ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରୀୟ ପଦବୀରେ ଓଡ଼ିଆ

ଭୁବନେଶ୍ୱର,୯।୩(ବ୍ୟୁରୋ): ଓଡ଼ିଶାରେ ଜନ୍ମିତ ବହୁ ପ୍ରଶାସନିକ ଅଧିକାରୀ ବର୍ତ୍ତମାନ କେନ୍ଦ୍ରରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରୁଛନ୍ତି। ସ୍ବାଧୀନତା ପରବର୍ତ୍ତୀ ସମୟଠାରୁ ଅନୁଧ୍ୟାନ କଲେ ବର୍ତ୍ତମାନ ସମୟରେ ଏକାଧିକ ଓଡ଼ିଆ ଅଫିସର କେନ୍ଦ୍ର ତଥା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଦାୟିତ୍ୱ ତୁଲାଉଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ଦକ୍ଷତାର ସହ ନିଜ ଦାୟିତ୍ୱ ତୁଲାଇ ପ୍ରଶଂସା ମଧ୍ୟ ସାଉଁଟିବାର ନଜିର ରହିଛି।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ସବୁଠୁ ପ୍ରଭାବଶାଳୀ ଅଫିସ। ଦେଶର ସବୁ ଗୁରୁତ୍ୱପୂର୍ଣ୍ଣ ନୀତିଗତ ନିଷ୍ପତ୍ତି ସେହିଠାରେ ହୋଇଥାଏ। ସମ୍ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ଶାସନ ସଚିବ ଭାବେ ପ୍ରମୋଦ କୁମାର ମିଶ୍ର ଅବସ୍ଥାପିତ ହୋଇଛନ୍ତି। ପ୍ରମୋଦ ଓଡ଼ିଶାର ସମ୍ବଲପୁର ବାସିନ୍ଦା। କୌଣସି ଓଡ଼ିଆ ଭାବେ ଦେଶର ସବୁଠୁ ପ୍ରଭାବଶାଳୀ ପ୍ରଶାସନିକ କାର୍ଯ୍ୟାଳୟରେ କାର୍ଯ୍ୟ କରିବା ରାଜ୍ୟ ପାଇଁ ଗୌରବର ବିଷୟ। ୧୯୭୧ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ପ୍ରମୋଦ ପୂର୍ବରୁ ପିଏମ୍‌ଓର ଅତିରିକ୍ତ ଶାସନ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ନୃପେନ୍ଦ୍ର ମିଶ୍ର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପଦରୁ ଇସ୍ତଫା ଦେବା ପରେ ପ୍ରମୋଦଙ୍କୁ ଏହି ଦାୟିତ୍ୱ ମିଳିଥିଲା। ପ୍ରମୋଦ କ୍ୟାବିନେଟ ସେକ୍ରେଟାରିଏଟ୍‌ ଆଇନ ମନ୍ତ୍ରଣାଳୟ କାର୍ଯ୍ୟ ମଧ୍ୟ ଅନୁଧ୍ୟାନ କରୁଛନ୍ତି। ଦେଶର ଯେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ରୂପାୟନରେ ତାଙ୍କର ସକ୍ରିୟ ଅଂଶଗ୍ରହଣ ରହୁଛି। ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ପ୍ରମୋଦ ସେହି ରାଜ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ପଦରେ କାର୍ଯ୍ୟ କରିଥିଲେ।
ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ଆଉ ଜଣେ ଓଡ଼ିଆ। ଦେଶର ଅର୍ଥନୀତି ଏକ ବିଶେଷ ପରିସ୍ଥିତି ଦେଇ ଗତି କରୁଥିବାବେଳେ ୧୯୮୦ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ଶକ୍ତିକାନ୍ତଙ୍କ ନିଯୁକ୍ତି ଅନେକ ଗୁରୁତ୍ୱ ବହନ କରୁଛି। ଶକ୍ତିକାନ୍ତ ପୂର୍ବରୁ ଭାରତ ସରକାରଙ୍କ ଅର୍ଥନୈତିକ ବ୍ୟାପାର, ରାଜସ୍ବ ଏବଂ ଶିଳ୍ପ ମନ୍ତ୍ରଣାଳୟରେ କାର୍ଯ୍ୟ କରିସାରିଛନ୍ତି। ଆରବିଆଇ ଗଭର୍ନର ଭାବେ ଉର୍ଜିତ ପଟେଲ ଇସ୍ତଫା ଦେବା ପରେ ଭୁବନେଶ୍ୱରରେ ଜନ୍ମିତ ଶକ୍ତିକାନ୍ତଙ୍କୁ ଏହି ଦାୟିତ୍ୱ ମିଳିଥିଲା। ସେହିପରି ରାଜ୍ୟକୁ ଗୌରବାନ୍ବିତ କରିଥିବା ଅନ୍ୟ ଜଣେ ଓଡ଼ିଆ ହେଉଛନ୍ତି ଡ. ମୃତ୍ୟୁଞ୍ଜୟ ମହାପାତ୍ର। ମୃତ୍ୟୁଞ୍ଜୟଙ୍କ ଘର ଭଦ୍ରକ ଜିଲାରେ। ସେ ବର୍ତ୍ତମାନ ଭାରତୀୟ ପାଣିପାଣ ସଂସ୍ଥାନର ନିର୍ଦ୍ଦେଶକ ଭାବେ ଅବସ୍ଥାପିତ। ୨୦୧୯ର ଭୟାନକ ସାମୁଦ୍ରିକ ଝଡ଼ ‘ଫନୀ’ର ବହୁ ପୂର୍ବରୁ ସୂଚନା ସଂଗ୍ରହ କରିବା, ତା’ ଗତିପଥର ସବିଶେଷ ସୂଚନା ରଖିବା ଏବଂ ଏହାର ସଫଳ ମୁକାବିଲା କରିବା ପାଇଁ ଓଡ଼ିଶା ଓ ଭାରତ ସରକାରଙ୍କୁ ମୃତ୍ୟୁଞ୍ଜୟ ଆବଶ୍ୟକ ସହଯୋଗ କରିଥିଲେ। ଆଗାମୀ ଦିନରେ ବହୁ ପୂର୍ବରୁ ପାଣିପାଗ ନିର୍ଣ୍ଣୟ ଏବଂ ଉଚ୍ଚତର ଗବେଷଣା ପାଇଁ ସେ ନିଜର ଅଧ୍ୟବସାୟ ଜାରି ରଖିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ଓଡ଼ିଶାରୁ ମୃତ୍ୟୁଞ୍ଜୟଙ୍କ ପ୍ରତିନିଧିତ୍ୱ ନିହାତି ଗୌରବର କଥା।
ଜମ୍ମୁ ଓ କଶ୍ମୀରରେ ଲାଗୁ ହୋଇଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦କୁ କେନ୍ଦ୍ର ସରକାର ଗତବର୍ଷ ଅଗଷ୍ଟ ୫ରେ ଉଚ୍ଛେଦ କରିଥିଲେ। ଏହାପରେ ଜମ୍ମୁ ଓ କଶ୍ମୀର ଏବଂ ଲଦାଖ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହୋଇଥିଲା। ଏହାପରେ ଗୁରୁତ୍ୱପୂର୍ଣ୍ଣ ଜମ୍ମୁ ଓ କଶ୍ମୀରର କିଏ ଲ୍ୟୁଟନାଣ୍ଟ ଗଭର୍ନର ହେବେ, ତାହା ଉପରେ ସାରା ଦେଶର ନଜର ରହିଥିଲା। ଶେଷରେ ଏହି ଗୁରୁତ୍ୱପୂର୍ଣ୍ଣ ପଦ ପାଇଁ ୧୯୮୫ ବ୍ୟାଚ୍‌ର ଗୁଜରାଟ କ୍ୟାଡର ଓଡ଼ିଆ ଆଇଏଏସ୍‌ ଅଫିସର ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ମନୋନୀତ କରାଯାଇଥିଲା। ଏହି ନିଯୁକ୍ତି ପୂର୍ବରୁ ମୋଦିଙ୍କ ଗୁଜରାଟ ମୁଖ୍ୟମନ୍ତ୍ରିତ୍ୱ ସମୟରେ ଗିରୀଶ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପଦରେ କାର୍ଯ୍ୟ କରିଥିଲେ। ଉପରୋକ୍ତ ୪ ଅଧିକାରୀଙ୍କୁ ବାଦ୍‌ ଦେଲେ ଆହୁରି ଅନେକ ଓଡ଼ିଆ ବିଭିନ୍ନ ଦାୟିତ୍ୱରେ ରହିଛନ୍ତି। ଯେପରି ନ୍ୟାଶନାଲ କାଉନସିଲ ଅଫ୍‌ ଏଜୁକେଶନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନ୍‌ସିଇଆରଟି)ର ନିର୍ଦ୍ଦେଶକ ଡ. ହୃଷୀକେଶ ସେନାପତି। ନିକଟରେ ୟୁପି କ୍ୟାଡର ଓଡ଼ିଆ ଆଇଏଏସ୍‌ ଅଫିସର ଦେବାଶିଷ ପଣ୍ଡା ଗୁରୁତ୍ୱପୂର୍ଣ୍ଣ ଅର୍ଥ ମନ୍ତ୍ରଣାଳୟର ସଚିବ ଭାବେ କିଛିଦିନ ଦାୟିତ୍ୱ ତୁଲାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri