ଗୁଳି ଓ ଏସିଡ୍‌ ମାଡ଼ କରି ସୁନା ଦୋକାନରୁ ଲୁଟ୍‌ ଉଦ୍ୟମ: ୩ଜଣଙ୍କୁ ଛେଚି ପୋଲିସର ଜିମା ଦେଲେ ଲୋକେ

ବାରିପଦା ଅଫିସ,୮।୧୧- ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ମାଣତ୍ରୀ ରୋଡ଼ ସ୍ଥିତ ବିଶ୍ୱକର୍ମା ସୁନା ଦୋକାନରୁ ଶୁକ୍ରବାର ଲୁଟ ଉଦ୍ୟମ ହୋଇଛି। ତେବେ ସ୍ଥାନୀୟ ଲୋକେ ୩ ଲୁଟେରାଙ୍କୁ ଧରିବା ସହ ନିର୍ଧୁମ ଛେଚି ପୋଲିସର ଜିମା ଦେଇଥିବା ଜଣାପଡ଼ିଛି।

ସୂଚାନୁଯାୟୀ, ଦୁଇଟି ବାଇକ୍‌ରେ ୬ଜଣ ଯୁବକ ଏହି ସୁନାଦୋକାନକୁ ଆସି ଦୋକାନ ମାଲିକ ଧ୍ରୁବଚରଣ ମହାରଣାଙ୍କ ଉପରକୁ ଗୁଳିମାଡ଼ କରିବା ସହ ତାଙ୍କ ପୁଅ ଲିଟୁଙ୍କ ଉପରକୁ ଏସିଡ୍‌ ମାଡ଼ କରିଥିଲେ। ସେମାନଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଦୋକାନକୁ ଆସି ୩ଜଣଙ୍କୁ କାବୁ କରିଥିଲେ। ଧ୍ରୁବଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ଲିଟୁଙ୍କ ଦେହ ପୋଡ଼ି ଯାଇଛି। ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ପୋଲିସ ପହଂଚି ଲୁଟେରାଙ୍କୁ କାବୁ କରିବା ସହିତ ତାଙ୍କ ନିକଟରୁ ଏକ ବନ୍ଧୁକ ଓ କିଛି ଜୀବନ୍ତ ଗୁଳି ଜବତ କରିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୁଟେରାଙ୍କୁ କାବୁ କରିବା ସହିତ ତାଙ୍କ ନିକଟରୁ ଏକ ବନ୍ଧୁକ ଓ କିଛି ଜୀବନ୍ତ ଗୁଳି ଜବତ କରିଛି। ଅନ୍ୟ ଲୁଟେରାଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସହିତ ବିଭିନ୍ନ ରାସ୍ତାରେ ଚେକିଂ କରୁଛି।