ଗ୍ରାମବାସୀଙ୍କ ନର୍ସିଂହୋମ ଘେରାଉ ଘଟଣା: ଥାନାରେ ଏତଲା, ସମାଧାନ ପାଇଁ ଉଦ୍ୟମ

ଅନୁଗୋଳ ଅଫିସ, ୫।୬- ଅନୁଗୋଳ ହୁଲୁରୁସିଂହା ଜେମାଦେଈପୁରରେ ଥିବା ଏକ ନର୍ସିଂହୋମର ଶୌଚାଳୟ ପାଣି ଗଁା ମଝି ଦେଇ ଲିଙ୍ଗରାଯୋଡି ନାଳକୁ ଛଡ଼ାଯାଉଥିବା ଅଭିଯୋଗ କରି ସୋମବାର ରାତିରେ ଗ୍ରାମବାସୀ ନର୍ସିଂହୋମ ଘେରାଉ କରିଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ବୁଝାଶୁଝା ପରେ ଗ୍ରାମବାସୀ ଫେରିଯାଇଥିଲେ। ହେଲେ ଘଟଣାକୁ ନେଇ ରାତିରେ ନର୍ସିଂହୋମ ମାଲିକାଣୀ ଥାନାର ଦ୍ୱାରସ୍ଥ ହେବାରୁ ମଙ୍ଗଳବାର ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ପୋଲିସ ଗ୍ରାମବାସୀଙ୍କୁ ଥାନାକୁ ଡାକି ସେମାନଙ୍କ ବିରୋଧରେ ନଂ. ୩୯୮/୧୯ରେ ମାମଲା ରୁଜୁ ହୋଇଥିବା ଜଣାଇଥିବା ବେଳେ ସ୍ଥାନୀୟ ସରପଞ୍ଚଙ୍କ ସ୍ବାମୀ ଘଟଣାର ସମାଧାନ ପାଇଁ ଉଦ୍ୟମ ଜାରି ରଖିଛନ୍ତି।
ପ୍ରକାଶ ଯେ, ସୋମବାର ବିଳମ୍ବିତ ରାତିରେ ହୁଲୁରୁସିଂହା ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଉକ୍ତ ନର୍ସିଂହୋମ ଘେରାଉ କରିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ, ନର୍ସିଂହୋମ କର୍ତ୍ତୃପକ୍ଷ ଶୌଚାଳୟ ପାଣି ସହ ବିଭିନ୍ନ ବର୍ଜ୍ୟବସ୍ତୁ ଲିଙ୍ଗରାଯୋଡ଼ି ନାଳରେ ପକାଉଛନ୍ତି। ଏପରି କି ଗାଁ ରାସ୍ତା ଦେଇ ଶୌଚାଳୟ ପାଣି ଛାଡ଼ି ଦେଉଛନ୍ତି। ଏଭଳି ଘଟଣା ଦିନେ କି ମାସକର ନୁହେଁ। ଏ ନେଇ ବାରମ୍ବାର ବିଭିନ୍ନ ସ୍ଥାନରେ ଅଭିଯୋଗ କରାଯାଇଛି। କିନ୍ତୁ କାର୍ଯ୍ୟାନୁଷ୍ଠାନ ଶୂନ। ପୂର୍ବରୁ ଥରେ ଗ୍ରାମବାସୀ ଥାନାର ଦ୍ୱାରସ୍ଥ ହୋଇଥିଲେ। ସେତେବେଳେ ନର୍ସିଂହୋମ କର୍ତ୍ତୃପକ୍ଷ ପାଚେରି କରିବା ସହ ଶୌଚାଳୟ ପାଣି ଗାଁ ଦେଇ ଯୋରକୁ ଛଡ଼ାଯିବ ନାହିଁ ବୋଲି କହିଥିଲେ। କିନ୍ତୁ ପ୍ରତିଶ୍ରୁତି ନ ରଖି ପୁନର୍ବାର ପାଣି ଛାଡ଼ୁଥିବାରୁ ଗ୍ରାମବାସୀ ନର୍ସିଂହୋମ ମାଲିକାଣୀଙ୍କ ସହ ଆଲୋଚନା କରି ସମାଧାନ ବାଟ ବାହାର କରିବାକୁ ଆସିଥିଲେ। କିନ୍ତୁ ସେ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ସିସିଟିଭି ଫୁଟେଜ ଆଧାରରେ ଥାନାରେ ଗ୍ରାମବାସୀଙ୍କ ନଁାରେ ଏତଲା ଦେବାକୁ ଧମକାଇଥିଲେ ବୋଲି ଗ୍ରାମବାସୀ ପ୍ରକାଶ କରିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ପୋଲିସ ଓ ସରପଞ୍ଚଙ୍କ ସ୍ବାମୀ ବୁଝାଶୁଝା କରି ଗ୍ରାମବାସୀଙ୍କୁ ଫେରାଇ ଦେଇଥିଲେ ହେଁ ନର୍ସିଂହୋମ ମାଲିକାଣୀ ସୋମବାର ରାତିରେ ଏ ନେଇ ଥାନାରେ ଏତଲା ଦେଇଥିଲେ। ଗ୍ରାମବାସୀ ମଙ୍ଗଳବାର ସକାଳେ ଏତଲା ସମ୍ପର୍କରେ ପୋଲିସଠାରୁ ଜାଣିବାକୁ ପାଇଥିଲେ। ପୋଲିସ ଗଁାକୁ ଯାଇ ଏତଲା ହୋଇଥିବା କହିବା ସହ ସନ୍ଧ୍ୟାରେ ଥାନାରେ ହାଜର ହେବାକୁ ତାଗିଦ କରିଥିଲା। ଏହାକୁ ନେଇ ଗ୍ରାମବାସୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେମାନେ ସମସ୍ୟା ଭୋଗୁଥିବା ବେଳେ ପୋଲିସ ସେମାନଙ୍କୁ ନ୍ୟାୟ ଦେବା ବା ସମାଧାନ କରିବା ପରିବର୍ତ୍ତେ ନର୍ସିଂହୋମ ମାଲିକାଣୀଙ୍କ ଏତଲାକୁ ଆଧାର କରି ସେମାନଙ୍କୁ ଥାନାକୁ ଡାକିବା ନେଇ ପ୍ରଶ୍ନ କରିଥିଲେ। କିନ୍ତୁ ସନ୍ଧ୍ୟାରେ ଗ୍ରାମବାସୀ ଥାନାକୁ ଆସିଥିଲେ ହେଁ ଘଟଣାର କିଛି ସମାଧାନର ବାଟ ବାହାରି ପାରି ନ ଥିଲା। ପରେ ସରପଞ୍ଚଙ୍କ ସ୍ବାମୀ ପହଞ୍ଚି ନର୍ସିଂହୋମ କର୍ତ୍ତୃପକ୍ଷ ପାଚେରି ବୁଲାଇବେ ଓ ସମସ୍ୟାର ସମାଧାନ ୧୫ ଦିନ ମଧ୍ୟରେ କରାଯିବ ବୋଲି ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।
ଘଟଣା ସମ୍ପର୍କରେ ନର୍ସିଂହୋମ ମାଲିକାଣୀ କହିଛନ୍ତି, ମୁଁ ଲୋକମାନଙ୍କୁ ସମସ୍ୟାରେ ପକାଇ ନାହିଁ। ବରଂ ସେମାନେ ପାଚେରିକୁ ଶାବଳ ମାରି ଭାଙ୍ଗିଛନ୍ତି। ନର୍ସିଂହୋମ ଝରକାକୁ ପଥର ମାଡ଼ କରିଛନ୍ତି। ଅସଭ୍ୟ ଭାଷାରେ ଗାଳିଗୁଲଜ କରିଛନ୍ତି। ତେଣୁ ସେମାନଙ୍କ ନାମରେ ଲିଖିତ ଅଭିଯୋଗ କରିଥିବା ନର୍ସିଂହୋମ ମାଲିକାଣୀ ପ୍ରକାଶ କରିଛନ୍ତି। ଅନୁଗୋଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ କହିଛନ୍ତି, ଅଭିଯୋଗ କ୍ରମେ ଥାନାରେ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

୧୨ ଘଣ୍ଟିଆ ଧର୍ମଘଟ: ସ୍କୁଲ, କଲେଜ, ବ୍ୟାଙ୍କ, ପେଟ୍ରୋଲ ପମ୍ପ , ପରିବହନ ସେବା ବାଧାପ୍ରାପ୍ତ

ଅନୁଗୋଳ, ୧୨।୨ (ମାନସ ବିଶ୍ୱାଳ): ଅନୁଗୋଳ ସହର ତଥା ଉପକଣ୍ଠ ଅଞ୍ଚଳରେ ଗୁରୁବାର ପୂର୍ବାହ୍ନରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ପିକେଟିଂ ସହ ଡେଲି ମାର୍କେଟ, ଦୋକାନ…

ଜୁନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୨.୩୮ କୋଟି ଟଙ୍କା ହରିଲୁଟ ଅଭିଯୋଗ

ଅନୁଗୋଳ,୧୧।୨: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବୁଧବାର ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ (CDMO) କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ସୁବ୍ରତ କୁମାର ବେହେରାଙ୍କ ବିଭିନ୍ନ ବାସଭବନ ଓ କାର୍ଯ୍ୟାଳୟ…

ରାତି ଅଧରେ ବୁଦାମୂଳରୁ ଶୁଭିଲା ନବଜାତର କାନ୍ଦ, ତାପରେ….

ପାଳଲହଡ଼ା,୩।୨(ଦିବ୍ୟଜ୍ୟୋତି ଦାଶ): ଚଷାଗୁରୁଜାଙ୍ଗ ଖେଳପଡ଼ିଆ ବୁଦାମୂଳରୁ ନବଜାତ ପୁତ୍ରଙ୍କୁ ଉଦ୍ଧାର କରାଯାଇଛି । ସୋମବାର ରାତି ପ୍ରାୟ ୯ଟା ସମୟରେ ପାଲଲହଡା ଥାନା ଅନ୍ତର୍ଗତ ଚଷାଗୁରୁଜାଙ୍ଗ ଗ୍ରାମ…

ମାଛ ଜାଲରେ ଛନ୍ଦି ହୋଇ ଫସିଲା ହାତୀ ଛୁଆ, ୧୨ଘଣ୍ଟା ପରେ…

ପାଲଲହଡ଼ା,୨୩।୧(ଦିବ୍ୟଜ୍ୟୋତି ଦାଶ): ଅନୁଗୁଳ ଜିଲା ପାଲଲହଡା ବନାଞ୍ଚଳ ଦେବଗଡ଼ ବନ ଖଣ୍ଡ ଅନ୍ତର୍ଗତ ହରିପୁର ଗ୍ରାମ ନିକଟରେ ଥିବା ରେଙ୍ଗାଳି ନଦୀନ୍ଧ ରେ ବିଛା ଯାଇଥିବା ମାଛ…

ଘରକୁ ଫେରୁଥିବା ବେଳେ ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ପୁଅ ଆଗରେ ଚାଲିଗଲା ବାପାର ଜୀବନ

ପାଲଲହଡ଼ା,୨୧ା୧(ଦିବ୍ୟଜ୍ୟୋତି ଦାଶ): ଆଜି ଅପରାହ୍ନରେ ଜାତୀୟ ରାଜପଥ ୪୯ କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାପା ଏବଂ ପୁଅ ଏକ ସ୍କୁଟିରେ ଯାଉଥିବାବେଳେ…

ଶିକାର ପାଇଁ ଖଞ୍ଜିଥିବା ବୋମା ଚୋବାଇ ହାତୀର ମୃତ୍ୟୁ, ବନ ବିଭାଗର ଅବହେଳା ଅଭିଯୋଗ

ଅନୁଗୋଳ ୧୮/୦୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀର ମୃତଦେହ…

ଶିକାର ପାଇଁ ଖଞ୍ଜାଯାଇଥିବା ବୋମା ଖାଇ ହାତୀ ଗୁରୁତର! ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ପ୍ରାଣୀ ପ୍ରେମୀ ଚ଼ିନ୍ତାରେ…

ଅନୁଗୋଳ,୧୫।୧ (ମାନସ ବିଶ୍ୱାଳ ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri