ଗୋଟିଏ ଦିନରେ କାମ କଲେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରମିକ

ବଲାଙ୍ଗୀର ଅଫିସ, ୫ା୬ – କରୋନା ମହାମାରୀ ଓ ଲକ୍‌ଡାଉନ୍‌ ସମୟରେ ବଲାଙ୍ଗୀର ଭଳି ଦାଦନପ୍ରବଣ ଓ ଶିଳ୍ପବିହୀନ ଜିଲାରେ ଲୋକଙ୍କୁ ରୋଜଗାର ଯୋଗାଇବା ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି ା ରାଜ୍ୟ ବାହାରେ ଥିବା ଲକ୍ଷାଧିକ ପ୍ରବାସୀ ଏବେ ଘରମୁହଁା ହୋଇଛନ୍ତି ା ଏପର୍ଯ୍ୟନ୍ତ ପ୍ରାୟ ୬୦ ହଜାର ପ୍ରବାସୀ ଜିଲାକୁ ଫେରିଛନ୍ତି ା ଅନ୍ୟମାନେ ଫେରିବା ଅପେକ୍ଷାରେ ରହିଛନ୍ତି ା ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଜିଲାବାସୀଙ୍କ ଜୀବନ-ଜୀବିକା ସୁନିଶ୍ଚିତ କରିବା ସରକାର ଓ ପ୍ରଶାସନ ପାଇଁ ଏକ ଗୁରୁଦାୟିତ୍ୱ ା ବଲାଙ୍ଗୀର ଜିଲାରେ ଶିଳ୍ପ ନାହିଁ କି ପର୍ଯ୍ୟାପ୍ତ ଜଳସେଚନ ସୁବିଧା ନାହିଁ ା ଏଭଳି ନାହିଁ ନାହିଁ ଭିତରେ ଆଶା ସଞ୍ଚାରର ପନ୍ଥା ସାଜିଛି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌) ା ୨୦୦୬ ମସିହାରୁ ଆରମ୍ଭ ହୋଇଥିବା ଏହି ଯୋଜନା କାର୍ଯ୍ୟକାରୀ ହେବା ଦିନଠାରୁ କରୋନା ମହାମାରୀ ଓ ଲକ୍‌ଡାଉନ ସମୟରେ ଜିଲାରେ ସର୍ବକାଳୀନ ରେକର୍ଡ କରିଛି। ଏହି ଯୋଜନାରେ ଗୋଟିଏ ଦିନରେ ଜିଲାର ୧ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ କାମ କରି ରେକର୍ଡ ପ୍ରତିଷ୍ଠା କରିଛନ୍ତି ା ଜୁନ୍‌ ୩ ତାରିଖରେ ଜିଲାର ୧୪ଟି ବ୍ଲକ୍‌ର ସମୁଦାୟ ୧ ଲକ୍ଷ ୧୫୭ ଜଣ ଶ୍ରମିକ କାମ କରି ରେକର୍ଡ କରିଥିଲେ ା ଏହା ପୂର୍ବରୁ ଲକ୍ଷାଧିକ ଶ୍ରମିକ ଗୋଟିଏ ଦିନରେ କେବେ ବି କାମ କରି ନ ଥିଲେ ା ଜୁନ୍‌ ୪ତାରିଖରେ ଜିଲାର ୧ ଲକ୍ଷ ୨ ହଜାର ୬୯୭ ଜଣ ଶ୍ରମିକ କାମ କରିବା ଏମଜିଏନ୍‌ଆରଇଜିଏସ୍‌ରେ ସର୍ବକାଳୀନ ରେକର୍ଡ ବୋଲି କୁହାଯାଇଛି ା ରାଜ୍ୟରେ ଚତୁର୍ଥ ଜିଲା ଭାବେ ବଲାଙ୍ଗୀରରେ ଲକ୍ଷାଧିକ ଲୋକ ଗୋଟିଏ ଦିନରେ କାର୍ଯ୍ୟ କରିଛନ୍ତି ା ବଲାଙ୍ଗୀର ପୂର୍ବରୁ ମୟୂରଭଞ୍ଜ, ଗଞ୍ଜାମ ଓ କେନ୍ଦୁଝର ଜିଲାରେ ଲକ୍ଷାଧିକ ଲୋକ ଗୋଟିଏ ଦିନରେ କାମ କରିସାରିଥିବା ସୂଚନା ଦିଆଯାଇଛି ା
ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ମୁତାବକ ଚଳିତ ଆର୍ଥିକ ବର୍ଷର ଏପ୍ରିଲ ଓ ମେ ଦୁଇମାସ ମଧ୍ୟରେ ଜିଲାରେ ଏମଜିଏନ୍‌ଆରଇଜିଏସ୍‌ରେ ୪୪ କୋଟି ୧୦ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି ା ଏଥିରୁ ୩୮ କୋଟି ୯୨ ଲକ୍ଷ ଟଙ୍କା ଶ୍ରମିକଙ୍କ ମଜୁରି ବାବଦରେ ଦିଆଯାଇଛି ା ୯୯.୨୮ ପ୍ରତିଶତ ମଜୁରି ଠିକଣା ସମୟରେ ଦିଆଯାଇଛି ା ଜିଲାରେ ଏବେ ୩୭ ହଜାର ୬୧୨ଟି କାର୍ଯ୍ୟକ୍ରମ ଚାଲୁ ରହିଛି ା ଏହି ଯୋଜନାରେ ନେଚୁରାଲ ରିସୋର୍ସ ମ୍ୟାନେଜମେଣ୍ଟ (ଏନ୍‌ଆରଏମ୍‌) ବାବଦରେ ୬୨.୨୧ ପ୍ରତିଶତ ଖର୍ଚ୍ଚ ହୋଇଛି ା ଜିଲାର ୧୪ଟି ବ୍ଲକରୁ ବଙ୍ଗୋମୁଣ୍ଡାରେ ସର୍ବାଧିକ ୧୨ ହଜାର ୬୭୪ଜଣ କାର୍ଯ୍ୟ କରିଛନ୍ତି ା ମୁରିବାହାଲ ବ୍ଲକରେ ୧୧ ହଜାର ୧୬୩, ଖପ୍ରାଖୋଲ ୧୦୯୪୨, ସଇଁତଳା ୯୬୬୧, ଟିଟିଲାଗଡ଼ ୮୩୬୯, ପାଟଣାଗଡ଼ ୭୧୩୪, ବେଲପଡ଼ା ୬୨୭୧, ବଲାଙ୍ଗୀର ୫୯୯୧, ତୁରେକେଲା ୫୭୨୧, ଆଗଲପୁର ୫୪୧୦, ଦେଓଗଁା ୫୩୧୨, ଲୋଇସିଂହା ୫୧୪୪, ପୁଇଁତଳା ୪୬୨୨ ଓ ଗୁଡଭେଲାରେ ୪୨୮୩ ଜଣ ଶ୍ରମିକ ଗୋଟିଏ ଦିନରେ କାମ କରିଥିବା ଜଣାପଡିଛି ା ଗୁରୁବାର ସୁଦ୍ଧା ଜିଲାରେ ୯୦ ହଜାର ୯୯୨ଟି ମଷ୍ଟରରୋଲ ଇସ୍ୟୁ କରାଯାଇଛି। ଏ ପର୍ଯ୍ୟନ୍ତ ୧୩ ଲକ୍ଷ ୪୫ ହଜାର ୬୦୬ କାର୍ଯ୍ୟ ଦିବସ ସୃଷ୍ଟି ହୋଇଥିବା ରିପୋର୍ଟ ଦିଆଯାଇଛି। କରୋନା ଲକ୍‌ଡାଉନ୍‌ ସମୟରେ ଜିଲାରେ ଶ୍ରମିକଙ୍କୁ କାମ ଯୋଗାଇବା ଏବଂ ଠିକଣା ସମୟରେ ମଜୁରି ପ୍ରଦାନ କରିବା ସହ ପ୍ରାକୃତିକ ସଂସାଧନ ପରିଚାଳନା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଥିବା ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଡ. ମହେଶ୍ୱର ସ୍ବାଇଁ ସୂଚନା ଦେଇଛନ୍ତି ା କରୋନା ମହାମାରୀ ଲୋକଙ୍କ ଜୀବନ-ଜୀବିକାକୁ ପ୍ରଭାବିତ କରିଥିବାରୁ ରୋଜଗାର ସୃଷ୍ଟି ଓ ଆର୍ଥିକ ସ୍ବାବଲମ୍ବନ ଉପରେ ଗୁରୁତ୍ୱ ଦିଆଯାଉଛି। ଜିଲାର ଦାଦନପ୍ରବଣ ୬ ବ୍ଲକର ଶ୍ରମିକଙ୍କୁ ଏମ୍‌ଜିଏନ୍‌ଆରଇଜିଏସ୍‌ରେ ଦୁଇଶହ ଦିନର କାମ ଯୋଗାଇ ଦିଆଯିବା ଏବଂ ଅନ୍ୟ ୮ଟି ବ୍ଲକର ଶ୍ରମିକଙ୍କୁ ୧୦୦ ଦିନ କାମ ଯୋଗାଇ ଦେବାର ନିୟମ ରହିଛି ା ଦାଦନ ପ୍ରବଣ ୬ ବ୍ଲକର ଶ୍ରମିକଙ୍କୁ ଦୈନିକ ମଜୁରି ୨୯୮ ଟଙ୍କା ଓ ଅନ୍ୟ ୮ଟି ବ୍ଲକ୍‌ର ଶ୍ରମିକଙ୍କୁ ଦୈନିକ ୨୦୭ ଟଙ୍କା ଧାର୍ଯ୍ୟ ହୋଇଛି ା କରୋନା ମହାମାରୀ ସମୟରେ ଏମଜିଏନ୍‌ଆରଇଜିଏସ୍‌ରେ ଲକ୍ଷାଧିକ ଶ୍ରମିକ କାମ କରିବା ଏକ ଶୁଭ ସୂଚନା ବୋଲି କୁହାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri