Categories: ରାୟଗଡା

ଗାଧୋଇବାକୁ ଯାଇ ପୋଖରୀରେ ବୁଡିଗଲେ ଯୁବକ

ନବରଙ୍ଗପୁର,୨୧ା୫(ବି.ପ୍ର)- ନବରଙ୍ଗପୁର ସହର ଗୋରାମୁଣ୍ଡା ପୋଖରୀରେ ବୁଡି ଯାଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ରାଜୁ ସାହିର ଅର୍ଜୁନ ନାୟକ (୩୫)। ମଙ୍ଗଳବାର ଅପରାହ୍ନରେ ସେ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଅର୍ଜୁନ ପୋଖରୀରେ ବୁଡି ଯାଇଥିବା ଅନ୍ୟମାନେ ଜାଣିବା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଦମକଳ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ପରେ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ନବରଙ୍ଗପୁର ପୋଲିସ ଓ ପରିବାର ଲୋକ ପହଞ୍ଚିବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜିଲା ସଦର ମହକୁମା ଡାକ୍ତରଖାନା ନିଆଯାଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ନବରଙ୍ଗପୁର ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ।