ଗୁରୁବାରଠାରୁ ହାଇକୋର୍ଟରେ ପୂଜା ଅବକାଶ

କଟକ ଅଫିସ,୨-୯: ଦୁର୍ଗାପୂଜା ପାଇଁ ଗୁରୁବାରଠାରୁ ହାଇକୋର୍ଟରେ ପୂଜା ଅବକାଶ ଆରମ୍ଭ ହେଉଛି। ଏହି ଅବଧି ମଧ୍ୟରେ ଦୁଇ ଦିନ ଅର୍ଥାତ୍‌ ଅକ୍ଟୋବର ୪ ଓ ୧୧ରେ ହାଇକୋର୍ଟରେ ଅବକାଶକାଳୀନ ଖଣ୍ଡପୀଠ ବସିବ। ସେହିପରି ଏହି ଅବକାଶ ସମୟରେ ଅକ୍ଟୋବର ୩, ୯, ୧୦ ଓ ୧୧ରେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ହାଇକୋର୍ଟରେ ନୂତନ ମାମଲା ରୁଜୁ କରାଯାଇପାରିବ ା