ଗ୍ରାମବାସୀଙ୍କ ନର୍ସିଂହୋମ ଘେରାଉ ଘଟଣା: ଥାନାରେ ଏତଲା, ସମାଧାନ ପାଇଁ ଉଦ୍ୟମ

ଅନୁଗୋଳ ଅଫିସ, ୫।୬- ଅନୁଗୋଳ ହୁଲୁରୁସିଂହା ଜେମାଦେଈପୁରରେ ଥିବା ଏକ ନର୍ସିଂହୋମର ଶୌଚାଳୟ ପାଣି ଗଁା ମଝି ଦେଇ ଲିଙ୍ଗରାଯୋଡି ନାଳକୁ ଛଡ଼ାଯାଉଥିବା ଅଭିଯୋଗ କରି ସୋମବାର ରାତିରେ ଗ୍ରାମବାସୀ ନର୍ସିଂହୋମ ଘେରାଉ କରିଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ବୁଝାଶୁଝା ପରେ ଗ୍ରାମବାସୀ ଫେରିଯାଇଥିଲେ। ହେଲେ ଘଟଣାକୁ ନେଇ ରାତିରେ ନର୍ସିଂହୋମ ମାଲିକାଣୀ ଥାନାର ଦ୍ୱାରସ୍ଥ ହେବାରୁ ମଙ୍ଗଳବାର ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ପୋଲିସ ଗ୍ରାମବାସୀଙ୍କୁ ଥାନାକୁ ଡାକି ସେମାନଙ୍କ ବିରୋଧରେ ନଂ. ୩୯୮/୧୯ରେ ମାମଲା ରୁଜୁ ହୋଇଥିବା ଜଣାଇଥିବା ବେଳେ ସ୍ଥାନୀୟ ସରପଞ୍ଚଙ୍କ ସ୍ବାମୀ ଘଟଣାର ସମାଧାନ ପାଇଁ ଉଦ୍ୟମ ଜାରି ରଖିଛନ୍ତି।
ପ୍ରକାଶ ଯେ, ସୋମବାର ବିଳମ୍ବିତ ରାତିରେ ହୁଲୁରୁସିଂହା ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଉକ୍ତ ନର୍ସିଂହୋମ ଘେରାଉ କରିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ, ନର୍ସିଂହୋମ କର୍ତ୍ତୃପକ୍ଷ ଶୌଚାଳୟ ପାଣି ସହ ବିଭିନ୍ନ ବର୍ଜ୍ୟବସ୍ତୁ ଲିଙ୍ଗରାଯୋଡ଼ି ନାଳରେ ପକାଉଛନ୍ତି। ଏପରି କି ଗାଁ ରାସ୍ତା ଦେଇ ଶୌଚାଳୟ ପାଣି ଛାଡ଼ି ଦେଉଛନ୍ତି। ଏଭଳି ଘଟଣା ଦିନେ କି ମାସକର ନୁହେଁ। ଏ ନେଇ ବାରମ୍ବାର ବିଭିନ୍ନ ସ୍ଥାନରେ ଅଭିଯୋଗ କରାଯାଇଛି। କିନ୍ତୁ କାର୍ଯ୍ୟାନୁଷ୍ଠାନ ଶୂନ। ପୂର୍ବରୁ ଥରେ ଗ୍ରାମବାସୀ ଥାନାର ଦ୍ୱାରସ୍ଥ ହୋଇଥିଲେ। ସେତେବେଳେ ନର୍ସିଂହୋମ କର୍ତ୍ତୃପକ୍ଷ ପାଚେରି କରିବା ସହ ଶୌଚାଳୟ ପାଣି ଗାଁ ଦେଇ ଯୋରକୁ ଛଡ଼ାଯିବ ନାହିଁ ବୋଲି କହିଥିଲେ। କିନ୍ତୁ ପ୍ରତିଶ୍ରୁତି ନ ରଖି ପୁନର୍ବାର ପାଣି ଛାଡ଼ୁଥିବାରୁ ଗ୍ରାମବାସୀ ନର୍ସିଂହୋମ ମାଲିକାଣୀଙ୍କ ସହ ଆଲୋଚନା କରି ସମାଧାନ ବାଟ ବାହାର କରିବାକୁ ଆସିଥିଲେ। କିନ୍ତୁ ସେ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ସିସିଟିଭି ଫୁଟେଜ ଆଧାରରେ ଥାନାରେ ଗ୍ରାମବାସୀଙ୍କ ନଁାରେ ଏତଲା ଦେବାକୁ ଧମକାଇଥିଲେ ବୋଲି ଗ୍ରାମବାସୀ ପ୍ରକାଶ କରିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ପୋଲିସ ଓ ସରପଞ୍ଚଙ୍କ ସ୍ବାମୀ ବୁଝାଶୁଝା କରି ଗ୍ରାମବାସୀଙ୍କୁ ଫେରାଇ ଦେଇଥିଲେ ହେଁ ନର୍ସିଂହୋମ ମାଲିକାଣୀ ସୋମବାର ରାତିରେ ଏ ନେଇ ଥାନାରେ ଏତଲା ଦେଇଥିଲେ। ଗ୍ରାମବାସୀ ମଙ୍ଗଳବାର ସକାଳେ ଏତଲା ସମ୍ପର୍କରେ ପୋଲିସଠାରୁ ଜାଣିବାକୁ ପାଇଥିଲେ। ପୋଲିସ ଗଁାକୁ ଯାଇ ଏତଲା ହୋଇଥିବା କହିବା ସହ ସନ୍ଧ୍ୟାରେ ଥାନାରେ ହାଜର ହେବାକୁ ତାଗିଦ କରିଥିଲା। ଏହାକୁ ନେଇ ଗ୍ରାମବାସୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେମାନେ ସମସ୍ୟା ଭୋଗୁଥିବା ବେଳେ ପୋଲିସ ସେମାନଙ୍କୁ ନ୍ୟାୟ ଦେବା ବା ସମାଧାନ କରିବା ପରିବର୍ତ୍ତେ ନର୍ସିଂହୋମ ମାଲିକାଣୀଙ୍କ ଏତଲାକୁ ଆଧାର କରି ସେମାନଙ୍କୁ ଥାନାକୁ ଡାକିବା ନେଇ ପ୍ରଶ୍ନ କରିଥିଲେ। କିନ୍ତୁ ସନ୍ଧ୍ୟାରେ ଗ୍ରାମବାସୀ ଥାନାକୁ ଆସିଥିଲେ ହେଁ ଘଟଣାର କିଛି ସମାଧାନର ବାଟ ବାହାରି ପାରି ନ ଥିଲା। ପରେ ସରପଞ୍ଚଙ୍କ ସ୍ବାମୀ ପହଞ୍ଚି ନର୍ସିଂହୋମ କର୍ତ୍ତୃପକ୍ଷ ପାଚେରି ବୁଲାଇବେ ଓ ସମସ୍ୟାର ସମାଧାନ ୧୫ ଦିନ ମଧ୍ୟରେ କରାଯିବ ବୋଲି ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।
ଘଟଣା ସମ୍ପର୍କରେ ନର୍ସିଂହୋମ ମାଲିକାଣୀ କହିଛନ୍ତି, ମୁଁ ଲୋକମାନଙ୍କୁ ସମସ୍ୟାରେ ପକାଇ ନାହିଁ। ବରଂ ସେମାନେ ପାଚେରିକୁ ଶାବଳ ମାରି ଭାଙ୍ଗିଛନ୍ତି। ନର୍ସିଂହୋମ ଝରକାକୁ ପଥର ମାଡ଼ କରିଛନ୍ତି। ଅସଭ୍ୟ ଭାଷାରେ ଗାଳିଗୁଲଜ କରିଛନ୍ତି। ତେଣୁ ସେମାନଙ୍କ ନାମରେ ଲିଖିତ ଅଭିଯୋଗ କରିଥିବା ନର୍ସିଂହୋମ ମାଲିକାଣୀ ପ୍ରକାଶ କରିଛନ୍ତି। ଅନୁଗୋଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ କହିଛନ୍ତି, ଅଭିଯୋଗ କ୍ରମେ ଥାନାରେ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ତାଳଚେରରେ ଚାଞ୍ଚଲ୍ୟ: ପାଇପଲାଇନ ନିକଟରୁ ମିଳିଲା ୨ ମୃତଦେହ, ହତ୍ୟା ସନ୍ଦେହ

ତାଳଚେର,୨୪।୧୨(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଥାନାର ୧୪୯ନଂ ଜାତୀୟ ରାଜପଥର ଲିଙ୍ଗରାକଟା ଗ୍ରାମ ନିକଟସ୍ଥ ନାଲକୋର ପାଇପଲାଇନ ନିକଟରେ ବୁଧବାର ସକାଳ ସମୟରେ ରାସ୍ତାର...

ଅଭାବନୀୟ ଘଟଣା, ଶାଗ-ଚିକେନ ଖାଇ ଚାଲିଗଲା ୩ ଜଣଙ୍କ ଜୀବନ

ଅନୁଗୋଳ,୨୨ା୧୨: ଢେଙ୍କାନାଳ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଖାଦ୍ୟରେ ବିଷକ୍ରିୟା କାରଣରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ଓଡ଼ିଶାରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ମା’ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ବୋହୂ, ୮ ମାସ ତଳେ…

ଅନୁଗୋଳ,୧୮ା୧୨(ଜ୍ୟୋତିରଞ୍ଜନ ସାହୁ): ମାତ୍ର ୮ ମାସ ତଳେ ଘରକୁ ଆସିଥିବା ବୋହୂ ନେଇଛନ୍ତି ଶାଶୁଙ୍କ ଜୀବନ। ପାରିବାରିକ କଳହରୁ ମା’ ସହ ମିଶି ଶାଶୁ କୁନି...

ପୋକୁଣ୍ଡା ସେକ୍ସନରେ ଦନ୍ତା ହାତୀର ମୃତ୍ୟୁ, ତଦନ୍ତ କରୁଛି ବନବିଭାଗ

ଅନୁଗୋଳ ୧୫୲୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶି ଠାରେ ସୋମବାର ସକାଳୁ ଏକ ଦନ୍ତା ହାତୀର ମୃତଦେହ ମିଳିଛି...

ସକାଳୁ ସକାଳୁ ବାଜିଲା ଗୁଳି….

ଅନୁଗୋଳ,୧୨।୧୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶିକ୍ଷକପଡ଼ା ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି ଗୁରୁତର ବ୍ୟକ୍ତଙ୍କୁ କଟକ ସ୍ଥାନାନ୍ତର...

ପାଣି ଟାଙ୍କି ଉପରେ ଚଢ଼ିଗଲା ଷଣ୍ଢ: ଆଉ ତା’ପରେ…

ଅନୁଗୋଳ ୧୦।୧୨ ( ମାନସ ବିଶ୍ୱାଳ ): ଅନୁଗୋଳ ବ୍ଲକ ବସଲା ପଞ୍ଚାୟତ ଭେରୁବଣିଆ ଗାଁର ଗ୍ରାମୀଣ ପାନୀୟ ଜଳ ଟାଙ୍କି ଉପରକୁ ଏକ ଷଣ୍ଢ...

ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ: ଗର୍ଜନ ଶୁଣି…

ଅନୁଗୋଳ,୯।୧୨(ମାନସ ବିଶ୍ୱାଳ): ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଫାଶରେ ପଡିଛି କଲରାପତରିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri