ଗୁଣିଗାରେଡି ସନ୍ଦେହରୁ ମଝିଆ ଭାଇଙ୍କୁ ହତ୍ୟା, ଗ୍ରାମବାସୀଙ୍କ ଆକ୍ରମଣରେ ସାନ ଭାଇ ଗୁରୁତର

ସିନାପାଲି,୧୦।୬(ଡି.ଏନ୍‌.ଏ.)-ନୂଆପଡା ଜିଲା ସିନାପାଲି ଥାନା ଅନ୍ତର୍ଗତ ଝାରବନ୍ଧ ପଞ୍ଚାୟତ ନାଗଝର ଗାଁରେ ସୋମବାର ଏକ ହତ୍ୟାକାଣ୍ଡ ଘଟିଛି। ଗୁଣିଗାରେଡିକୁ କେନ୍ଦ୍ର କରି ୨ ଭାଇଙ୍କୁ ଗ୍ରାମବାସୀ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ମଝିଆ ଭାଇ ଦେବାନନ୍ଦ ଘିଭେଲା (୬୦) ମୃତ୍ୟୁ ଘଟିଥିବା ବେଳେ ସାନଭାଇ ଦେବଦର୍ଶନ ଘିଭେଲା (୪୫) ଗୁରୁତର ହୋଇଛନ୍ତି। ତାଙ୍କୁ ବୁର୍ଲା ଭିମ୍‌ସାରରେ ଭର୍ତ୍ତି କରାଯାଇଛି। ସୋମବାର କୌଣସି କାମରେ ଦେବାନନ୍ଦ ଓ ଦେବଦର୍ଶନ ମାଲପଡା ଗାଁକୁ ଯାଇଥିଲେ। ସେଠାରୁ ଫେରୁଥିବା ବେଳେ ନିକଟସ୍ଥ ପୋଖରୀ ନିକଟରେ ପୂର୍ବରୁ ଛକି ରହିଥିବା କେତେଜଣ ଗ୍ରାମବାସୀ ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ପରିବାର ଲୋକେ ଖବର ପାଇ ଦେବାନନ୍ଦ ଓ ଦେବଦର୍ଶନଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ା ପରେ ଉଭୟଙ୍କୁ ଭବାନୀପାଟଣା ମେଡିକାଲକୁ ପଠାଯାଇଥିଲା। ହେଲେ ରାସ୍ତାରେ ଦେବାନନ୍ଦଙ୍କ ମୃତ୍ୟୁ ଘଟିଥିଲା। ଦେବଦର୍ଶନଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ଡେରା ପକାଇ ରହିଛି। ଅଭିଯୁକ୍ତମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ସିନାପାଲି ଥାନା ଅଧିକାରୀ ଜ୍ୟୋତିରଞ୍ଜନ ଗୌଡଙ୍କ କହିଛନ୍ତି। ପୋଲିସ ଭୟରେ ନାଗଝର ଗାଁ ଜନଶୂନ୍ୟ ହୋଇପଡିଛି। ପୋଲିସ ଏକ ମାମଲା( ନଂ.୮୮/୦୯) ରୁଜୁ କରି ତଦନ୍ତ ଚଲାଇଛି। ଏହି ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ୧୬ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚୁରା କରୁଛି। ଘଟଣାସ୍ଥଳରୁ କଟୁରୀ ଓ ଛୁରି ଜବତ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ନାଗଝର ଗାଁରେ ଗତ ଅକ୍ଟୋବର ମାସରେ ଗୁଣିଗାରେଡିକୁ ନେଇ ଗ୍ରାମବାସୀ ଏବଂ ଦେବାନନ୍ଦଙ୍କ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ଦେବାନନ୍ଦଙ୍କ ବଡ଼ଭାଇ ବୁଡୁରାମଙ୍କ ପରିବାରକୁ ସନ୍ଦେହ କରି ଗ୍ରାମବାସୀ ସିନାପାଲି ଥାନାରେ ମାମଲା ରୁଜୁ କରିଥିଲେ। ସେତେବେଳେ ଖଡିଆଳ ଏସ୍‌ଡିପିଓ ଓ ସିନାପାଲି ଥାନା ଅଧିକାରୀ ଉକ୍ତ ଘଟଣାର ତଦନ୍ତ କରିବା ସହ ମାମଲା ରୁଜୁ କରିଥିଲେ। ଏହି ଘଟଣାକୁ ନେଇ ବୁଡୁରାମଙ୍କୁ ଗ୍ରାମବାସୀ ବିଦ୍ୟାଳୟ ପରିଚାଳନା କମିଟି ସଭାପତି, ଜଙ୍ଗଲ ସୁରକ୍ଷା ସମିତି ସଭାପତି ଏବଂ କେନ୍ଦୁପତ୍ର ମୁନସୀ ପଦବୀରୁ ହଟାଇବା ପାଇଁ ଦାବି କରିଆସୁଥିଲେ। ହେଲେ ପୂର୍ବଭଳି ବୁଡୁରାମ ନିଜ ଦାୟିତ୍ୱ ତୁଲାଇ ଆସୁଥିଲେ। ଏହି ଘଟଣାକୁ ନେଇ ଗ୍ରାମବାସୀ ଉତ୍‌କ୍ଷିପ୍ତ ହୋଇ ଏପରି ଆକ୍ରମଣ କରିଥିବା ପୋଲିସ ପ୍ରାଥମିକ ସୂତ୍ରରୁ ଜାଣିବାକୁ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri