ଗୁଟଖା ଦୋକାନ ଉପରେ ପ୍ରଶାସନର ଚଢାଉ

କେନ୍ଦୁଝର, ୧।୮ (ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ସହରରେ ବିଭିନ୍ନ ସ୍ଥାନରେ ଥିବା ଗୁଟଖା, ସିଗାରେଟ ଆଦି ନିଶା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ସାମଗ୍ରୀ ଉପରେ କଟକଣା ଲଗାଇବା ପାଇଁ ବୁଧବାର ପ୍ରଶାସନର ନିଷ୍ପତ୍ତି କ୍ରମେ ସ୍ବାସ୍ଥ୍ୟ ବିଭାଗ ବିଭିନ୍ନ ଦୋକାନ ଉପରେ ସ୍ବାସ୍ଥ୍ୟ ବିଭାଗ ପୋଲିସ ବିଭାଗ, ଡ୍ରଗସ ବିଭାଗ ସହାୟତାରେ ଚଢାଉ କରାଯାଇଛି। କେନ୍ଦୁଝର ସହରର ୪୦ଟି ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ପ୍ରଶାସନର ମିଳିତ ଚଢ଼ାଉ କରାଯାଉଛି। ସହରରେ ଥିବା ଗୁଟଖା ଗଛିତ ଥିବା ଗୋଦାମ ଘର ଗୁଡିକ ଚଢାଉ ନ କରିବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି ା ବିଶେଷ କରି ଯେଉଁ ମାନେ ସ୍କୁଲ, କଲେଜ ଆଦି ଶିକ୍ଷାନୁଷ୍ଠାନର ୧୦୦ ମିଟର ଦୂରରେ ଗୁଟଖା ଓ ଧୂମପାନ ସାମଗ୍ରୀ ବିକ୍ରି କରୁଛନ୍ତି ସେମାନଙ୍କ ଠାରୁ ସମୁଦାୟ ୮୫୦୦ ଟଙ୍କା ଜରିମାନା ଆଦାୟ କରାଯାଉଛି ବୋଲି ଏଡିଏମଓ (ପବ୍ଲିକ ହେଲ୍‌ଥ) ଡକ୍ଟର ନିଳମଣୀ ଦିଲିପଚାନ୍ଦ ବେହେରା କହିଛନ୍ତି। ଏହି ଚଢାଉ ଏବେ ନିୟମିତ ଶିକ୍ଷାନୁଷ୍ଠାନ ପାଖ ଦୋକାନରେ କରାଯିବ ଏବଂ ପରେ ଅନ୍ୟ ସ୍ଥାନରେ କରାଯିବ ବୋଲି ସେ କହିଛନ୍ତି। ତେବେ ଗୋଦାମ ଘର ଉପରେ ଚଢାଉ କରାଯିବା ନିଷ୍ପତ୍ତି ମଧ୍ୟ ନିଆଯାଇଛି। ସେହିପରି ବିଭିନ୍ନ ସ୍ଥାନରେ ଅଫିମ ତଥା ଡ୍ରଗସ ମଧ୍ୟ ବିକ୍ରି ହେଉଥିବାରୁ ଏହାକୁ ମଧ୍ୟ ଧରପଗଡ କରିବା ସହ ଏହାର ମୁଖ୍ୟ ମାନଙ୍କୁ ଧରିବାକୁ ଦାବି ହେଉଛି ା ସିଗାରେଟରେ ଗୁଟଖା ଓ ସିଗାରେଟ ଭଳି ନିଶା ସାମଗ୍ରୀ ବିକ୍ରି ଉପରେ କଟକଣା ଲଗାଇବାକୁ କେନ୍ଦ୍ର ସରକାର ୨୦୦୩ ମସିହାରେ ଆଇନ ପ୍ରଣୟନ କରିଥିଲେ। ତେବେ ଏହାକୁ ବିଳମ୍ବରେ ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା ବେଳେ ଏନେଇ ଜିଲା ସ୍ତରରେ ସପ୍ତାହକ ତଳେ ବୈଠକ ବସି ଏହା ଉପରେ ଅଙ୍କୁଶ ଲଗାଇବାକୁ ନିଷ୍ପତ୍ତି ନିଆଯାଇଥିଲା ା ଏହି ଚଢାଉ ସ୍ବାସ୍ଥ୍ୟ, ପୋଲିସ, ଅବକାରୀ, ଡ୍ରଗସ ନିୟନ୍ତ୍ରଣ ଆଦି ବିଭାଗ ପକ୍ଷରୁ କରାଯିବାକୁ ନିଷ୍ପତ୍ତି ହୋଇଥିବା ଜଣାପଡିଛି ା ଏସବୁ ଯୋଗାଉଥିବା ମୁଖ୍ୟ ଡିଲର ମାନଙ୍କୁ ଧରପଗଡ କରାଗଲେ ବହୁ ବେଆଇନ କାମ ଧରାପଡିବ ବୋଲି ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri