ଓମ୍‌ଫେଡ୍‌ ଗୋଖାଦ୍ୟ ଦୁର୍ନୀତି: ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ ଅଫିସ,୨୪।୧: ଓମ୍‌ଫେଡ୍‌ ଗୋଖାଦ୍ୟ ଦୁର୍ନୀତିର ସିବିଆଇ ତଦନ୍ତ କରାଯିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗକାରୀଙ୍କ ଅର୍ଜିକୁ ଏତଲା ଭାବେ ଗ୍ରହଣ କରି ତଦନ୍ତ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରକାଶଯେ, ଓମ୍‌ଫେଡ୍‌ କଟକ ଜିଲା ଦୁଗ୍ଧ ସଂଘରେ ୧୩ ଲକ୍ଷ ଘୋଟାଲା ଅଭିଯୋଗ ଥିଲା। ଏହି ଅଭିଯୋଗକୁ ନେଇ ତତ୍କାଳୀନ ଷ୍ଟୋର ଇନ୍‌ଚାର୍ଜଙ୍କୁ ବିଦା କରାଯାଇଥିଲା। ଏହାକୁ ନେଇ ଷ୍ଟୋର ଇନ୍‌ଚାର୍ଜ ସିବିଆଇକୁ ଚିଠି ଲେଖି ତଦନ୍ତ ଦାବି କରିଥିଲେ। ହେଲେ ସିବିଆଇ କିଛି ଶୁଣି ନ ଥିଲା। ଫଳରେ ଷ୍ଟୋର ଇନ୍‌ଚାର୍ଜ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।