ଗୋଶାଳାରେ ପହଞ୍ଚିଲା ଗୋଖାଦ୍ୟ

ଅନୁଗୋଳ ଅଫିସ୍‌, ୨୩ା୪: ଡ୍ରିମ୍‌ ଫାଉଣ୍ଡେଶନ ତରଫରୁ ଅନୁଗୋଳ ଆଦିତ୍ୟ ବାହିନୀ ମାଧ୍ୟମରେ ଗୋବର୍ଦ୍ଧନ ପୀଠ ଗୋଶାଳାକୁ ଗୋଖାଦ୍ୟ ପ୍ରଦାନ କରାଯାଇଛି। ଆଦିତ୍ୟ ବାହିନୀ ମହାସଚିବ ପଣ୍ଡିତ ମାତୃ ପ୍ରସାଦ ମିଶ୍ରଙ୍କ ତତ୍ତ୍ୱାବଧାନରେ ଓଡ଼ିଶାର ବିଭିନ୍ନ ଜିଲାରୁ ଗୋବର୍ଦ୍ଧନ ପୀଠ ଗୋଶାଳାକୁ ଗୋଖାଦ୍ୟ ପହଞ୍ଚାଇବା ପାଇଁ ଉଦ୍ୟମ ଜାରି ରହିଥିବା ବେଳେ ଅନୁଗୋଳ ଜିଲା କୋଶଳାରୁ ଏକ ଟ୍ରକ୍‌ ଯୋଗେ ୧୦,୦୦୦ ନଡ଼ା ବିଡା ପ୍ରଦାନ କରାଯାଇଛି। ଏବେ ଗୋବର୍ଦ୍ଧନ ଗୋଶାଳାରେ ୫ ଶହରୁ ଅଧିକ ଗୋର ରହିଛନ୍ତି। ତାଳଚେରର ସାମାଜିକ କର୍ମୀ ଗଦାଧର ସାହୁ, ଡ୍ରିମ୍‌ ଫାଉଣ୍ଡେଶନ ଅଧ୍ୟକ୍ଷ ଶୋଭକାନ୍ତ ଦାସ, ମ୍ୟାନେଜିଂ ଟ୍ରଷ୍ଟି ସୌରୀ ରଞ୍ଜନ ପଣ୍ଡା, ସଦସ୍ୟ ବରୁଣ ବିଶ୍ୱକର୍ମା, ଅନ୍ତର୍ଜାତୀୟ ମାନବାଧିକାର ପରିଷଦର ଓଡ଼ିଶା ଶାଖା ଯୁବ ସଭାପତି ଦୁଷ୍ମନ୍ତ ବେହେରା, ସାମାଜିକ କର୍ମୀ ମଳୟ ରଞ୍ଜନ ଗଡନାୟକ, ଦୁଷ୍ମନ୍ତ ଗଡନାୟକ ପ୍ରମୁଖ ସହଯୋଗ କରିଥିଲେ।