Categories: ପୁରୀ

ଗୋଷ୍ଠୀସଂଘର୍ଷକୁ ନେଇ ବୋମା ମାଡ଼

ବ୍ରହ୍ମଗିରି,୪ା୬(ଡି.ଏନ.ଏ): ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର କିସ୍ତି ଟଙ୍କାକୁ କେନ୍ଦ୍ର କରି ପୁରୀ ସଦର ଥାନା ଅନ୍ତର୍ଗତ ନିଶିଭଅଁର ଗ୍ରାମରେ ଗୁରୁବାର ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇ ଗୁରୁବାର ବୋମା ମାଡ଼ ହୋଇଛି। ଏ ନେଇ ଗ୍ରାମରେ ସଦର ପୋଲିସ ମୁତୟନ ରହିଛି। ସୂଚନା ଅନୁଯାୟୀ, ଉକ୍ତ ଗାଁର ଜଣେ ବ୍ୟକ୍ତି ଉକ୍ତ ସଂସ୍ଥାଠାରୁ ଟଙ୍କା ଋଣ ଆଣି ଅନ୍ୟ ଏକ ପରିବାରକୁ ଦେଇଥିଲେ। ଟଙ୍କା ନେଇଥିବା ପରିବାର କିସ୍ତି ଶୁଝି ଚାଲିଥିଲେ। ପରେ ଅର୍ଥଲଗାଣ ସଂସ୍ଥା ଏକ ପ୍ୟାକେଜ ଉପହାରସ୍ବରୂପ ଦେଇଥିଲେ। କିନ୍ତୁ ଏହି ଉପହାରକୁ ମୂଳ ଋଣ ଆଣିଥିବା ପରିବାର ଲୋକେ ନେଇଥିଲେ। ଫଳରେ ଉପହାରକୁ ନେଇ ଦୁଇ ପରିବାର ମଧ୍ୟରେ ଗୁରୁବାର ବିବାଦ ଦେଖାଦେଇ ଗୋଷ୍ଠୀସଂଘର୍ଷ ହୋଇଥିଲା। ଏଥିରେ ଉଭୟ ପରିବାରର ସଦସ୍ୟମାନେ ଉତ୍ତକ୍ତ ହୋଇ ପରସ୍ପର ଉପରକୁ ବୋମାମାଡ଼ କରିଥିଲେ। ଏହି ବୋମା ମାଡରେ ଏକ ଆଜବେଷ୍ଟସ ଘର ଭାଙ୍ଗିଯାଇଛି। ଖବରପାଇ ଘଟଣାସ୍ଥଳରେ ସଦର ପୋଲିସ ପହଞ୍ଚତ୍ବାରେ ପରିସ୍ଥିତ ନିୟନ୍ତ୍ରଣାଧୀନ ରହିଛି। ରିପୋର୍ଟ ଲେଖାଯିବା ବେଳକୁ ଥାନାରେ ଅଭିଯୋଗ ହୋଇ ନ ନାହିଁ।