ଗାଡ଼ି ପାସରେ ଜାଲିଆତି: ୩ ଗିରଫ

କେନ୍ଦୁଝର, ୨୩।୫( ସ୍ବ.ପ୍ର.)-କେନ୍ଦୁଝରରେ ଜାଲ ଗାଡି ପାସ ଓ କ୍ୱାରାଣ୍ଟାଇନ ପାସ ପ୍ରସ୍ତୁତ କରି ଲୋକଙ୍କୁ ଠକିବା ଅଭିଯୋଗରେ ଟାଉନ ଥାନା ପୋଲିସ ଶୁକ୍ରବାର ଜଣେ ଜେରକ୍ସ ଦୋକାନୀ ସମେତ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ସେମାନଙ୍କ ଠାରୁ ଦଶ ହଜାର ଟଙ୍କା, କମ୍ପ୍ୟୁଟର ଏବଂ ଏସ୍‌ପିଙ୍କ ନାମରେ ଷ୍ଟାମ୍ପ ଜବତ କରିଛି। ଏମଡି. ପରଭେଜ ଆଲାମଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି।