ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତୁ ଯୁବବର୍ଗ

କଟକ ଅଫିସ, ୩ା୧୦: କଟକ ସ୍ବରାଜ ଆଶ୍ରମରେ ଜିଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ମହାତ୍ମା ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଏମ୍‌ପି ଭର୍ତ୍ତୃହରି ମହତାବ, ବିଧାୟକ ଇଂ. ମହମ୍ମଦ ମୋକିମ ଯୋଗଦେଇ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ କହିଥିଲେ। ଏହି ଅବସରରେ ଆରଏନ୍‌ଟିର ଶିକ୍ଷକ ଓ ଛାତ୍ରୀଛାତ୍ରମାନେ ମାଟିରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଥିଲେ। ଶିଳ୍ପୀ ରବିନାରାୟଣ ରଥ ନିର୍ମାଣ କୌଶଳ ଶିଖାଇଥିଲେ। ଏହି ଅବସରରେ ଗ୍ରାମ୍ୟ ସ୍ବରାଜକୁ ମଜଭୁତ କରିବାକୁ ଜିଲାପାଳ କହିଥିଲେ।