Categories: ଜାତୀୟ

ଗୁରୁବାରଠାରୁ ଜମ୍ମୁ-କଶ୍ମୀର ଓ ଲଦାଖ ହେବେ କେନ୍ଦ୍ରଶାସିତ ଅଞ୍ଚଳ: ଆଧାର ସହିତ ଲାଗୁ ହେବ ୧୦୬ ଆଇନ

ଶ୍ରୀନଗର,୩୦।୧୦: ଜମ୍ମୁ-କଶ୍ମୀର ଏବଂ ଲଦାଖ ଗୁରୁବାରଠାରୁ କେନ୍ଦ୍ରଶାସିତ ଅଞ୍ଚଳ ଭାବେ କାର୍ଯ୍ୟ କରିବେ। ଏଠାରେ ଆଧାର ସହିତ ୧୦୬ ନୂଆ ଆଇନ୍‌ ଲାଗୁ ହେବ। ସେହିପରି ୧୫୩ ସ୍ବତନ୍ତ୍ର ଆଇନ ଶେଷ ହୋଇଯିବ। ଏହାଦ୍ୱାରା ଭାରତର ରାଜ୍ୟ ସଂଖ୍ୟା କମି ୨୮ ହେବ ସେହିପରି କେନ୍ଦ୍ର ଶାସିତଅଞ୍ଚଳ ସଂଖ୍ୟା ବୃଦ୍ଧି ପାଇ ୯ରେ ପହଞ୍ଚିବ। ଏଠାରେ ଏବେ ଉର୍ଦ୍ଦୁ ବଦଳରେ ହିନ୍ଦୀ ଭାଷାରେ ସରକାରୀ କାର୍ଯ୍ୟ ସମ୍ପନ୍ନ ହେବ। ତେବେ ପୁନର୍ଗଠନ ଅଧିନିୟମ ଧାରା ୪୭ ଅନ୍ତର୍ଗତ ଜମ୍ମୁ-କଶ୍ମୀରରେ ନୂଆ ବିଧାନସଭା ଗଠନ ପରେ ସରକାର ନୂଆ ଏକାଧିକ ଭାଷା ଚୟନ କରିପାରିବେ। ଏଠାରେ ମୁସଲମାନ୍‌ଙ୍କୁ ସଂଖ୍ୟାଲଘୁ ଭାବେ ସ୍ଥାନୀତ କରାଯିବା ସହିତ ସମସ୍ତ ସୁବିଧା ସୁଯୋଗ ମିଳିବ। ଏହା ସହିତ ରାଜ୍ୟରେ ୨ଟି ନୂଆ ରେଡିଓ ଷ୍ଟେଶନ ମଧ୍ୟ ସ୍ଥାପିତ ହେବ। ପୂର୍ବରୁ ଜମ୍ମୁ-କଶ୍ମୀର ବିଧାନସଭା ସଦସ୍ୟ ସଂଖ୍ୟା ୧୦୭ ଥିବାବେଳେ ଏବେ ଏହା ୧୧୪ ହେବ। ଏବେ ଜମ୍ମୁ-କଶ୍ମୀରରେ ୨୦ଟି ଜିଲା ରହିଛି। ତେବେ ନୂଆ ବିଧାନସଭା ଗଠନ ପରେ ଏହାକୁ ବଢ଼ାଯିବ ବୋଲି କୁହାଯାଉଛି।

Share