Categories: ଅନୁଗୋଳ

ଗୁରୁ ଶିଷ୍ୟ ସମ୍ପର୍କ ନିବିଡ଼ ହେଉ

ବଇଣ୍ଡା,୨୦।୭(ଡି.ଏନ.ଏ.): ଶିଶୁଙ୍କୁ ଭଲ ମଣିଷ କରିବା ପାଇଁ ଶିକ୍ଷକ ସମାଜର ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ। ସବୁବେଳେ ଗୁରୁଙ୍କୁ ସମ୍ମାନ ଦିଆଯାଉ। ଗୁରୁ-ଶିଷ୍ୟ ସମ୍ପର୍କ ନିବିଡ଼ ହେଲେ ଶିଶୁର ଭବିଷ୍ୟତ ଉକଳ ହେବ ବୋଲି ଶନିବାର କିଶୋରନଗର ବ୍ଲକ କିଶୋରନଗର ହାଇସ୍କୁଲର ୬୨ ତମ ପ୍ରତିଷ୍ଠା ଦିବସରେ ଯୋଗଦେଇଥିବା ଅତିଥିମାନେ ଏହା କହିଛନ୍ତି। ପୁରାତନ ଛାତ୍ର ସଂସଦ ସଭାପତି ପ୍ରଫେସର ଅନିଲ କୁମାର ପ୍ରଧାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଦିବସରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଗଣିତଜ୍ଞ ପ୍ରଫେସର ଚନ୍ଦ୍ର କିଶୋର ମହାପତ୍ର, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍‌ ପିତାମ୍ବର ବିଶ୍ୱାଳ, ଡଃ ନନ୍ଦ କିଶୋର ମହାକୁଡ଼, କିଶୋରନଗର ବ୍ଲକ ଅଧ୍ୟକ୍ଷା ବବିତା ପ୍ରଧାନ, ଜିଲା ପରିଷଦ ସଦସ୍ୟ ଅର୍ଜୁନ ପାଣ୍ଡେ, ପ୍ରଧାନ ଶିକ୍ଷକ ସତ୍ୟନାରାୟଣ ମିଶ୍ର, ଡ. ଅଲେଖ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ପ୍ରିୟରଞ୍ଜନ ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିଲେ। ଦେବରାଜ ପ୍ରଧାନ ବୀବରଣୀ ପାଠ କରିଥିଲେ। ସଂଗ୍ରାମ କେଶର ପୃଷ୍ଟି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସୁଧୀରଞ୍ଜନ ପ୍ରଧାନଙ୍କ ତତ୍ୱାବଧାନରେ ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ୱ ଅର୍ଜନ କରିଥିବା ଛାତ୍ରୀଛାତ୍ରଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା। ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀ ସ୍ମୃତିଶିଖା ସାହଙ୍କୁ ବିଜୟ ଦେହୁରୀ ସ୍ମୃତି ସମ୍ମାନ ଓ ଡାକ୍ତର ଛାତ୍ର ଲିଙ୍କନ ସାହୁଙ୍କୁ ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି। ରଞ୍ଜିତ ସାହୁ ଧନ୍ୟବାଦ ଦେଇଥିଲେ।