍ଷ ପାର୍ବଣ ଲୋକଙ୍କ ପାଇଁ ଖୁସି ଆଉ ସମୃଦ୍ଧି ଆଣିଦେଉ । ରାଜ୍‌ ଇଲେକଟ୍ରୋନିକ୍ସ ପାର୍ବଣ ପାଇଁ ଗ୍ରାହକଙ୍କୁ ଶୁଭେଚ୍ଛା ଜଣାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନ ମୁଡ୍‌ରେ ଦାରିଙ୍ଗବାଡି ପୋଲିସ୍: ସପ୍ତାହରେ ଏକାଧିକ ଗାଡ଼ି ଜବତ, ନିୟମ ଖିଲାପକାରୀଙ୍କ ନିଦ ହଜାଇଲେ…

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ଏବେ ଆକ୍ସନ ମୁଡ୍‌ରେ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଏବଂ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ପୋଲିସ…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ବିଦ୍ୟୁତ୍‌ତାର ଚୋରି ଘଟଣାରେ ଯୁବକଙ୍କୁ ଥାନାରେ ଅଟକ ରଖି ଛାଡ଼ିଦେଲା ପୋଲିସ, ତାତିଲେ ଗ୍ରାମବାସୀ

ବାସୁଦେବପୁର,୩୦ା୫(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ଜାମଝାଡ଼ି ରାସ୍ତାର ପରପୋଖରୀ ଛକଠାରେ ବିଦ୍ୟୁତତାର ଚୋରି ଘଟଣାରେ ଦୁଇ ଯୁବକଙ୍କୁ ଥାନାରେ ଅଟକ ଘଟଣାକୁ ନେଇ ଉତ୍ତ୍ୟକ୍ତ ଗ୍ରାମବାସୀ…

ଜନଗଣନା ଫର୍ମ ବାଣ୍ଟିଲେ ଜିଲାପାଳ, SIRକୁ ନେଇ ଗଞ୍ଜାମବାସୀ ଉତ୍ସାହିତ

ଛତ୍ରପୁର,୩୦ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଶନିବାରଠାରୁ ପରିଗଣନା ଫର୍ମ ବଣ୍ଟନ ଆରମ୍ଭ ହୋଇଛି। ସ୍ଥାନୀୟ ବିଏଲ୍‌ଓ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଭି କୀର୍ତ୍ତି ଭାସନଙ୍କ…

ବଜ୍ରକାପ୍ତା ବିକ୍ରି ପାଇଁ ଏତିକି ଟଙ୍କାରେ ଛିଡ଼ିଥିଲା ଦାମ୍‌, ହଠାତ୍‌ ପହଞ୍ଚିଗଲା ବନବିଭାଗ, ୨ ଜଣଙ୍କୁ ଧରି…

ନବରଙ୍ଗପୁର,୩୦ା୫(ସଦାଶିବ ପ୍ରହରାଜ): ନବରଙ୍ଗପୁର ଡିଏଫ୍‌ଓ ଉଦୟନ ସୁବୁଦ୍ଧିଙ୍କ ନିର୍ଦ୍ଦେଶ କ୍ରମେ ଏକ ବଜ୍ରକାପ୍ତା ଜବତ କରାଯିବା ସହ ଦୁଇଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି…

ଦାବି ବିଶ୍ୱଗୁରୁର, ହେଲେ ଦେଶରେ ଗୋଟିଏ ବି ପରୀକ୍ଷା କରାଇପାରୁନାହାନ୍ତି; CUET ବିଭ୍ରାଟକୁ ନେଇ ମୋଦିଙ୍କୁ ଘେରିଲେ ରାହୁଲ

ନୂଆଦିଲ୍ଲୀ,୩୦।୫: ଦେଶର ବିଭିନ୍ନ କେନ୍ଦ୍ରରେ କମନ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ-ୟୁଜି (CUET-UG) ୨୦୨୬ ପରୀକ୍ଷା ବିଳମ୍ୱରେ ଆରମ୍ଭ ହେବାକୁ ନେଇ ପ୍ରବଳ ହଙ୍ଗାମା ହୋଇଛି। ପରବର୍ତ୍ତୀ ସମୟରେ…

ଗ୍ରୀଷ୍ମରେ ଖାଲିପଡ଼ିଛି ଭଞ୍ଜନଗର ରକ୍ତଭଣ୍ଡାର, ରକ୍ତଦାତାମାନେ ଆଗକୁ ଆସିବା ପାଇଁ ନିବେଦନ

ଭଞ୍ଜନଗର,୩୦ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ରକ୍ତଭଣ୍ଡାରରେ ବର୍ଷ ତମାମ ରକ୍ତ ମହଜୁଦ ରହିଥାଏ। ଏହାର ମୁଖ୍ୟ କାରଣ ହେଲା ଅଞ୍ଚଳର ଅନେକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଯଥା…

CUET UG ପରୀକ୍ଷାରେ ବି ବିଭ୍ରାଟ: ସମୟସୀମାରେ ହୋଇପାରିଲାନି ଆରମ୍ଭ

ନୂଆଦିଲ୍ଲୀ,୩୦।୫: କିଛି ପରୀକ୍ଷା କେନ୍ଦ୍ରରେ CUET UG ୨୦୨୬ ପରୀକ୍ଷା ସମୟସୀମାରେ ଆରମ୍ଭ ହୋଇପାରି ନାହିଁ। ଯାନ୍ତ୍ରିକ ତ୍ରୁଟି ଯୋଗୁ ପରୀକ୍ଷା ବିଳମ୍ବିତ ହୋଇଛି। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri