ଗୁଜୁରାଟରେ ଦାଦନ ଶ୍ରମିକ ବନ୍ଧା:ଉଦ୍ଧାର ପାଇଁ ପରିବାରବର୍ଗଙ୍କ ଜିଲାପାଳଙ୍କୁ ଫେରାଦ

ଭବାନୀପାଟଣା,୨୫।୮(ଡି.ଏନ.ଏ.):କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ମତୁଆଲାଗୁଡା ଗାଁର ୭ ଜଣ ଶ୍ରମିକଙ୍କୁ ସେହି ଗ୍ରାମର ଜଣେ ଦଲାଲ ମୋଟା ଅର୍ଥର ପ୍ରଲୋଭନ ଦେଖାଇ ଗୁଜୁରାଟ ନେଇଯାଇଥିଲା । ସେଠାରେ ସମ୍ପୃକ୍ତ ଠିକା ସଂସ୍ଥା ଏହି ଦାଦନ ଶ୍ରମିକମାନଙ୍କୁ ନିର୍ଯାତନା ଦେବା ସହ ବନ୍ଧକ ରଖିଥିବା ଅଭିଯୋଗ କରି ସେମାନଙ୍କ ପରିବାର ସଦସ୍ୟମାନେ ଜିଲାପାଳଙ୍କଠାରେ ଫେରାଦ ହୋଇଛନ୍ତି । ଶ୍ରମିକଙ୍କୁ ତୁରନ୍ତ ମୁକ୍ତ କରିବାକୁ ସେମାନେ ଦାବି କରିଛନ୍ତି । ଜୁନ୍‌ ୧୪ ତାରିଖରେ ବଲାଗାଁର ଭଜନ ଦୁର୍ଗା ମତୁଆଲଗୁଡା ଗ୍ରାମକୁ ଆସି ମାସିକ ୧୨ ହଜାର ଟଙ୍କାର ମଜୁରୀ ପ୍ରଲୋଭନ ଦେଖାଇ ରିଙ୍କୁ ଗହିର, କୁଶ ଶବର, ଜଗତରାମ ଶବର, ରୁପଧର ଗହିର, ଭାସ୍କର ଛତ୍ରିଆ, ଉମା ଛତ୍ରିଆ, ଭରତ ଛତ୍ରିଆଙ୍କୁ ଗୁଜୁରାଟର ଭାମନ ପ୍ରୋସେସିଙ୍ଗ କମ୍ପାନୀ ପ୍ରାଇଭେଟ୍‌ ଲିମିଟେଡକୁ ନେଇଯାଇଥିଲା। କିଛି ଦିନ କାମ କରି ଏହି ଦାଦନ ଶ୍ରମିକମାନେ ପରିବାର ଲୋକଙ୍କ ସହିତ ଫୋନ୍‌ ଯୋଗେ କଥାବାର୍ତ୍ତା ହେଉଥିଲେ । ତେବେ ସମ୍ପୃକ୍ତ ସଂସ୍ଥା ଅଧିକ କାମ କରାଇ ମାଡ ମାରିବା ସହିତ ଠିକ୍‌ରେ ଖାଇବାକୁ ଦେଉ ନ ଥିବା ଶ୍ରମିକମାନେ ପରିବାର ଲୋକଙ୍କୁ ଜଣାଇଥିଲେ। ତେବେ ପ୍ରାୟ ଏକ ମାସ ହେଲା ଏହି ଦାଦନ ଶ୍ରମିକଙ୍କ ସହ ପରିବାର ଲୋକଙ୍କୁ ଫୋନ୍‌ ଯୋଗେ ଯୋଗାଯୋଗ ହେଇପାରୁ ନାହିଁ । ଅଳ୍ପ ଦିନ ତଳେ ଦାଦନ ଶ୍ରମିକ ମଧ୍ୟରୁ ଜଣେ ଫୋନ୍‌ ଯୋଗେ ଜଣାଇଥିଲେ ଯେ, ଠିକା ସଂସ୍ଥା ସେମାନଙ୍କୁ ଶାରୀରିକ ନିର୍ଯାତନ ଦେବା ସହ ପରିବାର ଲୋକଙ୍କ ସହ ଫୋନ୍‌ ଯୋଗେ କଥାବର୍ତ୍ତା କରାଉ ଦେଉନାହିଁ ଏବଂ ବନ୍ଧକ ଭାବେ ରଖିଛନ୍ତି । ଏ ସମ୍ପର୍କରେ ଏହି ଦାଦନ ଶ୍ରମିକଙ୍କ ପରିବାର ଲୋକ ଜୟପାଟଣା ଥାନା ଏବଂ ଜିଲା ଶ୍ରମ ଅଧିକାରୀଙ୍କୁ ଜଣାଇଥିଲେ ହେଁ କୌଣସି ସୁଫଳ ମିଳି ନ ଥିବାରୁ ସେମାନେ ଜିଲାପାଳଙ୍କୁ ସାକ୍ଷାତ କରି ଏହି ୭ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରି ଫେରାଇ ଆଣିବାକୁ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକ ନାଁରେ କଳଙ୍କ:  ଭୟ ଦେଖାଇ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବାରମ୍ବାର ବଳାତ୍କାର, ଉଠାଇ ନେଲା ପୋଲିସ

ଫୁଲବାଣୀ, ୩ା୩(ରାକେଶ କୁମାର ରାଉତ)-କନ୍ଧମାଳ ଜିଲା ଫୁଲବାଣୀ ବ୍ଲକ ଗୋଛାପଡା ଥାନା ଅଞ୍ଚଳ କଟ୍ରିଙ୍ଗିଆରେ ଥିବା ଏକ ବିଦ୍ୟାଳୟରେ ଜଣେ ଶିକ୍ଷକ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବାରମ୍ବାର…

ପୂର୍ବତନ ସମିତିସଭ୍ୟ ସୁବାସ ସେଠୀଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା

ଦିଗପହଣ୍ଡି,୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ସୁବାସ ସେଠୀଙ୍କ ୮୧ ବର୍ଷ ବୟସରେ ମଙ୍ଗଳବାର ଅପରାହ୍ନରେ ତାଙ୍କ…

ଜଗନ୍ନାଥପୁର ଛକରେ ଇ-ରିକ୍ସାକୁ ଧକ୍କା ଦେଲା କାର୍‌, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚାଳକଙ୍କୁ…

ଭୋଗରାଇ, ୩ l୩(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଜଳେଶ୍ୱର – ଚନ୍ଦନେଶ୍ୱର ୫୭ ନଂ ରାଜ୍ୟ ରାଜପଥ ଜଗନ୍ନାଥପୁର ଛକଠାରେ ମଙ୍ଗଳବାର ମଧ୍ୟାହ୍ନରେ ଏକ କାର ସହିତ…

ଜଳୁଛି ଜାଗୁଳାଇପାଟଣା ଜଗନ୍ନାଥ ମନ୍ଦିର ପଛପଟ ଜଙ୍ଗଲ, ପହଞ୍ଚିଲା ଅଗ୍ନିଶମ ବିଭାଗ

ଖୋର୍ଦ୍ଧା,୩।୩(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାରେ ଜାଗୁଳାଇ ପାଟଣା ଜଗନ୍ନାଥ ମନ୍ଦିର ପଛ ପଟେ ଥିବା ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିଛି। କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ସନ୍ଦେହ…

ଜୁନାଗଡ଼ ପୋଲିସକୁ ବଡ଼ ସଫଳତା: ୧୪ ଲକ୍ଷରୁ ଅଧିକ ଟଙ୍କା ଲୁଟିଥିବା ୪ ସାଇବର ଠକ ଗିରଫ

ଭବାନୀପାଟଣା,୩।୩(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ସାଇବର ଠକେଇ ମାମଲାରେ ମଙ୍ଗଳବାର ୪ ଜଣକୁ ଗିରଫ କରି କୋର୍ଟ…

ସମ୍ପର୍କୀୟ ଦେଇଥିଲେ ଖବର, ବେକରେ ଭୁଜାଲି ଲଗାଇ ହାତ ଗୋଡ଼ ବାନ୍ଧି ଲୁଟିଥିଲେ ୭୦ ଲକ୍ଷ; ୭ଜଣ ଡକାୟତଙ୍କୁ ବାନ୍ଧି ବଡ଼ ପର୍ଦ୍ଦାଫାଶ କଲା…  

ଉମରକୋଟ,୩।୩(ସନ୍ତୋଷ ସତପଥୀ): ଉମରକୋଟ ଥାନା ଅଧୀନ କୋଚନିଆମ୍ବା ଗ୍ରାମରେ ଗତ ଫେବୃଆରୀ ୨୨ ଓ ୨୩ ତାରିଖ ମଧ୍ୟରାତ୍ରିରେ ବଡ଼ ଧରଣର ଡକାୟତି ହୋଇଥିଲା। ବେକରେ ଭୁଜାଲି…

କୁଲାଡରେ ରାଜ୍ୟସ୍ତରୀୟ ଭଞ୍ଜଜୟନ୍ତୀ ପାଳିତ: ଏମାନଙ୍କୁ ମିଳିଲା ଭଞ୍ଜଶ୍ରୀ ଉପାଧି

ଭଞ୍ଜନଗର,୩।୩(ବାବୁଲା ପ୍ରଧାନ): କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମପୀଠ ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡଠାରେ ଦୁଇଦିନ ଧରି ଚାଲିଥିବା ରାଜ୍ୟ ସ୍ତରୀୟ ୩୬ ତମ ଭଞ୍ଜ ଜୟନ୍ତୀ…

କୋର୍ଟକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

କେନ୍ଦୁଝର,୩।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କୋର୍ଟକୁ ବୋମା ପକାଇ ଉଡ଼ାଇ ଦେବାକୁ ସନ୍ଦେହପୂର୍ଣ୍ଣ ଇ-ମେଲ ଆସିବା ପରେ ଆଜି ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri