ଗୀତ ଆଣିଲା ଯାତ୍ରାକୁ

ମମତା ବାରିକ। ଓଡ଼ିଆ ଯାତ୍ରା ଜଗତର ଜଣେ ସ୍ବନାମଧନ୍ୟ ଗାୟିକା। କେବଳ ସେ ଗାୟିକା ନୁହନ୍ତି; ଜଣେ ଆଙ୍କର ଭାବରେ ମଧ୍ୟ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଜଗତ୍‌ସିଂହପୁରର ଶରତଚନ୍ଦ୍ର ଦାଶ ଓ ମଞ୍ଜୁବାଳା ଦାଶଙ୍କ କୋଳରେ ଜନ୍ମଗ୍ରହଣ କରିଥିବା ମମତା ପିଲାଟି ବେଳୁ ଗୀତ ଗାଉଥିଲେ। ସ୍କୁଲରେ ମଧ୍ୟ ଗୀତ ଗାଇ ସମସ୍ତଙ୍କ ମନକୁ କିଣି ନେଇପାରୁଥିଲେ। ତାଙ୍କର ଇଚ୍ଛାଥିଲା ସେ ଏକ ବଡ଼ଷ୍ଟେଜରେ ଗୀତ ଗାଆନ୍ତେ। ତାଙ୍କ ଗୀତକୁ ଅନେକ ଲୋକ ଶୁଣନ୍ତେ। ତେବେ ସୁଯୋଗ ମିଳୁ ନ ଥିଲା। ଘର ପାଖରେ ଦୁଇଜଣ ଯାତ୍ରା ସହିତ ସମ୍ପୃକ୍ତ ବ୍ୟକ୍ତିବିଶେଷ ରହିଥିଲେ। ସେମାନେ ଗୁରୁ ବସନ୍ତ ନାୟକ ଏବଂ ଅଭିନେତା ଶ୍ରୀପତି ସ୍ବାଇଁ। ଏହି ଦୁଇଜଣ ହିଁ ମମତାଙ୍କ ଭିତରେ ଯାତ୍ରା ପ୍ରତି ମୋହ ସୃଷ୍ଟି କରିଥିଲେ। ସେତିକିନୁହେଁ, ତାଙ୍କର ଯାତ୍ରାକୁ ଆସିବାର ବନ୍ଦୋବସ୍ତ ମଧ୍ୟ କରିଦେଇଥିଲେ। ତେବେ ବାପାମା’ ରାଜି ନ ଥିଲେ ଝିଅ ଯାତ୍ରାକୁ ଯାଉ। ହେଲେ ମମତାଙ୍କର ଗୋଟିଏ ଜିଦ୍‌ ସେ ଯେମିତି ବି ହେଉ ଯାତ୍ରାକୁ ଯିବେ। ବାସ୍‌, ସେଇଆ ହେଲା। ସେ ବାପାମା’ଙ୍କ ବିନା ଅନୁମତିରେ ଚାଲିଆସିଲେ ବାଣେଶ୍ୱରୀ ଗଣନାଟ୍ୟକୁ। ପ୍ରଥମେ ଜଣେ ଗାୟିକା ଭାବରେ ଯୋଗଦେଲେ। ଗୀତ ଗାଇବାର ଅନୁଭୂତି ଥିଲା ମମତାଙ୍କର। ତେଣୁ ଷ୍ଟେଜରେ ଗୀତ ଗାଇବାରେ କୌଣସି ଅସୁବିଧା ହୋଇ ନ ଥିଲା। ଇତିମଧ୍ୟରେ ଯାତ୍ରା ଜଗତରେ ସେ କୋଡ଼ିଏ ବର୍ଷ ଅତିକ୍ରାନ୍ତ କରି ସାରିଲେଣି। ରୁକ୍ମିଣୀ ଗଣନାଟ୍ୟ, ତାରିଣୀ ଗଣନାଟ୍ୟ, ସାତଶଙ୍ଖ ଅପେରା, ତୁଳସୀ ଗଣନାଟ୍ୟ, ଶରଧାବାଲି, ତ୍ରିନାଥ ଗଣନାଟ୍ୟ, ସଚ୍ଚିଦାନନ୍ଦ, ଇନ୍ଦ୍ରଭୁବନ ଆଦି ଯାତ୍ରାନୁଷ୍ଠାନରେ କାମ କରି ଚଳିତବର୍ଷ ଅଛନ୍ତି ଯାତ୍ରାଶ୍ରୀ ବିଶ୍ୱ ଦରବାରରେ। ତାଙ୍କର ସ୍ବାମୀ ଦାମୋଦର ବାରିକ ମଧ୍ୟ ଯାତ୍ରାର ଜଣେ ପୋଖତ ତବଲିଷ୍ଟ। ସେତିକିନୁହେଁ, ଶ୍ୱଶୁର ଗତନାଥ ବାରିକ ମଧ୍ୟ ଜଣେ ତବଲିଷ୍ଟ ଥିଲେ। ଗୋଟେ କଳାକାର ପରିବାରର ବୋହୂ ହୋଇ ନିଜକୁ ଭାଗ୍ୟବତୀ ମଣୁଥିବା ମମତା କହନ୍ତି, ସ୍ବାମୀଙ୍କ ପ୍ରେରଣା ତଥା ବାପା, ମା’ ଓ ଶାଶୁଶ୍ୱଶୁରଙ୍କ ସ୍ନେହ ତାଙ୍କୁ ଆଗକୁ ଆଗେଇ ନେଉଛି। ଗୋଟିଏ ପୁଅକୁ ନେଇ ସୁଖର ସଂସାର ଗଢ଼ିଥିବା ମମତା ଅନେକ ନାଟକରେ କଣ୍ଠଦାନ କରିଛନ୍ତି। ସେଥିମଧ୍ୟରେ ରହିଛି ଅପାକୁ ସୁନ୍ଦର ରୁପା ପାଉଁଜି, ଗୁମୁରି କାନ୍ଦୁଛି ଲୋଟଣି ପାରା, ଝୁମୁକା ହଜିଲା ଝାଉଁ ବଣରେ, ନଈ ସେପାରି କନକ ଗୋରି, ସିନ୍ଦୂର ଖେଳୁଛି କଣ୍ଢେଇ ଖେଳ, ସୁନ୍ଦରୀ ଝିଅଙ୍କୁ ଦୂରୁ ଜୁହାର, ଗୁପ୍ତ ସମ୍ପର୍କ, ଭଲ ପାଇବାକୁ ଭୟ ଲାଗୁଛି, ଦୁନିଆ କହିବ କିଏ ମୋ ସ୍ବାମୀ, ବରଷା ରାତିର ସାଥୀ, ତମ କଥା ଭାରି ମନେପଡୁଛି ଏବଂ ଆହୁରି ଅନେକ।


