ଗୁରୁବାରଠାରୁ ଚାଲିବ ଘରୋଇ ବସ୍‌

ଭୁବନେଶ୍ୱର,୨୭।୫(ବ୍ୟୁରୋ): ଗୁରୁବାରଠାରୁ ସାରା ରାଜ୍ୟରେ ଚାଲିବ ଘରୋଇ ବସ୍‌। ବସ ମାଲିକ ସଂଘ ସାଧାରଣ ପରିଷଦ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି। ଏ ନେଇ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ପ୍ରଥମ ଦଫାରେ ଗୁରୁବାରଠାରୁ କିଛି କିଛି ବସ୍‌ ଚଳାଚଳ କରିବ। ପୂରା ମାତ୍ରାରେ ବସ୍‌ ଚଳାଚଳ ପାଇଁ ୧୦ ଦିନ ସମୟ ଲାଗିବ। ରାଜ୍ୟ ସରକାରଙ୍କ କୋଭିଡ-୧୯ ଗାଇଡ୍‌ଲାଇନ୍‌ ଅନୁଯାୟୀ ଯାତ୍ରୀଙ୍କ ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ସମ୍ପାଦକ ସାହୁ କହିଛନ୍ତି।
ପ୍ରକାଶ ଯେ, ମଙ୍ଗଳବାର ରାଜ୍ୟ ସରକାର ଓ ବସ୍‌ ମାଲିକ ସଂଘ ମଧ୍ୟରେ ଆଲୋଚନା ହୋଇଥିଲା। ଏଥିରେ ବସ୍‌ ଚଳାଚଳ ସ୍ବାଭାବିକ କରିବା ନେଇ ବିଚାର ବିମର୍ଶ ହୋଇଥିଲା। ଏଥିରେ ୬ ଦଫା ଦାବି ଉପସ୍ଥାପନ ହୋଇଥିଲା। ତେବେ ସରକାର ସେଥିରୁ ଗୋଟିଏ ଦାବି ପୂରଣ କରିଥିଲେ। ତଦନୁଯାୟୀ ଘରୋଇ ବସ୍‌ ଉପରୁ ୩ ମାସର ଟିକସ ଛାଡ଼ କରିଥିଲେ।