Categories: ଜାତୀୟ

ଗୁଜରାଟରେ ଭୂକମ୍ପ

ନୂଆଦିଲ୍ଲୀ,୧୪ା୬-ଗୁଜରାଟର ରାଜକୋଟ ନିକଟରେ ରବିବାର ରାତି ୮ଟା ୧୩ ମିନିଟ ସମୟରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୫ ଥିଲା ବୋଲି ନ୍ୟାଶନାଲ ସେଣ୍ଟର ଫର୍‌ ସିସ୍‌ମୋଲୋଜି (ଏନ୍‌ସିଏସ୍‌) ପକ୍ଷରୁ କୁହାଯାଇଛି। ଏହାର କେନ୍ଦ୍ରସ୍ଥଳ ରାଜକୋଟଠାରୁ ଉତ୍ତର ଓ ଉତ୍ତରପଶ୍ଚିମ ଦିଗରେ ୧୧୮ କିଲୋମିଟର ଦୂରରେ ଅବସ୍ଥିତ। ଭୂକମ୍ପଜନିତ କ୍ଷୟକ୍ଷତି କିମ୍ବା ମୃତାହତ ସମ୍ପର୍କରେ ଜଣାପଡ଼ିନାହିଁ। ଗୁଜରାଟ ଭୂକମ୍ପର ୩୦ ମିନିଟ ପରେ ଜମ୍ମୁ-କଶ୍ମୀରର କଟ୍ରା ଅଞ୍ଚଳରେ ୨.୯ ତୀବ୍ରତାର କମ୍ପନ ଅନୁଭୂତ ହୋଇଥିଲା।
ସୂଚନାଯୋଗ୍ୟ ଗତ ଦୁଇମାସ ମଧ୍ୟରେ ଦିଲ୍ଲୀ ଓ ଏହାର ଆଖାପାଖ ଅଞ୍ଚଳରେ ୧୪ ଥର ଭୂକମ୍ପ ହେଲାଣି। ହରିୟାଣାର ରୋହତକ୍‌ରେ ସର୍ବାଧିକ ୪.୫ ତୀବ୍ରତାର କମ୍ପନ ଅନୁଭୂତ ହୋଇଥିଲା।

Share