ଗେଷ୍ଟ ହାଉସ୍‌ରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ପ୍ରେମିକଙ୍କୁ ଅଟକ ରଖିଲା ସମୁଦ୍ରକୂଳ ପୋଲିସ

ପୁରୀ ଅଫିସ,୧୮।୨: ପୁରୀ ଚକ୍ରତୀର୍ଥ ରୋଡସ୍ଥିତ ଏକ ଗେଷ୍ଟ ହାଉସ୍‌ରୁ ମଙ୍ଗଳବାର ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ନୟାଗଡ଼ ଅଞ୍ଚଳର ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ସମୁଦ୍ରକୂଳ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ତାଙ୍କ ପ୍ରେମିକଙ୍କୁ ଅଟକ ରଖି ପଚରାଉଚରା କରୁଛି।