‘ଗୀତ ପାଇଁ ଘର ଛାଡ଼ିଲେ’

ଗାୟିକା ଜାନକୀ ସାମଲ। ସେ କେବଳ ଗୀତ ଗାଆନ୍ତିନି, ଗୀତକୁ ପ୍ରାଣଭରି ଭଲ ପାଆନ୍ତି। ଗୀତକୁ ଏତେ ଭଲ ପାଆନ୍ତି ଯେ, ଗୀତ ପାଇଁ ଦୁଇ ଦୁଇଥର ଘର ଛାଡ଼ି ପଳେଇ ଯାଇଛନ୍ତି। ଶେଷକୁ ସେ ନିଜର ଏକ ଠିକଣା ତିଆରି କରିପାରିଛନ୍ତି। ଏବେ ଓଡ଼ିଆ ଯାତ୍ରାଜଗତରେ ଜାନକୀ ଜଣେ ବେଶ୍‌ ଜଣାଶୁଣା ଗାୟିକା। ମୁଖ୍ୟତଃ ରୋମାଣ୍ଟିକ୍‌ ଡୁଏଟ୍‌ ବା ଲଭ୍‌ସଙ୍ଗ ଗାଇବାରେ ରୁଚି ରଖୁଥିବା ଜାନକୀଙ୍କ ଘର ଭଦ୍ରକ ଜିଲା ଧାମନଗର ଅନ୍ତର୍ଗତ ଭଣ୍ଡାରିପଦୀ ଗ୍ରାମରେ। ବାପା ଆନନ୍ଦ ସାମଲ ଜଣେ ବଂଶୀବାଦକ। ତାଙ୍କଠାରୁ ଜାନକୀ ଗୀତ ଶିଖିବା ଆରମ୍ଭ କରିଥିଲେ। ଯେଉଁଠି ମେଳା ହେଉଥିଲା ସେଠାକୁ ଯାଉଥିଲେ ଆଉ ଗୀତ ଗାଉଥିଲେ। ସେତେବେଳକୁ ସେ ସପ୍ତମ ଶ୍ରେଣୀରେ ପଢୁଥାନ୍ତି। ସେହିବର୍ଷ ଗଁାକୁ ‘ଉତ୍ତରବାହିନୀ ଅପେରା’ ଆସିଥିଲା। ଅପେରାର ଶିଶୁ କଳାକାରମାନେ ତାଙ୍କରି ଘରେ ରହୁଥିଲେ। ସେମାନଙ୍କ ସହିତ ଜାନକୀଙ୍କର ଭାବଦୋସ୍ତି ହୋଇଗଲା। ସେମାନଙ୍କ ସହିତ ସେ ଘରୁ ଲୁଚି ପଳେଇଗଲେ। ଘରେ ତାଙ୍କୁ ନ ପାଇ ଚାରିଆଡ଼େ ଖୋଜାଖୋଜି କଲେ। ଶେଷକୁ ଖବର ପାଇ ବାପା ଯାଇ ଯାତ୍ରାପାର୍ଟିରୁ ଜାନକୀଙ୍କୁ ନେଇ ଆସିଲେ ଘରକୁ। ପୁଣି ପାଠ ପଢ଼ିଲେ ଜାନକୀ। କିଛିଦିନ ଗଲା। ଏଥର ତାଙ୍କ ଗଁାକୁ ଆସିଲା ‘ବିଶ୍ୱମାତା ଅପେରା’। ପୁଣି ସେହି ଘଟଣା ଘଟିଲା। ସେ ଘରେ କାହାକୁ କିଛି ନ ଜଣେଇ ‘ବିଶ୍ୱମାତା ଅପେରା’ରେ ପଳେଇଗଲେ। ଏଥର ଆଉ ବାପା ଆଣିବାକୁ ଗଲେନି। ଏମିତି ଭାବରେ ଆରମ୍ଭ ହେଲା ଜାନକୀଙ୍କ ଯାତ୍ରା ଜୀବନ। ଅବଶ୍ୟ ପ୍ରଥମେ ତାଙ୍କୁ ଗୀତ ଗାଇବାକୁ ମିଳିଲା ନାହିଁ। ସେ ରାଧା, କୃଷ୍ଣ ଆଦି ଶିଶୁ କଳାକାର ଭୂମିକାରେ ଅଭିନୟ କଲେ। ଦିନେ ‘ବିଶ୍ୱମାତା ଅପେରା’ର ଗାୟିକା ପାର୍ଟି ଛାଡ଼ି ଚାଲିଗଲେ। ଆଉ ଦ୍ୱିତୀୟ ଗାୟିକା ନ ଥିଲେ ପାର୍ଟିରେ। ତେଣୁ ପାର୍ଟି ପକ୍ଷରୁ ଜାନକୀଙ୍କୁ ଗୀତ ଗାଇବାକୁ କୁହାଗଲା। ସେଇଠୁ ଆରମ୍ଭ ହେଲା ତାଙ୍କର ଗାୟିକା ଜୀବନ। ସେହି ପାର୍ଟିରୁ ସେ ପାଇଲେ ତାଙ୍କର ଜୀବନସାଥୀ ବୀରେନ ସାମଲଙ୍କୁ। ବୀରେନ୍‌ ଜଣେ ଷ୍ଟଣ୍ଟ ଡ୍ୟାନ୍ସର। ପରସ୍ପର ସିନା ଭଲ ପାଇଲେ। ହେଲେ କାହାରି ପରିବାର ଏ ବାହାଘରରେ ରାଜି ହେଲେନାହିଁ। ସେଥିଲାଗି ଉଭୟ ବୀରେନ ଓ ଜାନକୀ ସମ୍ବଲପୁର ଚାଲିଗଲେ ଓ ସେଠାକାର ‘ଭାରତୀ ଗଣନାଟ୍ୟ’ରେ କାମକଲେ। ଇତିମଧ୍ୟରେ ଜାନକୀ ଗର୍ଭବତୀ ହେଲେ। ଏ ଖବର ପାଇବା ପରେ ବୀରେନ୍‌ଙ୍କ ବାପା ଯାଇ ବୋହୂ ଜାନକୀଙ୍କୁ ଘରକୁ ନେଇ ଆସିଲେ। ଜାନକୀ କହନ୍ତି, ତାଙ୍କ ଗୀତ ଗାଇବା ପଛରେ ରହିଛି ଶ୍ୱଶୁରଙ୍କ ପ୍ରେରଣା। ‘କଳିଙ୍ଗକନ୍ୟା’, ‘ରଙ୍ଗମହଲ’ ଆଦି ଯାତ୍ରାନୁଷ୍ଠାନରେ ଜଣେ ସଫଳ ଗାୟିକା ଭାବରେ ଭୂମିକା ନିର୍ବାହ କରି ଜାନକୀ ଏବେ ଆସି ପହଞ୍ଚତ୍ଛନ୍ତି ‘ଶିବାନୀ ଗଣନାଟ୍ୟ’ରେ। ମୁଖ୍ୟତଃ ଲତା ମଙ୍ଗେସକରଙ୍କ ଗୀତ ଗାଉଥିବା ଜାନକୀ ଚଳିତବର୍ଷ ‘ଶିବାନୀ ଗଣନାଟ୍ୟ’ର ନାଟକ ‘ବଉଲୋ ମୁଁ ବୋହୂ ହେବିନି’, ‘ସବୁ ଅଧା ଅଧା ନଁାଟି ରାଧା’, ‘ରଙ୍ଗ ଲଗେଇଛି ରଙ୍ଗନାଗରୀ’ ଏବଂ ‘ବାହାଘର ନୁହେଁ ବାହା ବଜାର’ ଆଦି ନାଟକର ଲଭ୍‌ ଟ୍ରାକ୍‌ ସବୁରେ କଣ୍ଠଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ନେଇ ଏମିତି କହିଦେଲେ ଆଲିଆ

ବଲିଉଡ୍‌ ଅଭିନେତା ରଣବୀର କପୁର ଆଜିକାଲି ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ରାମାୟଣ’ରେ ଭଗବାନ ରାମଙ୍କ ପ୍ରଥମ ଝଲକ ରିଲିଜ୍‌ ହୋଇଛି। ଦର୍ଶକ ରଣବୀରଙ୍କୁ…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

କ୍ରିକେଟର୍‌ଙ୍କ ଅଭିଯୋଗରେ ଏହି ଅଭିନେତ୍ରୀଙ୍କୁ ବାନ୍ଧିଲା ପୋଲିସ: ପଛରେ ରହିଛି ଏମିତି କାରଣ

କଲମ୍ବୋ,୨।୪: ଶ୍ରୀଲଙ୍କାର କ୍ରିକେଟର ଭାନୁକା ରାଜପକ୍ଷେ ଅଭିନେତ୍ରୀ ହର୍ଷି ରସାଙ୍ଗାଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଏହା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଏହି ମାମଲା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଶାହରୁଖ ଖାନ୍‌: ସିନେ ଇଣ୍ଡଷ୍ଟ୍ରିରେ ପଡ଼ିଗଲା ଚହଳ

ମଧ୍ୟପ୍ରାଚରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱରେ ପ୍ରଭାବ ପକାଇଛି। କେବଳ ଘରୋଇ ବଜାରରେ ନୁହେଁ ବରଂ ସିନେ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବଲିଉଡ…

କପୁର ପରିବାରରେ ଖୁସିର ଲହରୀ, ଅଜା ହେଲେ ଅନିଲ କପୁର

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର ତାଙ୍କ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ତାଙ୍କର ଦ୍ୱିତୀୟ ସନ୍ତାନ, ଏକ ଶିଶୁପୁତ୍ରକୁ ସ୍ବାଗତ କରିଛନ୍ତି। ଇନଷ୍ଟାଗ୍ରାମରେ ଏହି ଖୁସି ଖବର…

ଦୁଃଖ ବଖାଣିଲେ ବରୁଣ ଧାୱନ: ଝିଅ ଲାରାଙ୍କୁ ହୋଇଛି…

ଅଭିନେତା ବରୁଣ ଧାୱନ ଇଣ୍ଡଷ୍ଟ୍ରିର ସବୁଠାରୁ ନିର୍ଭରଯୋଗ୍ୟ ଅଭିନେତା ଭାବରେ ଉଭା ହୋଇଛନ୍ତି। ଆଜିକାଲି ସେ ତାଙ୍କର ବ୍ଲକବଷ୍ଟର ଓ୍ବାର୍‌ ଡ୍ରାମା ଫିଲ୍ମ ‘ବର୍ଡର ୨’ର ସଫଳତାରେ…

୧୪ ଦିନରେ ୪ କିଲୋ ଓଜନ ହ୍ରାସ, ହସ୍ପିଟାଲ୍‌ରେ ହ୍ରିତିକ୍‌ ରୋଶନଙ୍କ ଗର୍ଲଫ୍ରେଣ୍ଡ

ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଗର୍ଲଫ୍ରେଣ୍ଡ ସବା ଆଜାଦ ଆଜିକାଲି କଷ୍ଟକର ପରିସ୍ଥିତି ଦେଇ ଗତି କରୁଛନ୍ତି। ସବା ସାଇକ୍ଲୋସ୍ପୋରା କାଏଟାନେନ୍ସିସ ନାମକ ଏକ ରୋଗର ଶିକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri