Posted inଜାତୀୟ

ଗୋଟିଏ ଦିନରେ ହଜାରେ ଲୋକଙ୍କୁ ଖାଦ୍ୟ ଖୁଆଇ ରେକର୍ଡ କଲେ ଯୁବକ

ହାଇଦ୍ରାବାଦ,୨୭।୫: ‘ସର୍ଭ ନିଡି’ ନାମକ ଏନ୍‌ଜିଓ ବା ସ୍ବେଚ୍ଛାସେବୀ ସଙ୍ଗଠନର ପ୍ରତିଷ୍ଠାତା ଗୌତମ କୁମାର ଗୋଟିଏ ଦିନରେ ପ୍ରାୟ ହଜାରେ ଗରିବ ଲୋକଙ୍କୁ ନିଜ ହାତରେ ଖାଦ୍ୟ ଖୁଆଇ ‘ୟୁନିଭର୍ସାଲ ବୁକ୍‌ ଅଫ୍‌ ରେକର୍ଡ’ରେ ନିଜର ନାଁକୁ ସ୍ଥାନିତ କରିପାରିଛନ୍ତି। ରବିବାର ସେ ୩ ଭିନ୍ନ ଭିନ୍ନ ସ୍ଥାନରେ ଗରିବ ଲୋକଙ୍କୁ ଖାଦ୍ୟ ଖୁଆଇଥିଲେ। ପ୍ରଥମେ ସେ ଗାନ୍ଧୀ ହସ୍ପିଟାଲ, ତା’ପରେ ରାଜେନ୍ଦ୍ର ନଗର ଓ ଶେଷରେ ଚୌତୁପାଲରେ ଥିବା ଆମ୍ମା ନାନ୍ନା ଅନାଥାଶ୍ରମରେ ଅନାଥମାନଙ୍କୁ ନିଜ ହାତରେ ଖାଦ୍ୟ ଖୁଆଇ ଦେଇଥିଲେ। ‘ୟୁନିଭର୍ସାଲ ବୁକ୍‌ ଅଫ୍‌ ରେକର୍ଡସ୍‌’ର ଭାରତ ପାଇଁ ପ୍ରତିନିଧିତ୍ୱ କରୁଥିବା କେଭି ରମଣ ରାଓ ଓ ତେଲେଙ୍ଗାନା ପାଇଁ ପ୍ରତିନିଧିତ୍ୱ କରୁଥିବା ଟିଏମ୍‌ ଶ୍ରୀଲଥା ଗୌତମ କୁମାରଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ। ୨୦୧୪ରୁ ଗୌତମ କୁମାର ‘ସର୍ଭ ନିଡି’ ନାମକ ଏନ୍‌ଜିଓ ପ୍ରତିଷ୍ଠା କରିଥିବା ବେଳେ ଏବେ ଏଥିରେ ୧୪୦ ଭଲ୍ୟୁଣ୍ଟିୟର ଥିବା ସେ କୁହନ୍ତି। ସଙ୍ଗଠନର ମୁଖ୍ୟ ଉଦ୍ଦେଶ୍ୟ ହେଲା କେହି ଯେମିତି ଭୋକିଲା ନ ମରୁ । ଏହି ଉଦ୍ଦେଶ୍ୟ ରଖି ଏବେ ଏକାକୀ ଏହି ସଙ୍ଗଠନ ଗୋଟିଏ ଦିନରେ ହଜାରେ ଲୋକଙ୍କୁ ଖାଦ୍ୟ ଖୁଆଇ ଏହି ରେକର୍ଡ କରିଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରେ ଭିଜିଗଲା ସମସ୍ତ ଦେଶବାସୀଙ୍କ ଆଖି: ରାଘବ ଚଢା

ନୂଆଦିଲ୍ଲୀ,୧୦।୫: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଜାମିନ ପାଇବା ମାତ୍ରେ ଏଏପି ନେତାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିବା ଆରମ୍ଭ କରିଛି। ଏଏପିର ରାଜ୍ୟ...

କେଜରିଓ୍ବାଲଙ୍କୁ ଜାମିନ ମିଳିବା ପରେ ପ୍ରଥମେ କାହାକୁ ଭେଟିଥିଲେ ସୁନିତା

ନୂଆଦିଲ୍ଲୀ,୧୦।୫: ଶୁକ୍ରବାର ସୁପ୍ରିମକୋର୍ଟ ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ସ୍ତ୍ରୀ ସୁନୀତା...

କେଜରିଓ୍ବାଲଙ୍କୁ ଜାମିନ ମିଳିବା ପରେ…, ଏଏପିର ବଡ ନିଷ୍ପତ୍ତି, ରଦ୍ଦ ହେଲା ସମସ୍ତ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୧୦।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ ସୁପ୍ରିମକୋର୍ଟରୁ ଜାମିନ ପାଇଛନ୍ତି। ଏହା ପରେ ଦଳ ଶୁକ୍ରବାର ନିଜର ସମସ୍ତ...

କେଜରିଓ୍ବାଲଙ୍କ ଜାମିନରେ ଉତ୍ସାହିତ ଇଣ୍ଡିଆ ମେଣ୍ଟ

ନୂଆଦିଲ୍ଲୀ,୧୦।୫: କେବଳ ଆମ ଆଦମୀ ପାର୍ଟି ନୁହେଁ ବିରୋଧୀ ମେଣ୍ଟ ଇଣ୍ଡିଆ ପାଇଁ ମଧ୍ୟ ଆଜି ଖୁସିର ଦିନ । କାରଣ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ...

ସଞ୍ଜୟ ରାଉତଙ୍କ ବିବାଦୀୟ ବୟାନକୁ ନେଇ ଜବାବ ରଖିଲେ ମୋଦି

ମୁମ୍ବାଇ,୧୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ମହାରାଷ୍ଟ୍ରର ନନ୍ଦୁରବାରରେ ବିରୋଧୀ ମହାବିକାଶ ଆଘାଡି ମେଣ୍ଟକୁ କଡ଼ା ଟାର୍ଗେଟ କରିଛନ୍ତି। ତାଙ୍କ ବିରୋଧରେ ସଞ୍ଜୟ ରାଉତଙ୍କ ଆପତ୍ତିଜନକ...

‘ଯଦି ପାକିସ୍ତାନ ପାଖରେ ପରମାଣୁ ବୋମା ଅଛି, ଆମ ପାଖରେ ମୋଦି ଅଛନ୍ତି’, ତେଜସ୍ବୀ ସୂର୍ଯ୍ୟା

ନୂଆଦିଲ୍ଲୀ,୧୦।୫: କଂଗ୍ରେସ ନେତା ମଣି ଶଙ୍କର ଆୟାର ପୁଣିଥରେ ପାକିସ୍ତାନ ସମ୍ପର୍କରେ ଏକ ବୟାନ ଦେଇ ଦେଶର ରାଜନୀତିରେ ଉତ୍ତେଜନା ସୃଷ୍ଟି କରିଛନ୍ତି। ସେ ପାକିସ୍ତାନ...

ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ,୧୦।୫: ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମିଳିଲା ଜାମିନ। ଶୁକ୍ରବାର ସୁପ୍ରିମକୋର୍ଟ ତାଙ୍କୁ ଜୁନ୍ ୧ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି ।...

‘କଂଗ୍ରେସକୁ ଭୋଟ ଦେବା ପାକିସ୍ତାନକୁ ଭୋଟ ଦେବାଭଳି’, ନବନୀତ ରାଣାଙ୍କ ବୟାନକୁ ନେଇ ବିବାଦ

ନୂଆଦିଲ୍ଲୀ,୧୦।୫: ଭାଜପା ଏମପି ନବନୀତ କୌର ରାଣାଙ୍କ ବିରୋଧରେ ନିର୍ବାଚନ ଆୟୋଗଙ୍କ ଅଭିଯୋଗ ଉପରେ ତେଲଙ୍ଗାନାରେ ଏକ ମାମଲା ରୁଜୁ ହୋଇଛି। ନିର୍ବାଚନ ଆୟୋଗର ଅଧିକାରୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri