ଗୁଣପୁର ପଞ୍ଚାୟତ ସମିତି ବୈଠକ: ସମିତି ସଭ୍ୟ, ଜିଲାପରିଷଦ ସଭ୍ୟ ହାତାହାତି

ଗୁଣପୁର,୨୧।୮(ଡି.ଏନ୍‌.ଏ.): ଦୀର୍ଘ ୧୦ମାସ ପରେ ବୁଧବାର ଗୁଣପୁର ପଞ୍ଚାୟତ ସମିତି ବୈଠକ ବସିଥିଲା। ସ୍ଥାନୀୟ ଅଞ୍ଚଳର ବହୁ ଉନ୍ନୟନ ପ୍ରସଙ୍ଗ ଏଥିରେ ଆଲୋଚନା ହେବାର ଥିଲା। କିନ୍ତୁ କୋରମ ନ ଥାଇ ବିଡିଓ କିପରି ବୈଠକ କରୁଛନ୍ତି ବୋଲି ଅଭିଯୋଗ ଉଠାଇଥିଲେ ଜଣେ ସମିତି ସଭ୍ୟ। ଏଥିରୁ ସୃଷ୍ଟ ବିବାଦ ତେଜିବା ସହ ସମିତି ସଭ୍ୟ ଓ ଜିଲା ପରିଷଦ ସଭ୍ୟ ହାତାହାତି ହୋଇଛନ୍ତି। ଏବେ ଏହି ଗଣ୍ଡଗୋଳ ଥାନାରେ ପହଞ୍ଚତ୍ଛି।
ପ୍ରକାଶ ଯେ, ଗତ ଅକ୍ଟୋବର ୧୫ରେ ପଞ୍ଚାୟତ ସମିତି ବୈଠକ ହେବାର ଦୀର୍ଘ ୧୦ ମାସ ବ୍ୟବଧାନ ପରେ ବୁଧବାର ପୁଣିଥରେ ବୈଠକ ଡକାଯାଇଥିଲା। ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ବ୍ଲକ ଅଧ୍ୟକ୍ଷା ଦେବକୀ ଗମାଙ୍ଗ, ଜିଲା ପରିଷଦ ସଭ୍ୟ ଅଶ୍ୱିନୀ ଗମାଙ୍ଗ, ଭାରପ୍ରାପ୍ତ ବିଡିଓ ଅଗସ୍ତି ପ୍ରଧାନ, ବ୍ଲକ ସହକାରୀ ଯନ୍ତ୍ରୀ ଦୁର୍ଯ୍ୟୋଧନ ଜାନୀ, ଗ୍ରାମ୍ୟ ଜଳ ଓ ପରିମଳ ଯୋଜନା ସହକାରୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ବେହେରା, ବ୍ଲକ କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ପତିତପାବନ ବିଶୋୟୀ ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ। ସେମାନଙ୍କ ବ୍ୟତିତ ବ୍ଲକ ଅଧ୍ୟକ୍ଷା ତଥା ଟିଟିମିରି, ଜଲତାର, ଭୀମପୁର, ରେଗେଡା ଏବଂ କୁଲୁସିଂର ସମିତି ସଭ୍ୟମାନେ ମଧ୍ୟ ଯୋଗ ଦେଇଥିଲେ। ସେହିପରି ଶିରିଝୋଲି, କୁଲୁସିଂ, ପୁଟାସିଂ ଏବଂ ବାଗଶଳାର ସରପଞ୍ଚ ଏପରି ୪ ଜଣ ସରପଞ୍ଚମାନେ ଉପସ୍ଥିତ ଥିଲେ। ଗୁଣପୁର ବ୍ଲକର ୧୯ ସରପଞ୍ଚ ଏବଂ ସମିତି ସଭ୍ୟଙ୍କ ସଂଖ୍ୟା ୩୮ ହୋଇଥିବାବେଳେ ମାତ୍ର ୯ ଜଣ ଉପସ୍ଥିତ ଥିଲେ। ବିଡିଓ ବୈଠକ ଆରମ୍ଭ କରିବାରେ ବିଳମ୍ବ କରିବାରୁ ଅଧ୍ୟକ୍ଷା ଦେବକୀ ଗମାଙ୍ଗ ବ୍ୟକ୍ତିଗତ କାମ ଥିବା କହି ଚାଲି ଯାଇଥିଲେ। ଅଧ୍ୟକ୍ଷା ଯିବା ପରେ ଜିଲା ପରିଷଦ ସଭ୍ୟ ଅଶ୍ୱିନୀ ଗମାଙ୍ଗ କହିବାରୁ ବିଡିଓ ବୈଠକ ଆରମ୍ଭ କରିଥିଲେ। ବିଧାୟକ ପ୍ରାରମ୍ଭିକ ଅଭିଭାଷଣ ରଖିଥିଲେ। ଘନାନ୍ତ୍ରୀ ସମିତି ସଭ୍ୟ ଶ୍ରୀଧର ଶବର ହଠାତ୍‌ ପହଞ୍ଚତ୍ କୋରମ ନ ଥିବାବେଳେ ବୈଠକ କିପରି କରାଯାଉଛି ବୋଲି ପ୍ରଶ୍ନ କରିଥିଲେ। ଏହାକୁ ତୁରନ୍ତ ବାତିଲ କରିବାକୁ ସେ ଦାବି କରିଥିଲେ। ରେଗେଡା ସମିତି ସଭ୍ୟ ବାଳି ଗମାଙ୍ଗ ବୁଝାଶୁଝା କରିଥିଲେ ମଧ୍ୟ ଶ୍ରୀଧର ନିଜ ଜିଦ୍‌ରେ ଅଟଳ ରହିଥିଲେ। ଏହି ସମୟରେ ଜିଲା ପରିଷଦ ସଭ୍ୟ ଅଶ୍ୱିନୀ ଗମାଙ୍ଗ ଉତ୍‌କ୍ଷିପ୍ତ ହୋଇପଡି ଶ୍ରୀଧରଙ୍କୁ ମାଡ ମାରିବାରୁ ଉତ୍ତେଜନା ବଢିବା ସହ ଉଭୟ ହାତାହାତି ହୋଇଥିଲେ। ଶ୍ରୀଧର ଅଧିକାଂଶ ସମୟରେ ଏପରି ବିଭ୍ରାଟ ଏବଂ ଅଯଥାରେ ଗହଳି କରୁଛନ୍ତି ବୋଲି ଅଶ୍ୱିନୀ ଅଭିଯୋଗ କରିଥିଲେ। ପରିସ୍ଥିତି ଜଟିଳ ହେଉଥିବା ଲକ୍ଷ୍ୟ କରି ବିଡିଓ ଶେଷରେ ବୈଠକକୁ ଅଧାରେ ବାତିଲ କରିଥିଲେ। ଅଶ୍ୱିନୀଙ୍କ ନାମରେ ଶ୍ରୀଧର ଏତଲା ଦେଇଥିବା ଗୁଣପୁର ଥାନା ଆଇଆଇସି ରଶ୍ମୀରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି। ବିଡିଓଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ପାଇଁ ଏପରି ସ୍ଥିତି ଉପୁଜି ଥିଲା ବୋଲି ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି

ଭୁବନେଶ୍ୱର,୧୧।୪: ୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି। ଟ୍ରିବ୍ୟୁନାଲ ଅବଧି ବୃଦ୍ଧି କଲେ କେନ୍ଦ୍ର ସରକାର। ଏନେଇ ଜଳ ସମ୍ପଦ ନଦୀ ବିକାଶ…

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri