ଗୁଞ୍ଜର ଧରିବା କାଳ ହେଲା: ପାଣିରେ ବୁଡ଼ି ୨ଶିଶୁ ମୃତ

ଭାପୁର,୩।୭(ଡି.ଏନ.ଏ.)-ଆଷାଢର ପହିଲି ବର୍ଷାରେ ଉଡି ବୁଲନ୍ତି ରଙ୍ଗବେରଙ୍ଗର ଗୁଞ୍ଜର(ପୋକ)। ସେହି ଗୁଞ୍ଜରକୁ ଧରି ସୂତାରେ ବାନ୍ଧି ଉଡାଇ ଆନନ୍ଦ ପାଆନ୍ତି ଗ୍ରାମାଞ୍ଚଳର ପିଲାମାନେ। ହେଲେ ଗୁଞ୍ଜର ଧରିବା ୨ପିଲାଙ୍କ ପାଇଁ କାଳ ହୋଇଛି। ମଙ୍ଗଳବାର ରଙ୍ଗୀନ ଗୁଞ୍ଜର ଧରିବାକୁ ଯାଇ ପାଣିରେ ବୁଡି ୨ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତ ଶିଶୁ ଦ୍ୱୟ ହେଲେ ନୟାଗଡ଼ ଜିଲା ଭାପୁର ବ୍ଲକ ନିହଲପ୍ରସାଦ ଗ୍ରାମର ତ୍ରିନାଥ ବେହେରାଙ୍କ ଏକମାତ୍ର ପୁଅ ସୋମନାଥ (ସାଢେ ୪ ବର୍ଷ) ଓ ବିରଞ୍ଚତ୍ ବେହେରାଙ୍କ ପୁଅ ରାଜେଶ (୪ ବର୍ଷ)। ସେମାନେ ଗୋଟିଏ ପରିବାରର ବୋଲି ଜଣାପଡିଛି।
ଗ୍ରାମର ୫ଜଣ ନାବାଳକ ମଧ୍ୟାହ୍ନ ୧୨ଟା ସମୟରେ ଗାଁ ମୁଣ୍ଡରେ ଥିବା ବିଲ ନିକଟସ୍ଥ ଏକ ଗଛ ପାଖକୁ ଯାଇଥିଲେ। ଉକ୍ତ ଗଛ ଡାଳରେ ବହୁ ଗୁଞ୍ଜର ବସୁ ଥିବାରୁ ତାହାକୁ ଧରିବା ପାଇଁ ପିଲାମାନେ ଉଦ୍ୟମ କରିଥିଲେ। ସମସ୍ତ ପିଲାଙ୍କ ବୟସ ୫ ବର୍ଷ ମଧ୍ୟରେ । ସୋମନାଥ ଓ ରାଜେଶ ବିଲ କଡେକଡେ ଆଗରେ ଯାଉଥିବା ବେଳେ ଅନ୍ୟ ପିଲାମାନେ ସେମାନଙ୍କ ପଛେପଛେ ଯାଉଥିଲେ। ବର୍ଷାରେ ବିଲ କଡ କାଦୁଅ ଯୋଗୁ ସୋମନାଥ ଓ ରାଜେଶଙ୍କ ଗୋଡ ଖସି ଯାଇଥିଲା। ସେମାନେ ବିଲ ଭିତରେ ଜମି ରହିଥିବା ପାଣିରେ ବୁଡିଯାଇଥିଲେ। ସମ୍ପୃକ୍ତ ୨ ଜଣ ବୁଡ଼ିଯିବାର ଦେଖି ଅନ୍ୟ ୩ ଜଣ ପିଲା ସେଠାରୁ ଦୌଡି ଯାଇଁ ଗାଁରେ କହିଥିଲେ। ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚତ୍ ୨ଶିଶୁଙ୍କୁ ପାଣିରୁ ଉଦ୍ଧାର କରି ଭାପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହ ବ୍ୟବଚ୍ଛେଦ ପାଇଁ ଖଣ୍ଡପଡ଼ା ଡାକ୍ତରଖାନା ପଠାଇ ଦିଆଯାଇଛି। ଫତେଗଡ଼ ରାଜସ୍ବ ନିରୀକ୍ଷକ ବୀରକିଶୋର ବେହେରା ଓ ସିଡିପିଓ ରେଣୁବାଳା ନନ୍ଦ ଘଟଣା ସ୍ଥଳକୁ ଯାଇ ତଦନ୍ତ କରି ଫେରିଛନ୍ତି। ଏହି ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପେନସନ୍‌ କରାଇ ଦେବାକୁ ୩ ହଜାର ଲାଞ୍ଚ ନେଉଥିଲେ ବରିଷ୍ଠ କିରାଣୀ, ବାନ୍ଧିଲା ଭିଜିଲାନ୍ସ

ନୟାଗଡ/ଖଣ୍ଡପଡା,(ଲୋକନାଥ ମିଶ୍ର/ଅଜୟ କୁମାର ମହାରଣା)୩୦ା୩: ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲା ଖଣ୍ଡପଡ଼ା ସବ-ଟ୍ରେଜେରୀ କର୍ମଚାରୀ ସରୋଜ କୁମାର ସାହୁ । ପେନସନ୍‌ କରାଇ ଦେବାକୁ ଲାଞ୍ଚ ନେଉଥିବା…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି ବୈକୁଣ୍ଠ, ଘରେ ପୁଅ,ବୋହୂଙ୍କୁ ବାଡ଼େଇ…

ନୟାଗଡ଼,୨୭।୩(ଲୋକନାଥ ମିଶ୍ର): ନୟାଗଡ଼ ସଦର ବଲଭଦ୍ରପୁର ଗାଁର ବୈକୁଣ୍ଠ ସାହୁଙ୍କ ଘରୁ ଗୁରୁବାର ରାତିରେ ଚୋରି ହୋଇଛି। ଚୋରମାନେ ଗ୍ରୀଲ ଓ କବାଟ ଭାଙ୍ଗି ୭ ଲକ୍ଷରୁ…

ନୂଆ ଚିନି କଳ ସ୍ଥାନ ଚିହ୍ନଟ ପାଇଁ ନୟାଗଡରେ ଆଇପିଏଲ ଟେକ୍ନିକାଲ ଟିମ

ନୟାଗଡ଼,୨୧।୩(ଲୋକନାଥ ମିଶ୍ର): ନୟାଗଡ଼ରେ ନୂଆ ଚିନିଶିଳ୍ପ ଖୋଲିବା ନେଇ ମାର୍ଚ୍ଚ ୬ରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିଲେ। ଏପରିକି ଚିନି ଶିଳ୍ପ ଖୋଲିବା ନେଇ…

ବେଲପଡ଼ାପାଟଣା ସ୍କୁଲ ଛାତ୍ର ମୃତ୍ୟୁ ଘଟଣା: ୩୪ ଦିନ ପରେ ସ୍କୁଲ ଆସି ପାଠ ପଢ଼ିଲେ ପିଲା, ୧୩ ଅଟକ

ନୟାଗଡ଼,୨୩।୨(ଲୋକନାଥ ମିଶ୍ର): ଛାତ୍ର ମୃତ୍ୟୁକୁ ନେଇ ଦଶପଲ୍ଲା ବେଲପଡ଼ା ପ୍ରାଥମିକ ବିଦ୍ୟାଳୟରେ ୩୪ ଦିନ ହେବ ସ୍କୁଲ୍ ରେ ତାଲା ପକାଇଥିଲେ ପରିବାର ଲୋକେ। ଆଜି ବେଲପଡ଼ା…

ବିଳମ୍ବିତ ରାତିରେ  ଘରେ ପଶିଗଲା ଆମ୍ବୁଲାନ୍ସ 

ନୟାଗଡ଼,୮।୩(ଲୋକନାଥ ମିଶ୍ର/ପ୍ରକାଶ କୁମାର ପାଣି): ଭାରସାମ୍ୟ ହରାଇ ଏକ ଘରେ ପଶିଗଲା  ଆମ୍ବୁଲାନ୍ସ । ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲା ଦଶପଲ୍ଲା ବୁଗୁଡ଼ା ଛକରେ। ଦୁର୍ଘଟଣାରେ…

ମର୍ମନ୍ତୁଦ ବାଇକ ଦୁର୍ଘଟଣା: ଅକାଳରେ ଚାଲିଗଲା ୨ ଯୁବକଙ୍କ ଜୀବନ

ନୟାଗଡ, ୬।୩(ଲୋକନାଥ ମିଶ୍ର): ଖଣ୍ଡପଡ଼ା ଥାନା ଅଧୀନ ବୋଦସା ଗ୍ରାମ ଉପକଣ୍ଠରେ ଗୁରୁବାର ଅପରାହ୍ନରେ ଏକ ମର୍ମନ୍ତୁଦ ବାଇକ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣ ଯୁବକଙ୍କ…

ବିଲ୍ ପେମେଣ୍ଟ ହୋଇପାରୁନଥିବାରୁ ପାଟିତୁଣ୍ଡ, ବ୍ଲକ୍‌ ଅଫିସ୍‌ରେ ଶାସକ-ବିରୋଧୀ ଗୋଷ୍ଠୀ ମୁହାଁମୁହିଁ

ନୟାଗଡ଼,୨।୩(ଲୋକନାଥ ମିଶ୍ର): ଉନ୍ନତିମୂଳକ କାର୍ଯ୍ୟରେ ବିଲ୍ ପେମେଣ୍ଟ ହୋଇପାରୁନଥିବାରୁ ପାଟିତୁଣ୍ଡ । ଉନ୍ନତିମୂଳକ କାର୍ଯ୍ୟରେ ବିଲ୍ ପେମେଣ୍ଟ ହୋଇପାରୁନଥିବାରୁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri