Categories: ରାଜ୍ୟ

ଗୋଚର ଜମିକୁ ଜେସିବି ଦ୍ୱାରା ସଫା କରିବା ନେଇ ଅଭିଯୋଗ: ସବର୍ଣ୍ଣ, ଅସବର୍ଣ୍ଣ ମଧ୍ୟରେ ବିବାଦ

ରଣପୁର,୨୯ା୬(ସ୍ବ.ପ୍ର.): ଅନ୍ୟ ଏକ ଗ୍ରାମର ଅସବର୍ଣ୍ଣ ଜାତିର ଲୋକେ ସବର୍ଣ୍ଣଙ୍କ ଗୋଚର ଜମିକୁ ଜେସିବି ଲଗାଇ ସଫା କରିବା ଘଟଣାକୁ ନେଇ ରଣପୁର ଅଞ୍ଚଳରେ ୨ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ଏ ନେଇ ସବର୍ଣ୍ଣମାନେ ଶୁକ୍ରବାର ତହସିଲଦାର ଓ ଥାନା ଅଧିକାରୀଙ୍କ ନିକଟରେ ଅସବର୍ଣ୍ଣମାନଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତିି । ତହସିଲଦାର ଏହାର ତଦନ୍ତ କରିବାକୁ ସ୍ଥାନୀୟ ଆର୍‌ଆଇଙ୍କୁ ନିଦ୍ଦେର୍ଶ ଦେଇଛନ୍ତିି । ଅଭିଯୋଗରୁ ପ୍ରକାଶ ଯେ, ନୟାଗଡ ଜିଲା ରଣପୁର ତହସିଲ ଅନ୍ତର୍ଗତ ମୁଶାଝରି ଗ୍ରାମରେ ୩୦ରୁ ଊଦ୍ଧ୍ୱର୍ର୍ ପରିବାର ବସବାସ କରିଆସୁଛନ୍ତି ।  ଗ୍ରାମ ନିକଟସ୍ଥ କିଛି ଗୋଚର ଜମିରେ ସେମାନଙ୍କର ଗୃହପାଳିତ ପଶୁମାନେ ଚରାବୁଲା କରିଥାନ୍ତି । ତେବେ କିଛିମାସ ହେବ ଅନ୍ୟ ଏକ ଗ୍ରାମ ସିନ୍ଦୁରିଆର କିଛି ଅସବର୍ଣ୍ଣ ଲୋକେ ମୁଶାଝରି ଗ୍ରାମ ନିକଟସ୍ଥ ଗୋଚର ଜମି ଓ ରାସ୍ତାକୁ ଜେସିବି ଦ୍ୱାରା ସଫା କରିଥିବା ଅଭିଯୋଗ ହୋଇଛି । ଏହାଦ୍ୱାରା ମୁଶାଝରି ଗ୍ରାମବାସୀ ଏହି ରାସ୍ତା ଓ ଜମିରେ ଲଗାଇ ଥିବା ଫଳଗଛ ନଷ୍ଟ ହୋଇଯାଇଛି। ଉକ୍ତ କାର୍ଯ୍ୟକୁ ବିରୋଧ କରିବାରୁ ଅସବର୍ଣ୍ଣ ଗୋଷ୍ଠୀ ଜାତିଆଣ ମାମଲା କରିବାକୁ ଧମକ ଦେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସବର୍ଣ୍ଣ ପରିବାରର ମହିଳା/ପୁରୁଷ ଏକଜୁଟ ହୋଇ ରଣପୁର ତହସିଲଦାର ଓ ଥାନାରେ ଅସବର୍ଣ୍ଣଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି । ପ୍ରଶାସନ ପକ୍ଷରୁ ଏହାର ସମାଧାନ ନ ହେଲେ ଆଗାମୀ ଦିନରେ ଗୋଷ୍ଠୀ ସଂଘର୍ଷ ହେବାର ଆଶଙ୍କା ପ୍ରକାଶ ପାଇଛି। ତେଣୁ ଜିଲାପାଳ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।