ଗୀତ ଆଣିଲା ଯାତ୍ରାକୁ

ମମତା ବାରିକ। ଓଡ଼ିଆ ଯାତ୍ରା ଜଗତର ଜଣେ ସ୍ବନାମଧନ୍ୟ ଗାୟିକା। କେବଳ ସେ ଗାୟିକା ନୁହନ୍ତି; ଜଣେ ଆଙ୍କର ଭାବରେ ମଧ୍ୟ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଜଗତ୍‌ସିଂହପୁରର ଶରତଚନ୍ଦ୍ର ଦାଶ ଓ ମଞ୍ଜୁବାଳା ଦାଶଙ୍କ କୋଳରେ ଜନ୍ମଗ୍ରହଣ କରିଥିବା ମମତା ପିଲାଟି ବେଳୁ ଗୀତ ଗାଉଥିଲେ। ସ୍କୁଲରେ ମଧ୍ୟ ଗୀତ ଗାଇ ସମସ୍ତଙ୍କ ମନକୁ କିଣି ନେଇପାରୁଥିଲେ। ତାଙ୍କର ଇଚ୍ଛାଥିଲା ସେ ଏକ ବଡ଼ଷ୍ଟେଜରେ ଗୀତ ଗାଆନ୍ତେ। ତାଙ୍କ ଗୀତକୁ ଅନେକ ଲୋକ ଶୁଣନ୍ତେ। ତେବେ ସୁଯୋଗ ମିଳୁ ନ ଥିଲା। ଘର ପାଖରେ ଦୁଇଜଣ ଯାତ୍ରା ସହିତ ସମ୍ପୃକ୍ତ ବ୍ୟକ୍ତିବିଶେଷ ରହିଥିଲେ। ସେମାନେ ଗୁରୁ ବସନ୍ତ ନାୟକ ଏବଂ ଅଭିନେତା ଶ୍ରୀପତି ସ୍ବାଇଁ। ଏହି ଦୁଇଜଣ ହିଁ ମମତାଙ୍କ ଭିତରେ ଯାତ୍ରା ପ୍ରତି ମୋହ ସୃଷ୍ଟି କରିଥିଲେ। ସେତିକିନୁହେଁ, ତାଙ୍କର ଯାତ୍ରାକୁ ଆସିବାର ବନ୍ଦୋବସ୍ତ ମଧ୍ୟ କରିଦେଇଥିଲେ। ତେବେ ବାପାମା’ ରାଜି ନ ଥିଲେ ଝିଅ ଯାତ୍ରାକୁ ଯାଉ। ହେଲେ ମମତାଙ୍କର ଗୋଟିଏ ଜିଦ୍‌ ସେ ଯେମିତି ବି ହେଉ ଯାତ୍ରାକୁ ଯିବେ। ବାସ୍‌, ସେଇଆ ହେଲା। ସେ ବାପାମା’ଙ୍କ ବିନା ଅନୁମତିରେ ଚାଲିଆସିଲେ ବାଣେଶ୍ୱରୀ ଗଣନାଟ୍ୟକୁ। ପ୍ରଥମେ ଜଣେ ଗାୟିକା ଭାବରେ ଯୋଗଦେଲେ। ଗୀତ ଗାଇବାର ଅନୁଭୂତି ଥିଲା ମମତାଙ୍କର। ତେଣୁ ଷ୍ଟେଜରେ ଗୀତ ଗାଇବାରେ କୌଣସି ଅସୁବିଧା ହୋଇ ନ ଥିଲା। ଇତିମଧ୍ୟରେ ଯାତ୍ରା ଜଗତରେ ସେ କୋଡ଼ିଏ ବର୍ଷ ଅତିକ୍ରାନ୍ତ କରି ସାରିଲେଣି। ରୁକ୍ମିଣୀ ଗଣନାଟ୍ୟ, ତାରିଣୀ ଗଣନାଟ୍ୟ, ସାତଶଙ୍ଖ ଅପେରା, ତୁଳସୀ ଗଣନାଟ୍ୟ, ଶରଧାବାଲି, ତ୍ରିନାଥ ଗଣନାଟ୍ୟ, ସଚ୍ଚିଦାନନ୍ଦ, ଇନ୍ଦ୍ରଭୁବନ ଆଦି ଯାତ୍ରାନୁଷ୍ଠାନରେ କାମ କରି ଚଳିତବର୍ଷ ଅଛନ୍ତି ଯାତ୍ରାଶ୍ରୀ ବିଶ୍ୱ ଦରବାରରେ। ତାଙ୍କର ସ୍ବାମୀ ଦାମୋଦର ବାରିକ ମଧ୍ୟ ଯାତ୍ରାର ଜଣେ ପୋଖତ ତବଲିଷ୍ଟ। ସେତିକିନୁହେଁ, ଶ୍ୱଶୁର ଗତନାଥ ବାରିକ ମଧ୍ୟ ଜଣେ ତବଲିଷ୍ଟ ଥିଲେ। ଗୋଟେ କଳାକାର ପରିବାରର ବୋହୂ ହୋଇ ନିଜକୁ ଭାଗ୍ୟବତୀ ମଣୁଥିବା ମମତା କହନ୍ତି, ସ୍ବାମୀଙ୍କ ପ୍ରେରଣା ତଥା ବାପା, ମା’ ଓ ଶାଶୁଶ୍ୱଶୁରଙ୍କ ସ୍ନେହ ତାଙ୍କୁ ଆଗକୁ ଆଗେଇ ନେଉଛି। ଗୋଟିଏ ପୁଅକୁ ନେଇ ସୁଖର ସଂସାର ଗଢ଼ିଥିବା ମମତା ଅନେକ ନାଟକରେ କଣ୍ଠଦାନ କରିଛନ୍ତି। ସେଥିମଧ୍ୟରେ ରହିଛି ଅପାକୁ ସୁନ୍ଦର ରୁପା ପାଉଁଜି, ଗୁମୁରି କାନ୍ଦୁଛି ଲୋଟଣି ପାରା, ଝୁମୁକା ହଜିଲା ଝାଉଁ ବଣରେ, ନଈ ସେପାରି କନକ ଗୋରି, ସିନ୍ଦୂର ଖେଳୁଛି କଣ୍ଢେଇ ଖେଳ, ସୁନ୍ଦରୀ ଝିଅଙ୍କୁ ଦୂରୁ ଜୁହାର, ଗୁପ୍ତ ସମ୍ପର୍କ, ଭଲ ପାଇବାକୁ ଭୟ ଲାଗୁଛି, ଦୁନିଆ କହିବ କିଏ ମୋ ସ୍ବାମୀ, ବରଷା ରାତିର ସାଥୀ, ତମ କଥା ଭାରି ମନେପଡୁଛି ଏବଂ ଆହୁରି ଅନେକ।


Enter your email to get our daily news in your inbox.

All Right Reserved By Dharitri.Com

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ଅଲ୍ଲୁ-ଅର୍ଜୁନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ପୋଲିସ, କାରଣ ଜାଣିଲେ…

ମୁମ୍ବାଇ,୨୭ା୧୨: ଅଭିନେତା ଅଲ୍ଲୁ-ଅର୍ଜୁନଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିଛି ପୋଲିସ। ଉକ୍ତ ଚାର୍ଜଶିଟ୍‌ରେ ଅଲ୍ଲୁ-ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ ରହିଛି। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର...

ବର୍ଷା-ଗୁଲୁଆଙ୍କୁ ନେଇ ମୁହଁ ଖୋଲିଲେ ସାଙ୍ଗ, କହୁକହୁ କହିଦେଲେ ଭିତିରି କଥା…

ଭୁବନେଶ୍ୱର,୨୭ା୧୨: ଥମୁନି ୟୁଟ୍ୟୁବର ଦମ୍ପତି ତଥା କମେଡିଆନ ଗୁଲୁଆ-ବର୍ଷାଙ୍କ ବିବାଦ। ତାଙ୍କ ସହ ଅତି ନିକଟତର ଥିବା ଜଣଙ୍କ ପରେ ଜଣେ ବ୍ୟକ୍ତି ମିଡିଆ ସାମ୍ନାକୁ...

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

Salman Khan Birthday: ସଲମାନଙ୍କୁ 60 ବର୍ଷ…କ୍ୟାମେରା ସାମ୍ନାରେ କାଟିଲେ କେକ୍, ଜାଣନ୍ତୁ ଗେଷ୍ଟ ଲିଷ୍ଟ

ନୂଆଦିଲ୍ଲୀ,୨୭ା୧୨ : ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଜି ଜନ୍ମଦିନ ।  ୬୦ତମ ଜନ୍ମଦିନକୁ ବହୁତ ଉତ୍ସାହ ଏବଂ ହୃଦୟସ୍ପର୍ଶୀ ଶୈଳୀରେ ପାଳନ କରିଥିଲେ। ଅଭିନେତା...

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

ବିବାଦରେ କରନ୍‌ଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ଭାବେ ପରିଚିତ କରନ୍‌ ଜୋହର। ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଅନେକ ଫିଲ୍ମ ରେକର୍ଡ କରିଛି। ଏପରିକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri