ଗୁମ୍ମା ବ୍ଲକ କାର୍ଯ୍ୟାଳୟରେ ୭୩ତମ ସ୍ବାଧୀନତା ଦିବସ

ଗୁମ୍ମା, ୧୫।୮-ଗୁମ୍ମା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ୭୩ତମ ସ୍ବାଧୀନତା ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବିଡିଓ ନଟବର ଗରଡ଼ା, ସଡିପିଓ ଅନିତା ରାଣୀ ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷ ଗଜେନ୍ଦ୍ର ଗମାଙ୍ଗ, ଜିଲା ପରିଷଦ ହିମାଂଶୁ ଲିମ୍ମା ଏବଂ ବିଭିନ୍ନ ଅନୁଷ୍ଠାନର ଛାତ୍ରୀଛାତ୍ରଙ୍କ ସମେତ ଅଙ୍ଗନୱାଡିର କୁନିକୁନି ଶିଶୁ ଉପସ୍ଥିତ ଥିଲେ। ବ୍ଲକ ଅଧ୍ୟକ୍ଷ ଗଜେନ୍ଦ୍ର ଗମାଙ୍ଗ ନିର୍ଦ୍ଧାରିତ ସମୟରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପରେ ଉପସ୍ଥିତ ଲୋକମାନେ ସମାଜର ସବୁ ବର୍ଗର ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ଉନ୍ନତି ପାଇଁ ଚେଷ୍ଟା କରିବା ସହ ବୃଦ୍ଧାବୃଦ୍ଧଙ୍କ ଯତ୍ନ ନେବେ ବୋଲି ସଂକଳ୍ପ ନେଇଥିଲେ। ପରେ ବୀର ଶହୀଦଙ୍କ ସ୍ମୃତିଚାରଣ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଗୁମ୍ମା ଏଏସ୍‌ଆଇ ଆରତ ନାୟକଙ୍କ ନେତୃତ୍ୱରେ ଫାଣ୍ଡିର ଗୃହରକ୍ଷୀମାନେ ଉପସ୍ଥିତ ଥିଲେ।