ଗୀତ ଗାଇ ସଚେତନ କଲେ ଥାନାଧିକାରୀ

ବିଞ୍ଝାରପୁର,୧୫ା୪(ଡି.ଏନ.ଏ): କରୋନା ମହାମାରୀ ଏବେ ସମଗ୍ର ବିଶ୍ୱରେ ତାଣ୍ଡବ ରଚିବାରେ ଲାଗିଛି। ଏହାକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପ୍ରତିଷେଧକମୂଳକ ସଚେତନତା ଅବଲମ୍ବନ କରିବାକୁ ପରାମର୍ଶ ଦେଉଛନ୍ତି। ଏହି ସଚେତନତା ବାର୍ତ୍ତାକୁ ଘରେଘରେ ପହଞ୍ଚାଇବାକୁ ବିଞ୍ଝାରପୁର ଥାନାଧିକାରୀ ଶିବ ଚରଣ ବେହେରା ଏକ ନିଆରା ଉଦ୍ୟମ କରିଛନ୍ତି। ସାମାଜିକ ଦୂରତ୍ୱ ଅବଲମ୍ବନ କରିବା, ବାରମ୍ବାର ହାତ ଧୋଇବା ଆଦି ସଚେତନତା ଉପରେ ଥାନାଧିକାରୀ ଶିବଚରଣ ବେହେରା ନିଜସ୍ବ ରଚନାରେ ଗୀତ ଗାଇ ଏକ ନିଆରା ଢଙ୍ଗରେ ସଚେତନତାର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇଛନ୍ତି। ବିଞ୍ଝାରପୁର ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ଥାନାଧିକାରୀ ମାଇକ ଯୋଗେ ଗୀତ ଗାଇ ସମସ୍ତଙ୍କୁ ସଚେତନ କରିଥିଲେ। ଥାନାଧିକାରୀଙ୍କ ଗୀତ ଗାଇବା ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।