ଗୁଜରାଟ, ତାମିଲନାଡୁରୁ ଫେରିଲେ ୨୩ ପ୍ରବାସୀ

ରାଇରଙ୍ଗପୁର,୧୬ା୫(ଡି.ଏନ୍‌.ଏ.)-ଲକ୍‌ଡାଉନ ଯୋଗୁ ଗୁଜରାଟ ଓ ତାମିଲନାଡୁରେ ଫସି ରହିଥିବା ୨୩ ପ୍ରବାସୀ ଓଡ଼ିଆ ଶୁକ୍ରବାର ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଅଞ୍ଚଳକୁ ଫେରି ଆସିଛନ୍ତି। ଶ୍ରମିକ ଟ୍ରେନ୍‌ ଯୋଗେ ସେମାନେ ବାଲେଶ୍ୱର ଷ୍ଟେଶନରେ ପହଞ୍ଚିବା ପରେ ନିଜ ନିଜ ଅଞ୍ଚଳକୁ ଆସିଥିଲେ। ସ୍ଥାନୀୟ ପ୍ରଶାସନ ପକ୍ଷରୁ ସେମାନଙ୍କୁ କ୍ୱାରାଣ୍ଟାଇନ୍‌ କେନ୍ଦ୍ରକୁ ପଠାଯାଇଛି। ଫେରନ୍ତା ପ୍ରବାସୀଙ୍କ ମଧ୍ୟରେ ୧୩ ଜଣ ତିରିଂ ବ୍ଲକର, ୩ କୁସୁମୀ ବ୍ଲକର, ୫ ଜଣ ଯାମଦା ବ୍ଲକର ଓ ୨ଜଣ ରାଇରଙ୍ଗପୁର ଅଞ୍ଚଳର ବୋଲି ସୂଚନା ମିଳିଛି।