Categories: ଜାତୀୟ

ଗିରିରାଜଙ୍କୁ ନୋଟିସ୍‌ ଜାରି କଲେ ନଡ୍ଡା

ନୂଆଦିଲ୍ଲୀ,୧୫।୨: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା କେନ୍ଦ୍ରୀୟ ମନ୍ତ୍ରୀ ଗିରିରାଜ ସିଂଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଗିରିରାଜଙ୍କ ବିବାଦୀୟ ମନ୍ତବ୍ୟ ନେଇ ଏଭଳି କରାଯାଇଛି। ଗିରିରାଜ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଉଥିବାବେଳେ ସମ୍ପ୍ରତି ଉତ୍ତରପ୍ରଦେଶର ସହାରଣନପୁରରେ ଏକ ସଭାରେ ଯୋଗଦେଇ ଦେଓବନ୍ଦ ଆତଙ୍କବାଦ ଗଙ୍ଗୋତ୍ରୀ ବୋଲି କହିଥିଲେ। ଏହାକୁ ନେଇ ବହୁ ପ୍ରତିକ୍ରିୟା ଆସିଥିଲା। ସେହିପରି ସିଏଏକୁ ସେ ଦେଶ ବିରୋଧୀ ଆନ୍ଦୋଳନ କହିଥିଲେ। ଏହାକୁ ନେଇ ବିରୋଧୀ ଦଳ ଭାଜପାକୁ ଘେରିବା ଆରମ୍ଭ କରିଥିଲେ। ଦଳର ସ୍ଥିତିକୁ ଦୃଷ୍ଟିରେ ରଖି ନଡ୍ଡା ଗିରିରାଜଙ୍କୁ ନୋଟିସ୍‌ ଜାରି କରିଥିବା କୁହାଯାଉଛି।

Share