ଗୁଣିଗାରେଡ଼ି ସନ୍ଦେହରେ ଆକ୍ରମଣ: ଭୟରେ ଗାଁ ଛାଡ଼ିଲେ ପରିବାର ଲୋକେ

ରାୟଗଡ଼ା ଅଫିସ,୩।୧ – ସଚେତନତା ସତ୍ତ୍ୱେ ଲୋକଙ୍କ ମନରେ ବସା ବାନ୍ଧିଥିବା ଅନ୍ଧବିଶ୍ୱାସ ଦୂର ହେଉନାହିଁ। ଗୁଣିଗାରେଡ଼ିକୁ କେନ୍ଦ୍ରକରି ବାରମ୍ବାର ଲୋକେ ଅଭାବନୀୟ କାଣ୍ଡ ଘଟାଉଛନ୍ତି ା ଆଇନକୁ ହାତକୁ ନେଉଛନ୍ତି ା ରାୟଗଡ଼ା ଜିଲା ଚାନ୍ଦିଲି ଥାନା ଅନ୍ତର୍ଗତ କନ୍ଧମାଳି ଗାଁରେ ଏଭଳି ଏକ ଘଟଣା ଘଟିଛି ା ଗୁଣି ଗାରେଡ଼ି ସନ୍ଦେହରେ ଗ୍ରାମବାସୀ ବୁଧବାର ଗୋଟିଏ ପରିବାରର ସଦସ୍ୟଙ୍କୁ ଆକ୍ରମଣ କରିଛନ୍ତି ା ଏମିତି କି ସେମାନଙ୍କ ଘର ଚାରିପଟେ କଣ୍ଟା ରଖି ଦେଇଛନ୍ତି ା ଭୟରେ ପରିବାର ଗାଁ ଛାଡ଼ି ରାୟଗଡ଼ା ସହରକୁ ଚାଲି ଆସିଛନ୍ତି ା
କନ୍ଧମାଳି ଗଁାରେ ମହେଶ୍ୱର ହୁଇକା, ତାଙ୍କ ପତ୍ନୀ ରତ୍ନାଲୁ ହୁଇକା ଓ ପୁଅ ସୁରେଶ ହୁଇକା ରୁହନ୍ତି ା ଉକ୍ତ ପରିବାର ଗାଁରେ ଗୁଣି ଗାରେଡ଼ି କରୁଥିବା ନେଇ ଗ୍ରାମବାସୀ ସନ୍ଦେହ କରୁତ୍ଥିଲେ ା ଗ୍ରାମରେ କେହି ଅସୁସ୍ଥ ହେଲେ କି କିଛି ଅଘଟଣ ଘଟିଲେ ଗୁଣଗାରେଡ଼ି ଯୋଗୁ ହେଉଥିବା ସନ୍ଦେହ କରୁଥିଲେ ା ଏହାକୁ ନେଇ ଗ୍ରାମବାସୀ ଉକ୍ତ ପରିବାରକୁ ୨୦୧୮ରୁ ଗାଁରୁ ବାସନ୍ଦ କରି ଦେଇଥିଲେ ା ଯଦି ସେମାନଙ୍କ ସହ କେହି କଥା ହେଲେ ୧୦ ହଜାର ଟଙ୍କା ଜରିମାନା ଆଦାୟ କରୁଥିଲେ ା ବହୁ କଷ୍ଟରେ ଦିନ କାଟୁଥିଲେ ପରିବାର ଲୋକେ ା ପୂର୍ବରୁ ଗ୍ରାମରେ ଗୁଣି ଗାରେଡ଼ି ସନ୍ଦେହରେ ଜଣଙ୍କୁ ହତ୍ୟା କରାଯାଇଥିବାରୁ ଭୟଭୀତ ହେବା ସହ ଅତ୍ୟାଚାରରେ ଅତିଷ୍ଠ ହୋଇ ସମ୍ବଲପୁରରେ ରହୁଥିବା ସାନ ପୁଅ ପାଖକୁ ଚାଲି ଯାଇଥିଲେ ସେମାନେ ା ସେଠାରେ ୯ ମାସ ରହିବା ପରେ ସବୁ ଠିକ୍‌ଠାକ୍‌ ହୋଇଯାଇଥିବ ଭାବି ଏକ ମାସ ହେବ ସେମାନେ ଗାଁକୁ ଫେରିଥିଲେ ା କିନ୍ତୁ ଗ୍ରାମବାସୀ ବୁଧବାର ଗୁଣି ଗାରେଡ଼ି ସନ୍ଦେହ କରି ସେମାନଙ୍କୁ ଆକ୍ରମଣ କରିବା ସହ ଗାଁ ଛାଡ଼ି ଚାଲିଯିବାକୁ ଧମକ ଦେଇଥିଲେ ା ଭୟରେ ଗାଁ ଛାଡ଼ି ରାୟଗଡ଼ାରେ ରହୁଥିବା ବଡ଼ପୁଅ ପାଖକୁ ଚାଲି ଯାଇଛନ୍ତି ା ମହେଶ୍ୱରଙ୍କ ପୁଅ ରମେଶ କହିଛନ୍ତି ଯେ, ଏଇ ଘଟଣାକୁ ନେଇ ବାପାଙ୍କର ଛାତିରେ ଯନ୍ତ୍ରଣା ଅତ୍ୟଧିକ ହେଉଛି ା ଗ୍ରାମରେ କିଛି ଲୋକଙ୍କ ରାଜ ଚାଲେ ା ବୁଧବାର ଆମ ଘର ଚାରିପଟେ କଣ୍ଟା ବୁଦା ରଖି ଗ୍ରାମକୁ ନ ଆସିବାକୁ ଚେତାବନୀ ଦେଇଛନ୍ତି ବୋଲି କହିଛନ୍ତି ା ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ ା ଖବରପାଇ ଚାନ୍ଦିଲି ଏସଆଇ ରାଜେଶ୍ୱର ଶବର ଘଟଣାସ୍ଥଳରେ ପହଞ୍ଚତ୍ ପରିବାର ଲୋକଙ୍କୁ ପଚରାଉଚୁରା କରିଛନ୍ତି ା ଅଧିକ ଅସୁବିଧା ହେଲେ ଚାନ୍ଦିଲି ଥାନା ରେ ଲିଖିତ ଅଭିଯୋଗ କରିବାକୁ ପରାମର୍ଶ ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାନର ମାରି ଉପସ୍ଥିତି ଦର୍ଶାଇଲେ ମାଓବାଦୀ: ଆତଙ୍କିତ ନ ହେବାକୁ….

ରାୟଗଡ଼ା/କଲ୍ୟାଣସିଂହପୁର,୧୪।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା):ମାଓବାଦୀ ନେତା ନିଖିଲ ଓ ଇନ୍ଦୁଙ୍କ ସମେତ ୧୫ଜଣ ମାଓବାଦୀ ଆତ୍ମସମର୍ପଣ ପରେ ରାୟଗଡ଼ା ଜିଲା ଏକ ପ୍ରକାର ମାଓମୁକ୍ତ ଅଞ୍ଚଳ…

ଦୁଇ ଦିନ ତଳେ ଇସ୍ତଫା ଦେଇଥିଲେ, ପୁଣି ଦଳକୁ ବାହୁଡିଲେ  ପୂର୍ବରୁ ବିଷମକଟକ ବ୍ଲକରେ…

ରାୟଗଡ଼ା,୧୩।୨(ରଞ୍ଜନ ପଣ୍ଡା): ନୂତନ ଗଠିତ ଜିଲା ବିଜେଡି କମିଟିରେ ଉପସଭାପତି ପଦ ପାଇଥିବା କାଶୀପୁର ବ୍ଲକ ବରିଷ୍ଠ ବିଜେଡି ନେତା ଗଣେଶ ସାଉଁତା ବୁଧବାର ନିଜ ପଦବୀରୁ…

ରାୟଗଡ଼ାରେ ମାଓବାଦୀ ପୋଷ୍ଟର, ଆଦିବାସୀଙ୍କୁ ନକ୍ସଲରେ ରଖି ଅତ୍ୟାଚାର…

ରାୟଗଡ଼ା,୧୩।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ବ୍ଲକ ବାଇସିଙ୍ଗ ପଞ୍ଚାୟତ ଅନ୍ତର୍ଗତ ଧୁମାଗୁଡ଼ା ବସଷ୍ଟପ ନିକଟରେ ମାଓବାଦୀ ପୋଷ୍ଟର ଦେଖାଯାଇଛି । ଏହି ପୋଷ୍ଟରଟି ସସିପିଆଇ ମାଓବାଦୀ ପକ୍ଷରୁ…

ମୁନିଗୁଡ଼ା ଅଞ୍ଚଳରେ ବାଘ ଆତଙ୍କ: ବାଛୁରୀକୁ ମାରି ଖାଇଲା, ପାଦଚିହ୍ନ ଦେଖି ଲୋକେ ଛାନିଆ…

ମୁନିଗୁଡା,୧୨।୨ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡା ରେଞ୍ଜ ଅନ୍ତର୍ଗତ ଜଗଦଳପୁର ନିକଟସ୍ଥ ଡ଼ିମିରିଗୁଡାର ପଞ୍ଜାବାଲି ଛକ ନିକଟରେ ବାଘ ଆତଙ୍କ ଦେଖାଯାଇଛି। ବୁଧବାର ରାତିରେ…

ପୋଲିସ ବସ୍‌ର ବ୍ରେକ ଫେଲ୍‌: ଶତାଧିକ ଆନ୍ଦୋଳନକାରୀ…

ରାୟଗଡ଼ା,୧୨।୨(ଆଶିଷ ରଞ୍ଜନ ପଣ୍ଡା):ବ୍ରେକ ଫେଲ ହେଲା ପୋଲିସ ବସ୍‌। ଅଳ୍ପକେ ବର୍ତ୍ତିଲେ ଶତାଧିକ ଆନ୍ଦୋଳନକାରୀ, ପୋଲିସ ଓ ସାମ୍ବାଦିକ। ବିଭିନ୍ନ ଦାବି ନେଇ ଆଜି କେନ୍ଦ୍ରୀୟ ଶ୍ରମିକ…

ଭଲପାଇବାର ଉଦାହରଣ ସୃଷ୍ଟି କଲେ ଅବସରପ୍ରାପ୍ତ ଶିକ୍ଷକ: ସ୍ତ୍ରୀଙ୍କ ସ୍ମୃତିରେ ନିର୍ମାଣ କଲେ…

ଗୁଣୁପୁର,୧୨।୧(ସଂକେତ ପାତ୍ର): ରାୟଗଡା ଜିଲା ଗୁଣୁପୁର ପୌରପରିଷଦ ୧୯ନଂ ୱାର୍ଡ ଓମ ନଗରରୁ ଆସିଛି ଏକ ହୃଦୟସ୍ପର୍ଶୀ କାହାଣୀ, ଯାହା ପ୍ରେମ ଓ ସ୍ବାମୀ-ସ୍ତ୍ରୀ ସମ୍ପର୍କର ଅନନ୍ୟ…

ରୋଗୀଙ୍କୁ ମିଳୁନଥିଲା ୧୦୮ ଆମ୍ବୁଲାନ୍ସ ସେବା, ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଆସିଲା…

କଲ୍ୟାଣସିଂହପୁର,୧୧।୨(ଦୀପକ କୁମାର ପରିଡା ):  ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଏକ ଆଦିବାସୀ ବହୁଳ ଅଞ୍ଚଳ ହେଇଥ‌ିବା ବେଳେ ଏଠାରେ ଜରୁରୀକାଳୀନ ସମୟରେ ଲୋକଙ୍କୁ ୧୦୮ ଆମ୍ବୁଲାନ୍ସ…

ଦ୍ୱିତୀୟ ମହଲାରେ ହଠାତ୍‌ ଲାଗିଲା ନିଆଁ, ଆଉ ତା’ ପରେ…

ଗୁଣପୁର,୧୧ା୨(ସଙ୍କେତ ପାତ୍ର): ରାୟଗଡ଼ା ଜିଲା ଗୁଣପୁର ସହରର ବଳରାମ ନଗର ଅଞ୍ଚଳର ଶ୍ରୀରାମନଗରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ ନିବାସୀ ପ୍ରଫୁଲ୍ଲ ସେନାପତିଙ୍କ ଦ୍ୱିତୀୟ ମହଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri