ଗୋପାଳଙ୍କ ଭାଇଙ୍କୁ ଉଠାଇ ନେଲା କ୍ରାଇମ୍‌ବ୍ରାଞ୍ଚ

ବ୍ରହ୍ମପୁର ଅଫିସ,୧।୨: ପୋଲିସ ଗୁଳିରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଚାଲିଛି। ମଙ୍ଗଳବାର କ୍ରାଇମବ୍ରାଞ୍ଚ ଡିଏସ୍‌ପି ଶିଶିର ମିଶ୍ରଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍‌ ବ୍ରହ୍ମପୁର ଆସି ଦୁଇଟି ପର୍ଯ୍ୟାୟରେ ଅଭିଯୁକ୍ତ ଏଏସ୍‌ଆଇ ଗୋପାଳ ଦାସଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଥିଲା। ପରେ ଗୋପାଳଙ୍କ ଭାଇ ସତ୍ୟନାରାୟଣ ଦାସଙ୍କୁ ଉଠାଇ ନେଇ କୌଣସି ଏକ ନିର୍ଜନ ସ୍ଥାନରେ ରଖି ଜେରା କରୁଥିବା ସୂଚନା ମିଳିଛି।
କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଆଙ୍କୋଲି ଶିଳ୍ପାଞ୍ଚଳରେ ଥିବା ଗୋପାଳଙ୍କ ଘର ଏବଂ ଜଳେଶ୍ୱରଖଣ୍ଡିରେ ଥିବା ପୈତୃକ ଘରକୁ ଆସିଥିଲେ। ଶିଳ୍ପାଞ୍ଚଳସ୍ଥିତ ଘରେ ତାଲା ପଡିଥିବା ବେଳେ ଜଳେଶ୍ୱରଖଣ୍ଡି ପୈତୃକ ଘରେ ଗୋପାଳଙ୍କ ପରିବାର ଲୋକ ରହୁଥିବାରୁ ଟିମ୍‌ ସେଠାକୁ ଯାଇଥିଲା। ଗୋପାଳଙ୍କ ଘରକୁ ଲାଗି ତାଙ୍କ ବଡ଼ଭାଇ ସତ୍ୟନାରାୟଣଙ୍କ ଘର। ସତ୍ୟ ବ୍ରଜରାଜନଗରରେ ଏକ ହୋଟେଲ ଖୋଲିଥିଲେ। କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ପ୍ରଥମେ ଗୋପାଳଙ୍କ ଘରକୁ ଯାଇ ତାଙ୍କ ସ୍ତ୍ରୀ ଜୟନ୍ତୀଙ୍କୁ ପଚରାଉଚରା କରିଥିଲା। ଗୋପାଳ ମାନସିକ ରୋଗ ପାଇଁ କେତେଦିନ ହେଲା ମେଡିସିନ ଖାଉଥିଲେ, କେଉଁଠି ଚିକିତ୍ସା ହେଉଥିଲେ ଏବଂ ତାଙ୍କର ମାନସିକ ରୋଗ ଅଛି ବୋଲି ପରିବାର ଲୋକ କିପରି ଜାଣିଲେ, ଏଭଳିି ଅନେକ ପ୍ରଶ୍ନ ଜୟନ୍ତୀଙ୍କୁ ପଚରାଯାଇଥିଲା। ସେ ପ୍ରାୟ ସବୁ ପ୍ରଶ୍ନର ଉତ୍ତର ଦେଇଥିବା ସୂଚନା ମିଳିଛି। ପରେ କ୍ରାଇମ୍‌ବ୍ରାଞ୍ଚ ଗୋପାଳଙ୍କ ଭାଉଜ ଏବଂ ପୁତୁରାଙ୍କୁ ମଧ୍ୟ ଜେରା କରିଥିଲା। ଗୋପାଳଙ୍କ ସହ ସେମାନଙ୍କର ସମ୍ପର୍କ କିଭଳି ଥିଲା, କାହାପାଇଁ ଚାକିରି କରାଇ ଦେବାକୁ କାହାକୁ ସୁପାରିସ କରୁଥିଲେ କି ପଚରାଯାଇଥିଲା। ଗୋପାଳଙ୍କ ଝିଅ ପ୍ରିୟଙ୍କା ଅନ୍ୟଜଣେ ସମ୍ପର୍କୀୟଙ୍କ ଘରେ ଥିବାରୁ ତାଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଟିମ୍‌ ଡକାଇ ପଚରାଉଚରା କରି ଫେରିଥିଲା। ଅପରାହ୍ନ ପ୍ରାୟ ୪ଟାରେ କ୍ରାଇମବ୍ରାଞ୍ଚ ଟିମ୍‌ ପୁଣି ଆସି ଗୋପାଳଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିବା ପରେ ତାଙ୍କ ଭାଇ ସତ୍ୟନାରାୟଣଙ୍କୁ ଉଠାଇ ନେଇଥିଲା ।
ସୂଚନାଯୋଗ୍ୟ, ସତ୍ୟନାରାୟଣ ପୂର୍ବରୁ ଟ୍ୟାକ୍ସ କଲେକ୍ଟର ଭାବେ ବ୍ରହ୍ମପୁର ମହାନଗର ନିଗମରେ ଚାକିରି କରୁଥିଲେ। ତାଙ୍କ ନାମରେ ଆର୍ଥିକ ଅନିୟମିତତା ଅଭିଯୋଗ ଆସିବା ପରେ ଲାଇବ୍ରେରିଆନ ଭାବେ ଦାୟିତ୍ୱ ଦେଇଥିଲା ବିଇଏମସି। ବିଇଏମ୍‌ସିରୁ ଅବସର ନେଇ ଝାରସୁଗୁଡ଼ା ଜିଲା ବ୍ରଜରାଜନଗରରେ ଏକ ହୋଟେଲ ଖୋଲିଥିଲେ। ସେଠାରେ ଭାଇ ଗୋପାଳ ବି ରହୁଥିଲେ। ସ୍ବାସ୍ଥ୍ୟମନ୍ତ୍ରୀ ହତ୍ୟା ଘଟଣାର ଦିନକ ପୂର୍ବରୁ ସତ୍ୟନାରାୟଣ ବ୍ରହ୍ମପୁର ପଳାଇ ଆସିଥିଲେ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ବର୍ଷରେ ନୂଆ ପଦକ୍ଷେପ

ଯାଜପୁର,୩୧ା୧୨: : କର୍କଟ ପୀଡିତଙ୍କ ପାଇଁ 14 ଇଞ୍ଚ କେଶଦାନ କଲେ ଜୟ ମହାକାଳ ଫାଉଣ୍ଡେସନର ସଦସ୍ୟା ପୂଜାରାଣୀ ବେହେରା । ଇଂରାଜୀ ନୂଆବର୍ଷ ଆରମ୍ଭକୁ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri