ଗାୟିକା ଅଭିନେତ୍ରୀ ଚିନୁ

ପିଲାଟିବେଳୁ ଗୀତ ଗାଉଥିଲେ ଚିନୁ ଓରଫ୍‌ ହେନାରାଣୀ ଦାସ। କଟକ ଜଲା ବହୁଗ୍ରାମର ବିନୋଦ ଦାସ ଓ ଅବନୀ ଦାସଙ୍କ ଏହି ଝିଅ ଯେ ଦିନେ ଯାତ୍ରା ଜଗତର ଜଣେ ଗାୟିକା ହୋଇ ସୁନାମ ଅର୍ଜନ କରିବେ, ସେକଥା କେହି କେବେ ଭାବି ନ ଥିଲେ। ଯାତ୍ରାର ସୁଯୋଗ ବି ତାଙ୍କ ନିକଟକୁ ଆସିଥିଲା ଭାରି ଆକସ୍ମିକ ଭାବରେ। ବାପା ବିନୋଦ ଥିଲେ ଜଣେ ସଂଗୀତ ମାଷ୍ଟର। ପାଞ୍ଚବର୍ଷ ବୟସରୁ ବାପାଙ୍କ ପାଖରେ ବସି ହାରମୋନିଅମ୍‌ରେ ଗୀତ ଗାଉଥିଲେ ଚିନୁ। ବଡ଼ ହେବା ପରେ ବିଭିନ୍ନ ଭଜନ ସମାରୋହ ତଥା ମେଲୋଡି ପ୍ରୋଗ୍ରାମରେ ଗୀତ ଗାଉଥିଲେ। ସେହି ଦୃଷ୍ଟିରୁ ତାଙ୍କର ଯାତ୍ରା ସଂଗୀତ ନିର୍ଦ୍ଦେଶକ ଶାନ୍ତନୁ ମଲ୍ଲିକଙ୍କ ସହିତ ପରିଚିତ ଥିଲା। ଦିନକର ଘଟଣା। ମାହାଙ୍ଗାରେ ‘ମା’ ମଙ୍ଗଳା ଗଣନାଟ୍ୟ’ ଯାତ୍ରା କରୁଥାଏ। ସେଠାରେ ମନୋଜ ପଣ୍ଡାଙ୍କର ଗୋଟିଏ ନାଟକ ମଧ୍ୟ ହେଉଥାଏ। ହେଲେ ସେଦିନ ପାର୍ଟିର ମୁଖ୍ୟ ଗାୟିକା ଅସୁସ୍ଥ ହୋଇପଡ଼ିଲେ। କ’ଣ କରାଯିବ କେହି କିଛି ବୁଝିପାରିଲେ ନାହିଁ। କୋଉଠୁ ଜଣେ ଗାୟିକା ଯୋଗାଡ଼ କରାଯିବ, ଯିଏ ଆସି ମେଲୋଡି ଗାଇବା ସହିତ ନାଟକର ଗୀତ ଉଠେଇ ଗାଇପାରିବ। ଶାନ୍ତନୁ ବାବୁଙ୍କର ମନେପଡ଼ିଲା ଚିନୁ ଓରଫ ହେନାଙ୍କ କଥା। ସେ ତୁରନ୍ତ ଆସି ପହଞ୍ଚତ୍ଲେ ତାଙ୍କ ଘରେ। ଚିନୁ ବି ମନା କରିପାରିଲେ ନାହିଁ। କାରଣ, ପିଲାଟିବେଳୁ ସେ ସଂଗୀତକୁ ଭଲ ପାଇ ବସିଥିଲେ। ପୁଣି ଗୋଟେ ଅନୁଷ୍ଠାନ ବିପଦରେ ପଡ଼ିଛି ଯେତେବେଳେ ସେ କେମିତି ମନା କରିପାରିବେ। ଈଶ୍ୱରଙ୍କୁ ଡାକି ଚିନୁ ଗଲେ। ଅଳ୍ପକିଛି ରିହରସାଲ ମଧ୍ୟରେ ସେ ଗୀତ ସବୁକୁ ଉଠେଇନେଲେ। ଆଉ ରାତିରେ ଖୁବ୍‌ ଆତ୍ମବିଶ୍ୱାସର ସହିତ ଗୀତ ଗାଇଲେ। କେହି ବିଶ୍ୱାସ କରିପାରି ନ ଥିଲେ ଯେ, ଜଣେ ନୂଆ ଗାୟିକା ଆସି ଏମିତି ଭାବରେ ନାଟକକୁ ଉଠେଇ ନବ। ନାଟ୍ୟକାର ମନୋଜ ପଣ୍ଡା ଖୁବ୍‌ ଖୁସି ହୋଇଗଲେ। ତାଙ୍କର ସଙ୍ଗୀତ ପ୍ରତି ଭଲପାଇବା ଆଉ କଳା ପ୍ରତି ସମର୍ପଣ ଭାବକୁ ଦେଖି କହିଲେ, ତୁମେ ମେଲୋଡ଼ିରେ ନ ଗାଇ ଯାତ୍ରାରେ ଗାଅ। ବହୁତ ଲୋକ ତୁମକୁ ଶୁଣିବେ। ଆଉ ଭଲ ରୋଜଗାର ବି କରିପାରିବ। ମନୋଜ ପଣ୍ଡା ହିଁ ଚିନୁଙ୍କୁ ନେଇ ଆସିଲେ ‘ଗୌରୀ ଗଣନାଟ୍ୟ’କୁ। ପ୍ରଥମବର୍ଷ ସେ ଏକ ଲକ୍ଷ କୋଡ଼ିଏ ହଜାର ଟଙ୍କାରେ ଚୁକ୍ତିବଦ୍ଧ ହେଲେ ଗାଇବା ପାଇଁ। ବାସ୍‌, ଯାତ୍ରାରେ ପ୍ରବେଶ ହୋଇଗଲା ଚିନୁଙ୍କର। ଇତିମଧ୍ୟରେ ସେ ‘ଗୌରୀ’, ‘ତୁଳସୀ’, ‘ସ୍ବର୍ଣ୍ଣମହଲ’ ଆଦି ପାର୍ଟିରେ କାମ କରି ସମ୍ପ୍ରତି ସେ ‘ଇନ୍ଦ୍ରଭୁବନ’ରେ ଜଣେ ଗାୟିକା ଭାବରେ କାର୍ଯ୍ୟ କରୁଛନ୍ତି। ସେ ଗାଇଥିବା କେତୋଟି ଲୋକପ୍ରିୟ ଗୀତ ହେଉଛି ସଞ୍ଜରୁ ସକାଳ ସକାଳରୁ ସଞ୍ଜ (ମାଳିସାହି ମୀରା କାହାରି ନୁହଁ), ଶହେ ଶହେରେ ଖେଳ (ଟାଇଟଲ ଗୀତ), ବନ୍ଧନ ବନ୍ଧନ ଏ ସ୍ନେହର ବନ୍ଧନ (ଭାଇଭଉଣୀର ନୂଆ କାହାଣୀ), ଏ ରାତିର ମୁଁ ନାୟିକା ସାଜିଛି ଅଭିସାରିକା (ସୁନାହରିଣୀ), ତୋ ନଁା ଲେଖିଦେଲି ମୋ ନଁା ପାଖରେ (ଶାର୍ଟ ହଜିଛି ସନା ଦାସର)। ଚିନୁ କେବଳ ଜଣେ ଗାୟିକା ନୁହନ୍ତି; ସେ ଖୁବ୍‌ ଭଲ ଅଭିନୟ କରିପାରନ୍ତି ମଧ୍ୟ। ସବୁପ୍ରକାର ଅଭିନୟ କରିବାର ଦକ୍ଷତା ରଖିଥିଲେ ମଧ୍ୟ ତାଙ୍କର ପସନ୍ଦ ନେଗେଟିଭ୍‌ ରୋଲ୍‌। ସେ ଅଭିନୟ କରିଥିବା ନାଟକ ମଧ୍ୟରେ ରହିଛି ‘ବାଜେ ଝିଅର ଲଭ୍‌ଷ୍ଟୋରି’, ‘ପ୍ରେମରେ ଲାଗିଛି ନିଅଁା’, ‘କଂଗ୍ରେସ କନିଆ ବିଜେଡି ବର’, ‘ମିଛୁଆ ସ୍ବାମୀ’। ଗୀତ ହେଉଛି ତାଙ୍କର ପ୍ରଥମ ପସନ୍ଦ। ସେ ସଙ୍ଗୀତକୁ ନିଜ ପ୍ରେମିକ ଆଉ ସ୍ବାମୀ ବୋଲି ମନେ କରିଥାନ୍ତି। ହେଲେ ବି ଅଭିନୟ ପ୍ରେମରୁ ମୁକୁଳି ପାରିନାହାନ୍ତି। ତାଙ୍କର ସ୍ବପ୍ନ ଯାତ୍ରାର ମାଲିକମାନେ ତାଙ୍କ ଦକ୍ଷତାକୁ ବୁଝିବେ। ଆଉ ତାଙ୍କୁ ଅଭିନୟ କରିବାର ବି ସୁଯୋଗ ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ଅଲ୍ଲୁ-ଅର୍ଜୁନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ପୋଲିସ, କାରଣ ଜାଣିଲେ…

ମୁମ୍ବାଇ,୨୭ା୧୨: ଅଭିନେତା ଅଲ୍ଲୁ-ଅର୍ଜୁନଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିଛି ପୋଲିସ। ଉକ୍ତ ଚାର୍ଜଶିଟ୍‌ରେ ଅଲ୍ଲୁ-ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ ରହିଛି। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର...

ବର୍ଷା-ଗୁଲୁଆଙ୍କୁ ନେଇ ମୁହଁ ଖୋଲିଲେ ସାଙ୍ଗ, କହୁକହୁ କହିଦେଲେ ଭିତିରି କଥା…

ଭୁବନେଶ୍ୱର,୨୭ା୧୨: ଥମୁନି ୟୁଟ୍ୟୁବର ଦମ୍ପତି ତଥା କମେଡିଆନ ଗୁଲୁଆ-ବର୍ଷାଙ୍କ ବିବାଦ। ତାଙ୍କ ସହ ଅତି ନିକଟତର ଥିବା ଜଣଙ୍କ ପରେ ଜଣେ ବ୍ୟକ୍ତି ମିଡିଆ ସାମ୍ନାକୁ...

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

Salman Khan Birthday: ସଲମାନଙ୍କୁ 60 ବର୍ଷ…କ୍ୟାମେରା ସାମ୍ନାରେ କାଟିଲେ କେକ୍, ଜାଣନ୍ତୁ ଗେଷ୍ଟ ଲିଷ୍ଟ

ନୂଆଦିଲ୍ଲୀ,୨୭ା୧୨ : ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଜି ଜନ୍ମଦିନ ।  ୬୦ତମ ଜନ୍ମଦିନକୁ ବହୁତ ଉତ୍ସାହ ଏବଂ ହୃଦୟସ୍ପର୍ଶୀ ଶୈଳୀରେ ପାଳନ କରିଥିଲେ। ଅଭିନେତା...

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

ବିବାଦରେ କରନ୍‌ଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ଭାବେ ପରିଚିତ କରନ୍‌ ଜୋହର। ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଅନେକ ଫିଲ୍ମ ରେକର୍ଡ କରିଛି। ଏପରିକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri