ଗୁରୁତ୍ୱ କେଉଁଠ

ଝାଡ଼ଖଣ୍ଡ ଗୁମ୍‌ଲା ଜିଲାର ଏକ ଗ୍ରାମରେ ୨୧ ଜୁଲାଇରେ ଗୁଣିଗାରେଡ଼ିି ସନ୍ଦେହରେ ୪ ଜଣଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଏହାର ୩ ଦିନ ପୂର୍ବରୁ ବିହାରର ସରନ୍‌ ଜିଲାରେ ଗୋରୁ ଚୋରି ସନ୍ଦେହରେ ଉତ୍ତ୍ୟକ୍ତ ଲୋକେ ୩ ଜଣଙ୍କୁ ବାଡ଼େଇ ବାଡ଼େଇ ମାରି ଦେଇଥିଲେ। ଭିଡ଼ହିଂସାର ଏହି ସଦ୍ୟତମ ନିର୍ଦ୍ଦୟ ଘଟଣା ଅତ୍ୟନ୍ତ ହୃଦୟବିଦାରକ ହୋଇଥିଲେ ମଧ୍ୟ ଏହା ଉପରେ ବିଶେଷ ଆଲୋଚନା ହେଉ ନ ଥିବା ଦେଖିବାକୁ ମିଳୁଛି। କାରଣ ୨୦୧୫ରେ ଉତ୍ତରପ୍ରଦେଶର ଦାଦ୍ରୀନିବାସୀ ମହମ୍ମଦ ଅଖଲାକ୍‌ଙ୍କ ହତ୍ୟାଠାରୁ ରାଜସ୍ଥାନ ଅଲ୍‌ଓ୍ବାରର ପେହେଲୁ ଖାନ୍‌ ସମେତ ଅସଂଖ୍ୟ ଘଟଣାକୁ ମନେପକାଇଲେ ଭିଡ଼ହିଂସାରେ ଲୋକଙ୍କୁ ମାରିପକାଇବା ସେଭଳି ଗୁରୁତ୍ୱ ରଖୁନାହିଁ। ସୁପ୍ରିମକୋର୍ଟ ଏଭଳି ଅପରାଧ ବଢ଼ୁଥିବା ଦେଖି ଏ ସଂକ୍ରାନ୍ତ ତୁରନ୍ତ ଆଇନ ଆଣିବାକୁ ୧୭ ଜୁଲାଇ ୨୦୧୮ରେ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବର୍ଷେ ବିତିଗଲା ପରେ ମଧ୍ୟ ସରକାରଙ୍କ ନିଦ ଭାଙ୍ଗି ନାହିଁ। ବିହାରର ୩ ଜଣଙ୍କୁ ପିଟି ମାରିଦିଆଯିବା ପରେ ୧୯ ଜୁଲାଇରେ ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଆସାଦୁଦ୍ଦିନ୍‌ ଓଓ୍ବାଇଇସି ପାର୍ଲାମେଣ୍ଟରେ ଏହି ପ୍ରସଙ୍ଗ ଉଠାଇ କାହିଁକି ଏ ଦିଗରେ ଆଇନ ଆସିବାରେ ବିଳମ୍ବ କରାଯାଉଛି ବୋଲି ପ୍ରଶ୍ନ କରିଥିଲେ। ଏହା କେବଳ ଆସାଦୁଦ୍ଦିନ୍‌ଙ୍କ ପ୍ରଶ୍ନ ଭାବେ ପରିଗଣିତ ହେବା ଉଚିତ ନୁହେଁ। ପୃଥିବୀର ଇତିହାସକୁ ଦେଖିଲେ ବିଭିନ୍ନ ସମୟରେ ଓ ଭିନ୍ନଭିନ୍ନ ଦେଶରେ ଆରମ୍ଭ ହୋଇଥିବା ସଂଖ୍ୟାଲଘୁ ବିରୋଧୀ ଚିନ୍ତାଧାରା ଅଧିକାଂଶ ସମୟରେ ଅଲଗା ମୋଡ଼ ନେଇ ଅନ୍ୟ ଗୋଷ୍ଠୀଗୁଡ଼ିକୁ ଶିକାର କରିଥାଏ। ଆଜି ଭାରତବର୍ଷରେ ଗୁଣିଗାରେଡ଼ି ନାମରେ ହେଉ କିମ୍ବା ଗୋରୁ ଚୋରି ଅଭିଯୋଗ ମାଧ୍ୟମରେ ବ୍ୟବସାୟିକ ସୁବିଧା ପାଇଁ ଲୋକଙ୍କୁ ମାରିଦେବାର ଉଦାହରଣ ଦେଖିବାକୁ ମିଳୁଛି। ଏଭଳି ହିଂସା ବ୍ୟାପୁଥିବାରୁ ତାହା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ହେବା କଥା। ଯେଉଁମାନେ ଭାବୁଛନ୍ତି ଯେ, ମୁସଲମାନଙ୍କ ଭଳି ସଂଖ୍ୟାଲଘୁମାନେ ଦେଶର କ୍ଷତି କରୁଛନ୍ତି, ସେମାନେ ନିଜ ଜୀବନକୁ ସମୀକ୍ଷା କରି ଏହି ଦୋଷାରୋପ ସମ୍ପର୍କରେ ଚିନ୍ତା କରିବା ଉଚିତ ହେବ। ସାଧାରଣ ହିନ୍ଦୁର ଶିକ୍ଷା, ସ୍ବାସ୍ଥ୍ୟ, ନିଯୁକ୍ତି କିମ୍ବା ଅନ୍ୟ କୌଣସି ଅର୍ଥନୈତିକ ପ୍ରଗତିରେ ମୁସଲମାନମାନଙ୍କ କୌଣସି ଭୂମିକା ରହୁଥିବାର କ୍ୱଚିତ ଉଦାହରଣ ମିଳିଥାଏ। ଅର୍ଥାତ୍‌ ରାଜନୈତିକ ସୁବିଧା ପାଇଁ ହିଂସାତ୍ମକ ମନୋଭାବ ସୃଷ୍ଟି କରାଗଲେ ତାହା କେବଳ ମୁସଲମାନ ବିରୋଧୀ ହୋଇ ରହିବ ନାହିଁ। ଆଜି ଗୋଟିଏ ସମ୍ପ୍ରଦାୟକୁ ବିରୋଧ କରୁଥିବା ଲୋକେ ଆସନ୍ତାକାଲି ସେହି ମନୋଭାବ ପୋଷଣ କରି ଅନ୍ୟ ଏକ ଶତ୍ରୁ ଖୋଜିବସିବ। ସେଭଳି ବିରୋଧ ସୃଷ୍ଟି ହେଲେ ତାହା କେବଳ ଧର୍ମ ନୁହେଁ, ଜାତି, ବର୍ଣ୍ଣ, ଭାଷା, ଅଞ୍ଚଳ ଭଳି ବିଭିନ୍ନ ଆଳ ଖୋଜିଥାଏ। ଅର୍ଥାତ୍‌ ନକାରାତ୍ମକ ଚିନ୍ତାଧାରାରୁ ଜନ୍ମ ହେଉଥିବା ହିଂସା କୌଣସି ଗୋଟିଏ କଥାରେ ସୀମିତ ରହେ ନାହିଁ।
ଓଡ଼ିଶାର କେତୋଟି ଜିଲାରେ ଗୁଣିଗାରେଡ଼ି ଆଳରେ ଅସହାୟ ବ୍ୟକ୍ତିମାନଙ୍କଠାରୁ ସେମାନଙ୍କ ସମ୍ପତ୍ତି ଛଡ଼ାଇ ନେବାର ଲୁକ୍କାୟିତ ଉଦ୍ଦେଶ୍ୟ ରହିଥାଏ। ଯେହେତୁ କୌଣସି ଉଚ୍ଚପଦସ୍ଥ କର୍ମକର୍ତ୍ତାଙ୍କଠାରୁ ଏହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ମିଳେ ନାହିଁ, ସେହେତୁ ପୋଲିସ ବ୍ୟବସ୍ଥା ନୀରବଦ୍ରଷ୍ଟା ପାଲଟି ଯାଉଥିବାର ଅନେକ ଦୃଷ୍ଟାନ୍ତ ରହିଛି। ଗ୍ରାମାଞ୍ଚଳରେ ଯେକୌଣସି ମହିଳା କିମ୍ବା ପୁରୁଷକୁ ଅତି ସହଜରେ ଗୁଣିଗାରେଡ଼ିର ଆଖ୍ୟା ଦିଆଯାଇ ନିର୍ଯାତନା ଦେଇହୁଏ।
ତୁଳନାତ୍ମକ ଭାବେ ଭିଡ଼ହିଂସାଠାରୁ ନଗଣ୍ୟ ଘଟଣାରେ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ଦିଆଯାଇ ଯଦି ତୁରନ୍ତ ଆଇନ ପ୍ରଣୟନ କରାଯାଇପାରୁଛି, ସେହି ଅନୁଯାୟୀ ଏଭଳି ଗମ୍ଭୀର ପ୍ରସଙ୍ଗକୁ ଅତ୍ୟଧିକ ପ୍ରାଧାନ୍ୟ ଦିଆଯିବା କଥା। ହେଲେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି, ଏ ସମ୍ବନ୍ଧରେ କାର୍ଯ୍ୟ ଆରମ୍ଭ ହୋଇଛି ଏବଂ ପାର୍ଲାମେଣ୍ଟର ଚଳିତ ଅଧିବେଶନରେ ଏହା ଉପସ୍ଥାପିତ ହେବ। ଏଭଳି ଆଶ୍ୱାସନାମୂଳକ ପ୍ରତିଶ୍ରୁତି ଭିଡ଼ହିଂସା ଯୋଗୁ ସୃଷ୍ଟି ହେଉଥିବା ଅରାଜକତା ଓ କ୍ଷତିଗ୍ରସ୍ତ ବ୍ୟକ୍ତିଙ୍କ ପାଇଁ କୌଣସି ମୂଲ୍ୟ ରଖୁ ନାହିଁ। ସାଧାରଣତଃ ଦେଖାଯାଉଛି, ସରକାର ଯେଉଁ ପ୍ରସଙ୍ଗକୁ ଗୁରୁତ୍ୱ ମନେକରୁଛନ୍ତି, ସେଥିଲାଗି ତତ୍‌କ୍ଷଣାତ୍‌ ଆଇନ ଆଣିବା ସମ୍ଭବ ହେଉ ନ ଥିଲେ ଅଧ୍ୟାଦେଶ ଜରିଆରେ ଲକ୍ଷ୍ୟ ପୂରଣ କରୁଛନ୍ତି। ଆଧାରଠାରୁ ଆରମ୍ଭ କରି ତିନି ତଲାକ୍‌ ଯାଏ ଅଧ୍ୟାଦେଶ ଅଣାଯାଇଛି। କିନ୍ତୁ ଘୋର ସାମାଜିକ ସମସ୍ୟାର ସମାଧାନ ଦିଗରେ ସେଭଳି ତତ୍ପରତା ଦେଖିବାକୁ ମିଳେନାହିଁ। ଫଳସ୍ବରୂପ ନିର୍ଦ୍ଦୋଷ ନିର୍ଯାତନାର ସମ୍ମୁଖୀନ ହୁଏ, ଦୋଷୀ ରାସ୍ତାରେ ଛାତି ଫୁଲାଇ ବୁଲିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri