ଗୋପରେ ବନ୍ଦର ଆଶିଂକ ପ୍ରଭାବ

ଗୋପ,୮।୧(ଡି.ଏନ୍‌.ଏ.): ପୁରୀ ଜିଲା ଗୋପ ବ୍ଲକ ସମ୍ମୁଖରେ ବୁଧବାର ନିଖିଳ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ସଂଘ ଓ ସିପିଆଇ ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି। ଏଥିରେ ସିପିଆଇ ନେତା ମନୋଜ କୁମାର ପରିଡ଼ା, ପବିତ୍ର କୁମାର ଦାସ ଯୋଗ ଦେଇ ଦରଦାମ ବୃଦ୍ଧି ସହିତ ୧୨ ଦଫା ଦାବିକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ। ପରେ ଶତାଧିକ ଅଙ୍ଗନବାଡ଼ି କର୍ମୀ ଗୋପ ବଜାର ପରିକ୍ରମା କରିଥିଲେ। ଭାରତ ବନ୍ଦର ପ୍ରଭାବ ଗୋପ ବ୍ଲକ ଅଞ୍ଚଳରେ ଆଶିଂକ ପ୍ରଭାବ ଦେଖିବାକୁ ମିଳିଥିଲା।