Enter your email to get our daily news in your inbox.

All Right Reserved By Dharitri.Com

ଭ୍ୟାଲେଣ୍ଟାଇନ୍‌ ଡେ’ର ଦିନକ ପୂର୍ବରୁ ଏକା ହୋଇଗଲେ ହ୍ରିତିକ୍‌! ସବାଙ୍କ ସହ ବ୍ରେକ୍‌ଅପ୍‌ ନେଇ…

ମୁମ୍ବାଇ: ବଲିଉଡର ‘ଗ୍ରୀକ ଗଡ୍‌’ ହ୍ରିତିକ ରୋଶନ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ଏହା ପଛରେ ରହିଛି ତାଙ୍କର ଏକ ରହସ୍ୟମୟ ସୋସିଆଲ ମିଡିଆ ପୋଷ୍ଟ ।…

ରଣବୀର ସିଂହଙ୍କୁ ହତ୍ୟା ନୁହେଁ, ଏମିତି ଧମକ ଦେଲେ ବିଷ୍ନୋଇ ଗ୍ୟାଙ୍ଗ, କହିଲେ..

ମୁମ୍ବାଇ,୧୩।୨: ଚଳଚ୍ଚିତ୍ର ନିର୍ମାତା ରୋହିତ ଶେଟ୍ଟୀଙ୍କ ଘର ବାହାରେ ଗୁଳିକାଣ୍ଡ ପରେ, ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ବଲିଉଡ ଅଭିନେତା ରଣବୀର ସିଂହ ଏବଂ ରୋହିତ ଶେଟ୍ଟୀଙ୍କୁ ଏକ…

ଚମତ୍କାର ଅଭିନୟ ପରେ MBBS ଡିଗ୍ରୀ ହାସଲ କଲେ ଏହି ଅଭିନେତ୍ରୀ: ଚାରିଆଡ଼ୁ ପ୍ରଶଂସା

‘ପୁଷ୍ପା-୨’ର ଆଇଟମ ଗୀତଟି ବହୁତ ହିଟ ହୋଇଥିଲା। ଏଥିରେ ଅଭିନୟ କରିଥିବା ନାୟିକା ରାତାରାତି ନ୍ୟାଶନାଲ କ୍ରଶ୍‌ ପାଲଟିଯାଇଥିଲେ। ଏହି ସୁନ୍ଦରୀ ଆଉ କେହି ନୁହଁନ୍ତି, ସେ…

ଉଦିତ ନାରାୟଣଙ୍କ ପ୍ରଥମ ପତ୍ନୀଙ୍କ ବଡ଼ ଖୁଲାସା, ଜୋରଜବରଦସ୍ତ ଗର୍ଭପାତ…

ନୂଆଦିଲ୍ଲୀ,୧୨ା୨: ପ୍ରସିଦ୍ଧ ବଲିଉଡ୍ ପ୍ଲେବ୍ୟାକ୍ ଗାୟକ ଉଦିତ ନାରାୟଣ ପୁଣି ଥରେ ବିବାଦରେ ଫସିଛନ୍ତି । ତାଙ୍କ ପ୍ରଥମ ପତ୍ନୀ ରଞ୍ଜନା ବିହାରର ସୁପୌଲ ଜିଲାର ମହିଳା…

ନାଣ୍ଡୁ ବାବୁ-ସାଇ ବିବାଦରେ ପୂର୍ଣ୍ଣଛେଦ: ମା’ବାପାଙ୍କ ଉପସ୍ଥିତରେ…

ଭୁବନେଶ୍ୱର,୧୨ା୨ (ସୌମ୍ୟରଞ୍ଜନ ରାଉତ):ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳ ଓରଫ୍‌ ନାଣ୍ଡୁ ବାବୁ ଓ ଯାତ୍ରା ଖଳନାୟକ ସାଇ ସତ୍ୟଜିତ୍‌ ପଣ୍ଡାଙ୍କ ବିବାଦରେ ପୂର୍ଣ୍ଣଛେଦ ପଡ଼ିଛି।…

ରାଜପାଲ ଯାଦବଙ୍କୁ ସହାୟତାର ହାତ ବଢ଼ାଇଲେ ସଲମାନ ଓ ଅଜୟ, ଗୁରୁବାର ଜାମିନ ଶୁଣାଣି

ମୁମ୍ବାଇ,୧୧।୨: ବିଷଣ ଆର୍ଥିକ ସଂକଟରେ ଫସିଥିବା ରାଜପାଲ ଯାଦବଙ୍କୁ ସହଯୋଗ ପାଇଁ ଆଗେଇ ଆସିଛି ବଲିଉଡ। ଚେକ୍-ବାଉନ୍ସ ମାମଲାରେ ୬ ମାସର ଜେଲ ଦଣ୍ଡାଦେଶ ପରେ ଗତ…

ବଡ଼ ପରଦାରେ ଭାଇରାଲ ଗର୍ଲ ମୋନାଲିସା: ପ୍ରଶଂସାରେ ପୋତିଲେ ଦର୍ଶକ

ମହାକୁମ୍ଭ ମେଳାରେ ଭାଇରାଲ ହୋଇଥିବା ମୋନାଲିସା ଖୁବ୍‌ଶୀଘ୍ର ବଡ଼ ପରଦାରେ ନଜର ଆସିବେ। ମୋନାଲିସାଙ୍କ ପ୍ରଥମ ଫିଲ୍ମ ‘ଦି ଡାଏରୀ ଅଫ ମଣିପୁର’ ମୁକ୍ତିଲାଭ କରିବାକୁ ଯାଉଛି।…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri